ETV Bharat / state

ଜନବସତି ମୁହାଁ ଗଜରାଜ, ଆତଙ୍କିତ ଲୋକେ

author img

By ETV Bharat Odisha Team

Published : Oct 29, 2023, 2:24 PM IST

ଜନବସତି ମୁହାଁ ଗଜରାଜ, ଆତଙ୍କିତ ଲୋକେ
ଜନବସତି ମୁହାଁ ଗଜରାଜ, ଆତଙ୍କିତ ଲୋକେ

ସୁବର୍ଣ୍ଣପୁରରେ ହାତୀ ଆତଙ୍କ । ସହର ଭିତରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖି ଆତଙ୍କିତ ସ୍ଥାନୀୟ ଲୋକେ । ଆଗକୁ ପଢନ୍ତୁ

ଜନବସତି ମୁହାଁ ଗଜରାଜ, ଆତଙ୍କିତ ଲୋକେ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ହାତୀ ଆତଙ୍କ । ସୁବର୍ଣ୍ଣପୁର ସହରରେ ଆଜି ଭୋର ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସହର ଭିତରକୁ ଏକ ଦନ୍ତାହାତୀ ପଶି ଆସି ବ୍ୟାପକ ଉପଦ୍ରବ କରିଥିବା ଦେଖିବାକୁ ମିଳିଛି । ତେବେ ନବ ନିର୍ମାଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ଦନ୍ତା ହାତୀଟିର ବୁଲୁଥିବାର ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏନେଇ ବନବିଭାଗକୁ ଖବର ଦେବା ପରେ ବନବିଭାଗ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇବାକୁ ପ୍ରୟାସ କରିଛନ୍ତି ।

ଜନବସତି ମୁହାଁ ଜଙ୍ଗଲୀ ହାତୀ । ସୁବର୍ଣ୍ଣପୁର ସହରରେ ଆଜି ଭୋର ସମୟରେ ଦନ୍ତା ହାତୀ ଦେଖିବାକୁ ମିଳିଛି । ଆଜି ସକାଳ ସମୟରେ ସହରର ନବ ନିର୍ମାଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ହାତୀ ବୁଲୁଥିବାର ଲୋକେ ଦେଖିବାକୁ ପାଇଥିଲେ । ହାତୀଟି କଳାପଥର ପଞ୍ଚାୟତର ପ୍ରତୀକ ରାଇସ ମିଲ ବାଟ ଦେଇ ସହର ଭିତରକୁ ପଶି ଆସିଥିଲା ।ତେବେ ଜନବସତି ସ୍ଥାନରେ ହାତୀ ବୁଲୁଥିବାର ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ..Elephant Terror: ଜଙ୍ଗଲ ଛାଡି ସହରରେ ବୁଲୁଛି ହାତୀ, ପାଟଣାଗଡ଼ବାସୀ ଆତଙ୍କିତ

ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ, ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାକୁ ପ୍ରୟାସ କରିଛନ୍ତି । ହାତୀଟି ସୋନପୁର ସ୍ପିନିଂ ମିଲ-ବିନିକା ରାଜ୍ୟ ରାଜପଥରେ ଯାଇ ଅର୍ଜୁନପୁର ଜଙ୍ଗଲ ଭିତରକୁ ପଶି ଯାଇଛି । ବନ କର୍ମଚାରୀମାନେ ହାତୀଟିକୁ ବାରପାହାଡ଼ ଜଂଗଲ ପଟକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ଜଣା ପଡିଛି ।

ତେବେ ହାତୀ ଦେଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା । ହାତୀଟି କଲାପଥର ପଞ୍ଚାୟତର ବିଭିନ୍ନ ବାଡ଼ି ବଗିଚାରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିଥିବା ଜଣା ପଡିଛି । ଆଜି ପାହାନ୍ତିଆରୁ ବିନିକା ରାସ୍ତାରେ ମର୍ଣ୍ଣିଂ ୱାକ ପାଇଁ ଯାଉଥିବା ଲୋକେ ହାତୀ ଭୟରେ ଘରକୁ ଫେରି ଆସିଥିଲେ । ସଦର ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ ହାତୀ ଖବର ପାଇ କଲାପଥର ଓ ସହରର ୱାର୍ଡ ନମ୍ବର-1 ଅଞ୍ଚଳରେ ବିଦ୍ୟୁତ ବିଛିନ୍ନ କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ବଲଣ୍ଡା ପଞ୍ଚାୟତରେ ହାତୀ ଉପଦ୍ରବ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ସେହିପରି ଗତକାଲି ଅପରାହ୍ନରେ ଜିଲ୍ଲାର ଲଛିପୁର ଅଞ୍ଚଳରେ ବାରପାହାଡ ଜଙ୍ଗଲରୁ ଘରେ ହାତୀ ଆସି ବ୍ୟାପକ ଉପଦ୍ରବ କରିଛି । ପାଚିଲା ଧାନ ଫସଲ ଖାଇବାକୁ ବାରପାହଡ ଜଙ୍ଗଲରୁ ହାତୀ ଆସି ବ୍ୟାପକ ଫସଲ ହାନି କରିଥିବା ଜଣା ପଡ଼ିଛି । ଗତକାଲି ରାତିରେ ଅସୁରମୁଣ୍ଡା ଗାଁର ତେଲି ସାହିର ସୁଦାମ ପୋଢଙ୍କ ଦୁଇ ବର୍ଷର ଗୋଟିଏ ଗାଇକୁ କଚାଡି ମାରି ଦେଇଛି । ବନ ବିଭାଗ ପକ୍ଷରୁ ଲଛିପୁର ଅଞ୍ଚଳରେ ଉପଦ୍ରବ କରୁଥିବା ହାତୀକୁ ପୁଣି ବଣପାହାଡ ଜଙ୍ଗଲ ଆଡକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.