ETV Bharat / state

ନବରଙ୍ଗପୁରରେ ଚାଞ୍ଚଲ୍ୟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

author img

By

Published : Aug 6, 2023, 9:43 PM IST

ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଧିକ ପଢନ୍ତୁ

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କଲା ମଦ୍ୟମ ସ୍ବାମୀ
ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କଲା ମଦ୍ୟମ ସ୍ବାମୀ

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କଲା ମଦ୍ୟମ ସ୍ବାମୀ

ନବରଙ୍ଗପୁର: ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିଛି ମଦ୍ୟମ ସ୍ବାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତରେ । ସିନ୍ଧିଗୁଡ଼ା ଅନ୍ତର୍ଗତ ବଡ଼ ଡାଇଭଟା ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ, ବଡ଼ ଡାଇଭଟା ଗ୍ରାମର ରବି ଖିଲ ଓ ତାଙ୍କ ସ୍ତ୍ରୀ ସସ୍ମିତା ଖିଲଙ୍କ ମଧ୍ୟରେ ଶନିବାର ରାତିରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଆଉ ଏହି ଗଣ୍ଡଗୋଳ ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିବା ଜଣାପଡିଛି ।

ରବି ଖିଲ ପ୍ରବଳ ମଦ୍ୟପାନ କରିଥିବାବେଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏହାପରେ ଉତ୍ତ୍ୟକ୍ତ ହୋଇ ଛତା ସାହାଯ୍ୟରେ ପିଟି ପିଟି ସସ୍ମିତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଗତକାଲି ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଆଜି ଏନେଇ ସୁରାକ ପାଇଥିଲେ ପଡୋଶୀ । ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜାଣିବା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ରବି ଖିଲକୁ ଅଟକ ରଖିଥିବା ଜଣାପଡିଛି ।

ଏନେଇ ଖବର ପାଇ ସସ୍ମିତାଙ୍କ ବାପଘର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ସସ୍ମିତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ । ତେବେ ମୃତ ଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ସସ୍ମିତାଙ୍କ ସ୍ବାମୀ ରବି ଖିଲଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ପରିବାର । କୌଣସି କାରଣକୁ ନେଇ ରବି ସସ୍ମିତାଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି । ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ନେବା ପାଇଁ ସସ୍ମିତାଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ଫୋନ ହଜାଇ ଦେବାରୁ ସ୍ତ୍ରୀକୁ ଠେଙ୍ଗା ପିଟିପିଟି ହତ୍ୟା

ସେପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମୁଖ୍ୟ ଚିକିତ୍ସାଳୟକୁ ଆଣି ରଖିବା ସହ ଏକ ମାମଲା ରୁଜୁ କରିଛି ପୋଲିସ । ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା ଏଭଳି ନିର୍ମମ ଭାବେ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.