ETV Bharat / state

Elephant Terror: ଜଙ୍ଗଲ ଛାଡି ସହରରେ ବୁଲୁଛି ହାତୀ, ପାଟଣାଗଡ଼ବାସୀ ଆତଙ୍କିତ

author img

By ETV Bharat Odisha Team

Published : Oct 27, 2023, 4:09 PM IST

ପାଟଣାଗଡ଼ ସହର ଭିତରେ ହାତୀ ଆତଙ୍କ ,ଲୋକେ ଭୟଭୀତ
ପାଟଣାଗଡ଼ ସହର ଭିତରେ ହାତୀ ଆତଙ୍କ ,ଲୋକେ ଭୟଭୀତ

ବଲାଙ୍ଗୀର ସହରରୁ ସହର ବୁଲୁଛି ଦନ୍ତା ହାତୀ । ଲୋକେ ଭୟଭୀତ । ହାତୀକୁ ଘଉଡାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି । ଅଧିକ ପଢନ୍ତୁ

ପାଟଣାଗଡ଼ ସହର ଭିତରେ ହାତୀ ଆତଙ୍କ ,ଲୋକେ ଭୟଭୀତ

ବଲାଙ୍ଗୀର: ସହରରେ ହାତୀ ଆତଙ୍କ । ବଲାଙ୍ଗୀରରେ ଏବେ ସହର ମୁହାଁ ହୋଇଛନ୍ତି ହାତୀ । ଗତ ଦୁଇ ଦିନ ହେଲା ବଲାଙ୍ଗୀରର ସହରରେ ବୁଲୁଛନ୍ତି ହାତୀ । ଫଳରେ ସାଧାରଣଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରଖିଛନ୍ତି । ଗୋଟିଏ ଦନ୍ତା ହାତୀ ଏବେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସହର ମଧ୍ୟରେ ପ୍ରବେଶ କରି ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ତେବେ ସହର ମଧ୍ୟରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଲୋକେ ଭୟଭୀତ ଥିବା ବେଳେ ହାତୀକୁ ଦେଖିବାକୁ ଲୋକଙ୍କ ଭଡ ମଧ୍ୟ ଜମାଉଛନ୍ତି ।

ସୂଚନାଯୋଗ୍ୟ ଗୋଟିଏ ଦନ୍ତା ହାତୀ ପ୍ରଥମେ ନୂଆପଡ଼ା ଜିଲ୍ଲା ଖରୀଆର ପଟରୁ ବଲାଙ୍ଗୀରର ତୁରେକେଲା ଅଞ୍ଚଳକୁ ଆସିଥିଲା । ସେଠାରୁ କଣ୍ଟାବାଞ୍ଜି ସହର ଦେଇ ବେଲାପଡ଼ା ଓ ପରେ ପାଟଣାଗଡ଼ ସହର ମଧ୍ୟକୁ ଆସିଥିଲା । ତେବେ ହାତୀଟି ମୁଖ୍ୟ ସଡ଼କରେ ଆସି ସହର ପରେ ସହର ବୁଲୁଛି । ତେବେ ଗତକାଲି ରାତିରୁ ଏହି ହାତୀଟି ପାଟଣାଗଡ଼ ସହର ମଧ୍ୟରେ ବୁଲୁଛି । ହାତୀଟି ବର୍ତ୍ତମାନ ସୁଧା କାହାର କୌଣସି କ୍ଷୟକ୍ଷତି କରି ନଥିବା ବେଳେ କାହାରିକୁ ଆକ୍ରମଣ ମଧ୍ୟ କରିନାହିଁ ।

ସେପଟେ ସହର ମଧ୍ୟରେ ହାତୀ ବୁଲୁ ଥିବାବେଳେ ଲୋକଙ୍କ ମଧ୍ୟରେ ଭୟର ବତାବରଣ ଖେଳି ଯାଇଛି । ସହରରେ ହାତୀ ବୁଲୁଥିବା କାରଣରୁ କିଛି ଅମାନିଆ ଲୋକେ ଅତି ବିପଦ ସଙ୍କୁଳ ଭାବରେ ହାତୀକୁ ଦେଖିବାକୁ ଭିଡ଼ ଜମାଉଛନ୍ତି ,ଯାହା ବନ ବିଭାଗର ମୁଣ୍ଡ ବଥାର କାରଣ ପାଲଟିଛି । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ...Elephant Dies in Athagarh: ସଙ୍କଟରେ ଗଜରାଜ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତାର ମୃତ୍ୟୁ

ଫରେଷ୍ଟର ଗୁଣନିଧି ପରିଡ଼ା କହିଛନ୍ତି,"ହାତୀର ଗତି ବିଧି ଉପରେ ନଜର ରଖିଯାଇଛି । ହାତୀଟି କଣ୍ଟାବାଞ୍ଜି ବେଲାପଡ଼ା ଅଞ୍ଚଳରୁ ପାଟଣାଗଡ଼ ପଟେ ଆସୁଥିବାର ଆମେ ଖବର ପାଇଥିଲୁ । ହାତୀକୁ ଟ୍ରାକ କରୁଥିବା ସ୍କୁଆଡ୍ ଏହି ଖବର ଦେଇଥିଲୁ । ଏବଂ ହାତୀକୁ ଆଜି ପାଟଣାଗଡ଼ ସହର ମଧ୍ୟରେ ଠାବ କରାଯାଇଥିଲା । ହାତୀ ସହର ମଧ୍ୟରେ ବୁଲିବା ପରେ ଲାରମ୍ଭା ଅଞ୍ଚଳକୁ ଚାଲି ଯାଇଛି ।"

ଏହା ପୂର୍ବରୁ କଳାହାଣ୍ଡିରେ ମଧ୍ୟ ହାତୀ ଆତଙ୍କ ଦେଖିବାକୁ ମଳିଛି । ହାତୀ ପଲ ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି । ଫଳରେ ଲୋକଙ୍କ ଧନ ଜୀବନ ନଷ୍ଟ ହେବା ସହ ଜିଲ୍ଲାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । କେସିଙ୍ଗା ରେଞ୍ଜ ଅନ୍ତର୍ଗତ ଦେଓଗାଁରେ ଆତଙ୍କ ମଚାଇଛନ୍ତି ୫ଟିକିଆ ହାତୀ ପଲ । ନିକଟ ଜଙ୍ଗଲରୁ ଗାଁ ମୁହାଁ ହୋଇଥିବା ବେଳେ ବର୍ତ୍ତମାନ ଗାଁ ମୁଣ୍ଡରେ ରହିଥିବା ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.