ETV Bharat / state

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ହାଜର ହେବାକୁ ସମନ

author img

By

Published : Apr 18, 2023, 9:30 AM IST

Updated : Apr 18, 2023, 11:01 PM IST

ବହୁଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ହତ୍ୟା ଓ ଅପରାଧିକ ଷଡଯନ୍ତ୍ର ଚରିବା ଦଫାରେ ପୁଣି ହେବ ବିଚାର । ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ୨୭ରେ କୋର୍ଟରେ ହାଜର ହେବାକୁ ସମନ । ଅଧିକ ପଢନ୍ତୁ

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା
ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା
ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା

ଗଜପତି: ପୁଣିଥରେ ଖୋଲିଲା ବହୁଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଫାଇଲ । ତିନି ଅଭିଯୁକ୍ତ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରାଯାଇଛି । ଆବେଦକାରୀଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ଅନ୍ୟାନ୍ୟ ଦଲିଲ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ, ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଅଭିଯୋଗର ବିଚାରଯୋଗ୍ୟ ତଥ୍ୟ ରହିଛି । ତେଣୁ ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ସମନ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୨୦୨୧ ମସିହା ଜୁଲାଇ ମାସ ତାରିଖରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ଏତେ ଦିନ ପରେ ପୁଣି ଥରେ ମାମଲାର ଶୁଣାଣି ହେବା ଜଣାପଡିବା ପରେ ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ପାଇବା ଆଶାରେ ଅଛନ୍ତି ।


୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏହି ମାମଲାରେ ସାମିଲ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କୁ ୩ ଥର ଜେରା କରିଥିଲା । ଖାଲି ସେତିକି ନୁହେଁ ସୌମ୍ୟଙ୍କ ଗାଁ ବାଲେଶ୍ବର ଜିଲ୍ଲା ଖଇରାକୁ ଯାଇ ତାଙ୍କ ବାପା, ମାଆ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଥିଲା ତଦନ୍ତକାରୀ ଦଳ । ଏହାପରେ ମଧ୍ୟ ପୋଲିସ ହାତ ଖାଲିଥିବା ବେଳେ ତଦନ୍ତକାରୀ ଦଳ ଉପରେ ପ୍ରଶ୍ନ ଉଠିଥିଲା । ଏହି ଘଟଣାର ବିଭିନ୍ନ ତଥ୍ୟକୁ ନେଇ ମିଡିଆ ଟ୍ରାଏଲ ମଧ୍ୟ ହୋଇଥିଲା । ପାରଳାଖେମୁଣ୍ଡି ପୋଲିସ ଏହି ହାଇପ୍ରୋଫାଇଲ୍ ଘଟଣା ଉପରୁ ପରଦା ହଟାଇବାକୁ ନେଇ ଇଚ୍ଛା ପ୍ରକାଶ କରୁନଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । ପୋଲିସ ଘଟଣାକୁ ଅଧିକ ରହସ୍ୟାକୃତ କରୁଥିବା ଅଭିଯୋଗ ହୋଇଥିଲା । ଏହାର ଅନେକ କାରଣ ରହିଛି ।

ସୌମ୍ୟ ନିଆଁରେ ପୋଡି ହେବା ଦିନ ଘଟଣାସ୍ଥଳର ଚାବି ପୋଲିସ ଡିଏଫଓ କାର୍ଯ୍ୟାଳୟକୁ ଦେଇ ଦେବା, ୯୫ ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାଇବା ପରିବର୍ତ୍ତେ ଦୀର୍ଘ ସମୟ କୌଣସି ସୁବିଧା ନଥିବା ପାରଳାଖେମୁଣ୍ଡି ହସ୍ପିଟାଲ୍‌ରେ ରଖିବା ଓ ତାଙ୍କ ଜମାନବନ୍ଦୀ ରେକର୍ଡ କରିବା । ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଧା ବାଟରେ ଅଟକାଇବା, ଜମାନବନ୍ଦୀ ଆଧାରରେ ତଦନ୍ତ ନକରିବା ଆଦି କାର୍ଯ୍ୟ ପୋଲିସକୁ ସନ୍ଦେହ ଘେରକୁ ଆଣିଥିଲା । ସେପଟେ ଘଟଣା ସମୟରେ ଉଭୟ ସୌମ୍ୟ ଓ ତାଙ୍କ ପତ୍ନୀ ଗୋଟିଏ ଘରେ ରହିଥିଲେ । ତେଣୁ ସୌମ୍ୟ ଯଦି ଏଭଳି କିଛି ଚରମ ନିଷ୍ପତ୍ତି ନେଇଥିଲେ ତେବେ ବିଦ୍ୟା ଭାରତୀ କେମିତି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଥିଲା ।

ଇଟିଭି ଭାରତ, ଗଜପତି

Last Updated : Apr 18, 2023, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.