ETV Bharat / state

Father Kills Son: ଅତିଷ୍ଠ କଲା ଝଗଡା, ପୁଅକୁ କୋଦାଳରେ ହାଣିଲା ବାପା

author img

By

Published : Aug 10, 2023, 10:05 AM IST

Updated : Aug 10, 2023, 1:42 PM IST

ପୁଅକୁ ହତ୍ୟା କଲା ବାପା
ପୁଅକୁ ହତ୍ୟା କଲା ବାପା

ନବରଙ୍ଗପୁରରେ ଚାଞ୍ଚଲ୍ୟ । ନିଶାସକ୍ତ ଅବସ୍ଥାରେ ପୁଅକୁ କୋଦାଳରେ ଆକ୍ରମଣ କରି ହତ୍ୟା କଲା ବାପା । ଅଧିକ ପଢନ୍ତୁ

Father Kills Son

ନବରଙ୍ଗପୁର: ମଦ ପିଇ ପିଶାଚ ସାଜିଲା ବାପା । ପୁଅର ରକ୍ତରେ ହୋଲି ଖେଳିଲା । ନିଜର ଜନ୍ମକଲା ପୁଅକୁ କୋଦାଳରେ ହାଣି ହତ୍ୟା କରିଲା ବାପା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ଖାଣ୍ଡା ୟୁଭି ୧୨ ଗ୍ରାମରେ ଗତକାଲି(ବୁଧବାର) ରାତିରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ପୁଅକୁ ହତ୍ୟା କରିଛି । ଏହାପରେ ଉମରକୋଟ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ଜଣାପଡିଛି । ଅଭିଯୁକ୍ତର ନାମ ବିପୁଳ ରାୟ । ମୃତ ପୁଅ ହେଲେ ସମୀରନ ରାୟ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏହାମଧ୍ୟ ପଢନ୍ତୁ: ଭାଇ-ଭାଇ ସମ୍ପର୍କରେ ଲାଗିଲା ରକ୍ତ ଛିଟା, ସାନଭାଇର କୁରାଢି ଚୋଟରେ ବଡ଼ଭାଇର ମୃତ୍ୟୁ

ସୂଚନା ଅନୁଯାୟୀ, କୌଣସି କଥା ନେଇ ବିପୁଳ ଓ ପୁଅ ସମୀରନ ଭିତରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ନିଶାଶକ୍ତ ବାପା କୋଦାଳରେ ପୁଅର ମୁଣ୍ଡକୁ ଚୋଟ ପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିଲା । ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖି ଏବେ ପଚରାଉଚରା କରୁଛି । ଏନେଇ ମୃତକଙ୍କ ଭାଇ କହିଛନ୍ତି,''ମୋ ବାପା ଓ ଭାଇ ସବୁବେଳେ ମଦ ପିଇ ଆସି ଘରେ ଝଗଡା କରନ୍ତି । କାଲି ବି ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିକି ବାପା ପାଖରେ ପଡିଥିବା କୋଦାଳରେ ସମୀରନ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।'' ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ: ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

ପ୍ରକାଶ ଥାଉକି, ୩ ଦିନ ତଳେ ଗଞ୍ଜାମ ଜିଲ୍ଲା ତାରାସିଙ୍ଗା ଥାନାର କୁପାଟି ଗାଁରେ ଜଘନ୍ୟ କାଣ୍ଡ ଘଟିଥିଲା । ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ମିଟର ରିଡର କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଜଣେ ଉପଭୋକ୍ତା । ମୃତ କର୍ମଚାରୀ ଲକ୍ଷ୍ମୀ ନାରାୟଣ । ସେ ସୋମବାର ଦିନ ସକାଳେ କୂପାଟି ଗାଁକୁ ମିଟର ରିଡିଂ ପାଇଁ ଯାଇଥିଲେ । ଏହି ସମୟରେ ଉପଭୋକ୍ତା ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Aug 10, 2023, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.