Tiger Terror: ଖେଳୁଥିବା ଶିଶୁକୁ ଝାମ୍ପି ନେଲା ବାଘ, ଫରେଷ୍ଟ ବିଟ୍ ହାଉସ ଘେରିଲେ ଉତ୍ତ୍ୟକ୍ତ ଲୋକେ

By ETV Bharat Odisha Team

Published : Oct 30, 2023, 10:07 PM IST

thumbnail

ନୂଆପଡ଼ା: କଟିଙ୍ଗପାଣି ଗାଁରେ ବାଘ ଆତଙ୍କ । 7 ବର୍ଷର ଶିଶୁକୁ ଆକ୍ରମଣ କଲା କଲରାପତାରିଆ ବାଘ  । ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ କଟିଙ୍ଗପାଣି ଗାଁରେ କଲରାପତାରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ସୁନାବେଡା ଅଭୟାରଣ୍ୟରେ ପୂର୍ବରୁ ମଧ୍ୟ ବାଘ ଆତଙ୍କ ଦେଖାଦେଇଥିବାବେଳେ ଆଜି କଲରାପତାରିଆ ବାଘ ଆକ୍ରମଣର ଶିକାର ହୋଇଛି 7 ବର୍ଷର ଶିଶୁ ।

ସୂଚନା ଅନୁସାରେ, ୭ ବର୍ଷର ଶିଶୁଟି ଖେଳୁଥିବାବେଳେ କଲରାପତାରିଆ ବାଘ ଆସି ପିଲାଟିକୁ ଝାମ୍ପି ନେଇଥିବା କୁହାଯାଉଛି । ଏସବୁ ଦେଖିବା ପରେ ପରିବାର ଓ ଗାଁ ଲୋକେ ଚିତ୍କାର କରିବାରୁ ବାଘଟି ଶିଶୁର ମୃତଦେହ ଛାଡି ଖସି ଚାଲିଯାଇଛି । ସେପଟେ ବନବିଭାଗର ଅବହେଳା ଅଭିଯୋଗରେ ଉତ୍ତ୍ୟକ୍ତ ଗ୍ରାମବାସୀ କଟିଙ୍ଗପାଣି ଫରେଷ୍ଟ ବିଟ୍ ହାଉସକୁ ଘେରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.