ETV Bharat / state

ଗାଁରେ ଆତଙ୍କ ଖେଳାଇଛି କଲରାପତରିଆ, ଶିଶୁକୁ ଝାମ୍ପି ନେବାର 24 ଘଣ୍ଟା ନପୁରୁଣୁ ଗାଈକୁ ଶିକାର

author img

By ETV Bharat Odisha Team

Published : Oct 31, 2023, 11:01 AM IST

Updated : Oct 31, 2023, 2:33 PM IST

ଗାଁରେ ବୁଲୁଛି କଲରାପତରିଆ ବାଘ, ଶିଶୁକୁ ଝାମ୍ପି ଖାଇବାର 24 ଘଣ୍ଟା ନପୁରୁଣୁ ଗାଈ ଶିକାର
ଗାଁରେ ବୁଲୁଛି କଲରାପତରିଆ ବାଘ, ଶିଶୁକୁ ଝାମ୍ପି ଖାଇବାର 24 ଘଣ୍ଟା ନପୁରୁଣୁ ଗାଈ ଶିକାର

ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କ । ଶିଶୁକୁ ଖାଇବାର 24 ଘଣ୍ଟା ନପୁରୁଣୁ ଏବେ ଗାଈ ଝାମ୍ପିନେଇଥିବା ସୂଚନା ରହିଛି । ଭୟଭୀତ ଗ୍ରାମବାସୀ । ଅଧିକ ପଢନ୍ତୁ

ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ମାତିଛି ମଣିଷଖିଆ କଲରାପତରିଆ ବାଘ । 8 ବର୍ଷର ଶିଶୁକୁ ମାରିବା ଘଟଣାକୁ 24 ଘଣ୍ଟା ନପୁରୁଣୁ ଆଜି ଏକ ଗାଈଙ୍କୁ ବାଘ ଝାମ୍ପି ନେଇ ମାରି ଖାଇଥିବା ନେଇ ସୂଚନା ରହିଛି । ତେବେ ଏଭଳି ଘଟଣା ନେଇ ସମଗ୍ର ଅଞ୍ଚଳରେ ଭୟରବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ବାଘରୁ ସୁରକ୍ଷା ଓ ବାଘ ଆକ୍ରମଣରେ ମୃତ ଶିଶୁର ପରିବାର ବର୍ଗଙ୍କୁ 10 ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ତାତିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।

ଏହାମଧ୍ୟ ପଢନ୍ତୁ..Tiger Terror: ଖେଳୁଥିବା ଶିଶୁକୁ ଝାମ୍ପି ନେଲା ବାଘ, ଫରେଷ୍ଟ ବିଟ୍ ହାଉସ ଘେରିଲେ ଉତ୍ତ୍ୟକ୍ତ ଲୋକେ

ନୂଆପଡା ଜିଲ୍ଲାରେ କଲରାପତରିଆ ବାଘ ଭୟ । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଗାଁଗୁଡ଼ିକରେ କଲରାପତରିଆ ବାଘ ଆତଙ୍କ ରଚିବାରେ ଲାଗିଛି । ଗତକାଲି ସନ୍ଧ୍ୟା ସମୟରେ କଟିଂପାଣି ଗାଁର ଜଣେ 8 ବର୍ଷର ଶିଶୁ ଡମ୍ବୁ ଧରୁଆ ଗାଁ ଦାଣ୍ଡରେ ସାଥି ପିଲାଙ୍କ ଗହଣରେ ଖେଳୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ କଲରାପତରିଆ ବାଘ ଆସି ଝାମ୍ପି ମାରି ଜଙ୍ଗଲକୁ ନେଇ ଯାଉଥିଲା । ପରିବାର ଲୋକେ ଏବଂ ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ବାଘକୁ ଘଉଡ଼ାଇବା ବେଳେ କିଛି ଦୂରରେ ବାଘ ଶିଶୁଟିକୁ ଛାଡ଼ି ଜଙ୍ଗଲକୁ ଚାଲି ଯାଇଥିଲା । ପରେ ପରିବାର ଲୋକେ ଶିଶୁର ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଆଜି(ମଙ୍ଗଳବାର) ସକାଳେ ଶିଶୁର ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।

ଅନ୍ୟପଟେ ଘଟଣା ଘଟିବାର 24 ଘଣ୍ଟା ନପୁରୁଣୁ ସେହି କଟିଙ୍ଗପାଣି ଗାଁର ଅର୍ଜୁନ ଧରୁଆଙ୍କ ଏକ ଗାଈକୁ ଝାମ୍ପି ମାରି ଖାଇଛି ବାଘ । ଏବେ ଗାଁ ଲୋକେ ବାଘ ଭୟରେ ଆତଙ୍କିତ ଥିବାବେଳେ କ୍ଷତିପୂରଣ ଦାବି କରିବା ସହିତ ଗାଁ ଲୋକଙ୍କୁ ସୁରକ୍ଷା ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Watch: ଗାଁ ପାଖରେ ବୁଲୁଛି କଲରାପତରିଆ ବାଘ, ଛାନିଆ ଲୋକେ

ତେବେ ନୂଆପଡ଼ାରେ ବାରମ୍ବାର କଲରାପତରିଆ ବାଘ ଆତଙ୍କ ଖେଳାଉଛି । ପ୍ରଥମେ ନୂଆପଡ଼ା ସଦର ବ୍ଲକ ହଳଦୀ ଗାଁରେ 4ବର୍ଷର ଶିଶୁ ଛଗନ ପାଣ୍ଡେକୁ ମାଆ କୋଳରୁ ଛଡାଇ ନେଇ ବାଘ ଖାଇ ଯାଇଥିଲା । ପରେ ଜଳମଡେଇ ଗାଁର ଏକ ବୃଦ୍ଧାଙ୍କୁ ଘର ବାରିପଟୁ ବାଘ ଟେକିନେଇ ଖାଇ ଯାଇଥିଲା । ଏହାପରେ ମୁଶରଙ୍ଗୀ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ ରଚିଥିଲା । ତରିଆମହୁଆଭଟା ଗାଁରେ ଗୋଟେଏ ପରେ ଗୋଟିଏ ଗାଈ ବାଛୁରୀକୁ ବାଘ ଝାମ୍ପି ମାରି ଖାଇଛି । ଗତକାଲି ପୁଣି କଟିଙ୍ଗପାଣି ଗାଁରେ 8 ବର୍ଷର ଶିଶୁ କୁ ଝାମ୍ପି ମାରିଖାଇଛି ବାଘ । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସୁରକ୍ଷା ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି । ମୃତକ ପରିବାରଙ୍କୁ 10 ଲକ୍ଷ କ୍ଷତି ପୂରଣ ଦେବା ସହ ଗାଁକୁ ତାରବାଡ଼ରେ ଆବଦ୍ଧ କରିବା ସହ ଗାଁର ବିଭିନ୍ନ ସ୍ଥାନରେ CCTV ଲଗାଇ ଗାଁ ଲୋକଙ୍କୁ ସୁରକ୍ଷା ଦେବାକୁ ଦାବି କରିଛି ।

ଇଟିଭି ଭାରତ, ନୂଆପଡା

Last Updated :Oct 31, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.