ETV Bharat / state

ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

author img

By

Published : Aug 7, 2023, 2:46 PM IST

electric consumer kills meter reader
electric consumer kills meter reader

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ମିଟର ରିଡର କର୍ମଚାରୀଙ୍କୁ ହତ୍ୟା । ଧାରୁଆ ଅସ୍ତ୍ରରେ ହାଣି ଜୀବନ ନେଲେ ଉପଭୋକ୍ତା । ଅଧିକ ପଢନ୍ତୁ

ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ

ବ୍ରହ୍ମପୁର: ଗଞ୍ଜାମରେ ବୀଭତ୍ସ ହତ୍ୟାକାଣ୍ଡ । ବିଦ୍ୟୁତ ଉପଭୋକ୍ତାଙ୍କ ଉନ୍ମତ୍ତ କାଣ୍ଡ । ମିଟର ରିଡର କର୍ମଚାରୀଙ୍କୁ ନିର୍ମମ ହତ୍ୟା । ବିଦ୍ୟୁତ୍‌ ବିଲ ଅଧିକ ଆସୁଥିବାରୁ ମିଟର ରିଡର କର୍ମଚାରୀଙ୍କୁ ହତ୍ୟା କଲେ ଉପଭୋକ୍ତା । ଏଭଳି ହତ୍ୟାକାଣ୍ଡ ଘଟିଛି ଭଞ୍ଜନଗର ଉପକଣ୍ଠ ତାରାସିଙ୍ଗ ଥାନା ଅନ୍ତର୍ଗତ କୁପାଟି ଗାଁରେ । ଆଜି (ସୋମବାର) ସକାଳ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ଗାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ଚାଞ୍ଚଲ୍ୟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

ଠିକା ଭିତ୍ତିରେ ଦୀର୍ଘବର୍ଷ ଧରି ମିଟର ରିଡର ଭାବରେ କାର୍ଯ୍ୟ କରି ଆସୁଥିଲେ ମୃତ ଲକ୍ଷ୍ମୀ ନାରାୟଣ । ସେ ଆଜି ସକାଳୁ କୂପାଟି ଗାଁକୁ ସେ ମିଟର ରିଡିଂ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ କିଛି ଉପଭୋକ୍ତା ଅତର୍କିତ ଭାବେ ଲକ୍ଷ୍ମୀ ନାରାୟଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଟର ରିଡର କର୍ମଚାରୀଙ୍କ ମୃତଦେହ ଜଣେ ଉପଭୋକ୍ତାଙ୍କ ଘର ବାହାରେ ପଡିରହିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ତାରସିଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ହତ୍ୟା ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ-ଫୋନ ହଜାଇ ଦେବାରୁ ସ୍ତ୍ରୀକୁ ଠେଙ୍ଗା ପିଟିପିଟି ହତ୍ୟା

ଅଧିକ ବିଦ୍ୟୁତ ବିଲ୍ ଆସୁଥିବା ନେଇ ମିଟର ରିଡର କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଉପଭୋକ୍ତା ହତ୍ଯା କରିବା ଘଟଣାକୁ ନେଇ ଜିଲ୍ଲାର ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ହତ୍ୟା ଘଟଣାକୁ ନେଇ ମିଟର ରିଡର କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ମୃତ କର୍ମଚାରୀଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ମିଟର ରିଡର କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାରେ କେତେ ଜଣ ସାମିଲ ଅଛନ୍ତି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-ନାବାଳକ ନରବଳି ଘଟଣା: ଭୟରେ ମୃତକଙ୍କ ପରିବାର, ସିବିଆଇ ତଦନ୍ତ ଦାବି କଲେ ବିଜେପି ନେତା

ଏନେଇ ମୃତକଙ୍କ ଭାଇ କାହ୍ନୁ ତ୍ରିପାଠୀ କହିଛନ୍ତି ଯେ, କୁପାଟି ଗାଁକୁ ମୋ ଭାଇ ମିଟର ରିଡିଂ ପାଇଁ ଆସିଥିଲା । ବିନା ଦୋଷରେ ତାକୁ ହତ୍ୟା କରାଯାଇଛି । କଟୁରୀରେ ହାଣି ତାକୁ ହତ୍ୟା କରାଯାଇଛି । ଗ୍ରାମବାସୀ ମଧ୍ୟ ଏ ସମ୍ପର୍କରେ ଆମକୁ କିଛି ସୂଚନା ଦେଇନଥିଲେ । ଏ ଘଟଣାରେ ତଦନ୍ତ ହେବା ଆବଶ୍ୟକ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.