ETV Bharat / state

ପୁଣି ଅଶାନ୍ତ ପୁରୀ, ଦରଜିପୋଖରୀ ଛକରେ ଯୁବକଙ୍କୁ ଛୁରାମାଡ

author img

By

Published : Apr 18, 2023, 10:47 AM IST

Updated : Apr 18, 2023, 11:30 AM IST

youth allegedly stabbed in puri
ପୁରୀ ସହର ଯୁବକଙ୍କୁ ଛୁରାମାଡ

ପୁରୀରେ ଦିନକୁ ଦିନ ଦୁର୍ବୁତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି । ପୁଣି ଜଣେ ଯୁବକଙ୍କ ଛୁରାମାଡ କରିଛନ୍ତି କିଛି ଦୁର୍ବୃତ୍ତ । ଅଧିକ ପଢନ୍ତୁ

ପୁରୀ ସହର ଯୁବକଙ୍କୁ ଛୁରାମାଡ

ପୁରୀ: ପୁଣି ଅଶାନ୍ତ ହୋଇଛି ପୁରୀ । ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ରକ୍ତ ରଞ୍ଜିତ ହୋଇଛି ପୁରୀ ସହର । ପୁଣି ଜଣଙ୍କୁ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ଦରଜିପୋଖରୀ ଛକ ନିକଟରେ ଜଣେ ଯୁବକଙ୍କୁ ଛୁରୀରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିବା ଜଣାପଡିଛି । ଆହତ ଆବସ୍ଥାରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଏନେଇ ଥାନାରେ ମାମଲା ହୋଇଥିବା ବେଳେ ତଦନ୍ତ କରୁଛି ପୋଲିସ ।

ଏହା ବି ପଢନ୍ତୁ...ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ହାଜର ହେବାକୁ ସମନ

ସୂଚନାଅନୁସାରେ, ଗତକାଲି(ସୋମବାର) ରାତି ପ୍ରାୟ ୧୦ ଟା ୩୦ ସମୟରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଦରଜିପୋଖରୀ ଛକ ନିକଟରେ ଜଣେ ଯୁବକଙ୍କୁ ଛୁରୀରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିବା ଜଣାପଡିଛି । ଆହତ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ତଳମାଳିସାହିର ଶୁଭମ ବାରିକ୍ । ଗୋପାଳପୁରଠାରେ ଏକ ନିଶା ନିବାରଣ କେନ୍ଦ୍ରରେ ସେ କାର୍ଯ୍ୟ କରନ୍ତି । ସୋମବାର ରାତି ପ୍ରାୟ ୧୦ଟା ୩୦ ମିନଟ୍ ସମୟରେ ଆହତ ହୋଇଥିବା ଶୁଭମ ଦରଜିପୋଖରୀ ଛକ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବିରିୟାନୀ ଆଣିବା ପାଇଁ ଯାଇଥିଲେ । ହଠାତ ଦୁଇଜଣ ଯୁବକ ଆସି ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଶୁଭମ ତାଙ୍କ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇଥିଲେ ।

ଚିକିତ୍ସା ପାଇଁ ତାଙ୍କୁ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷରେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଛୁରାମାଡର କାରଣ ଜଣାପଡି ନଥିଲେ ମଧ୍ୟ ନିଶା ନିବାରଣ କେନ୍ଦ୍ରର କିଛି ଅପରାଧି ଏପରି ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ସେପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ଚଢାଉ ଜାରି ରହିଛି । ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁରୀ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ବେଦାନ୍ତ ଫେକର ପ୍ଲାଣ୍ଟ ଦୁର୍ଘଟଣା, ଉଚ୍ଚସ୍ତରୀୟ ବୈଠକ କଲା ଜିଲ୍ଲା ପ୍ରଶାସନ

ପ୍ରକାଶଥାଉ କି, ପୁରୀରେ ଦିନକୁ ଦିନ ଦୁର୍ବୁତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି । ଜାନୁଆରୀ 26 ତାରିଖରେ ପୁରୀରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିଲା । ଶ୍ରୀମନ୍ଦିରଠାରୁ ମାତ୍ର 100 ମିଟର ଦୂର ବଡଦାଣ୍ଡର ମର୍ଚ୍ଚିକୋଟ ଛକ ଠାରେ କିଛି ଦୁର୍ବୃତ୍ତ ଯୁବକଙ୍କୁ ଛୁରାମାଡ କରିଥିଲେ । ଜିଲ୍ଲାରେ ଏପରି ଆତଙ୍କରାଦ ଜିଲ୍ଲା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ।

ଇଟିଭି ଭାରତ, ପୁରୀ

Last Updated :Apr 18, 2023, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.