ETV Bharat / bharat

ଭାଇ-ଭାଇ ସମ୍ପର୍କରେ ଲାଗିଲା ରକ୍ତ ଛିଟା, ସାନଭାଇର କୁରାଢି ଚୋଟରେ ବଡ଼ଭାଇର ମୃତ୍ୟୁ

author img

By

Published : Aug 9, 2023, 10:38 AM IST

ସାନ ଭାଇର କୁରାଢ଼ି ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ସାମାନ୍ୟ ଟଙ୍କା ପାଇଁ ରାଗରେ ଉତକ୍ଷିପ୍ତ ସାନ ଭାଇ କୁରାଢ଼ିରେ ହାଣି ବଡ଼ ଭାଇର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା । କେଉଁଠି ଘଟିଛି ଏହି ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ସମ୍ପର୍କରେ ଲାଗିଲା ରକ୍ତର ଛିଟା
ସମ୍ପର୍କରେ ଲାଗିଲା ରକ୍ତର ଛିଟା

କୋଲକାତା: ରକ୍ତରେ ଭିଜିଲା ଭାଇ-ଭାଇର ସମ୍ପର୍କ । ସାନ ଭାଇର କୁରାଢ଼ି ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ସାମାନ୍ୟ ଟଙ୍କାକୁ ନେଇ ଦୁଇ ଭାଇଙ୍କ ଭିତରେ ଲାଗିଥିଲା ଝଗଡା । ରାଗରେ ଉତକ୍ଷିପ୍ତ ସାନ ଭାଇ କୁରାଢ଼ିରେ ହାଣି ବଡ଼ ଭାଇର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପଶ୍ଚିମବଙ୍ଗର ଦାର୍ଜଲିଂ ଜିଲ୍ଲାରେ । ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।

ସୂଚନା ଅନୁସାରେ, ବଡ଼ ଭାଇ କ୍ରିଷ୍ଣାକାନ୍ତ ମଣ୍ଡଳ ଓ ସାନ ଭାଇ ରମାନନ୍ଦ ମଣ୍ଡଳ ଦୁହେଁ ପଶ୍ଚିମବଙ୍ଗ ଦାର୍ଜଲିଂ ଜିଲ୍ଲା ଖରିବାରି ବ୍ଲକ ଦେଓ୍ବାନଭିଟା ଗାଁରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ବଡ଼ ଭାଇ କ୍ରିଷ୍ଣାକାନ୍ତ କାହାକୁ ନଜଣାଇ ସାନ ଭାଇ ରମାନନ୍ଦର ଟଙ୍କା ଚୋରି କରିନେଇଥିଲେ । ତେବେ ଚୋରି ଟଙ୍କାକୁ ନେଇ ବଡ଼ ଭାଇ ଜଣକ ମଦ୍ୟପାନ କରି ଉଡାଇ ଦେଇଥିଲେ । ଏକଥା ଜାଣିବା ପରେ ରମାନନ୍ଦ ବଡ଼ ଭାଇ ଉପରେ ଭୀଷଣ ଭାବରେ ରାଗିଯାଇଥିଲେ । ଯେତେବେଳେ ବଡ ଭାଇ ଜଣଙ୍କ ରାତି ଅଧରେ ମଦ୍ୟପାନ କରି ଘରକୁ ଫେରିଥିଲା ସେତେବେଳେ ଟଙ୍କା ଚୋରି ଘଟଣାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ।

ଦୁଇ ଭାଇଙ୍କ ଏହି ଝଗଡାରେ ଭିତରେ ସାନଭାଇ ଜଣଙ୍କ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ କାଠହଣା କୁରାଢ଼ିରେ ବଡ଼ ଭାଇର ମୁଣ୍ଡକୁ ଆକ୍ରମଣ କରିଥିଲା । ତେବେ କୁରାଢି ଚୋଟରେ ବଡ଼ ଭାଇର ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଥିଲା ସାନଭାଇ, ଫଳରେ ଘଟଣାସ୍ଥଳରେ ବଡ଼ ଭାଇର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....୬ ହଜାର ଟଙ୍କା ପାଇଁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ସମ୍ପର୍କୀୟ ଭାଇ ଅଟକ

ପଡୋଶୀ ଲୋକ ଏହି ଘଟଣା ବିଷୟରେ ଜାଣିବା ପରେ ଏନେଇ ଖରିବାରି ପୋଲିସକୁ ସୂଚନା ହେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନର୍ଥ ବେଙ୍ଗଲ୍ ମେଡିକାଲ କଲେଜ ଆଣ୍ଡେ ହସ୍ପିଟାଲକୁ ପୋଷ୍ଟମଟମ ପାଇଁ ପଠାଇଥିଲା । ଏହାସହ ହତ୍ୟାରେ ବ୍ୟବହୃତ ହୋଇଥିବା କୁରାଢ଼ିକୁ ଜବତ କରିବା ସହ ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଅଭିଯୁକ୍ତ ରମାନନ୍ଦକୁ ସିଲିଗୁରି ସବ-ଡିଭିଜନ କୋର୍ଟରେ ହାଜର କରାଯିବା ପରେ ତାକୁ ଦୁଇ ଦିନ ପୋଲିସ ହେପାଜତରେ ରଖିବା ପାଇଁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ମାତ୍ର 6 ହଜାର ଟଙ୍କାକୁ ନେଇ ସମ୍ପର୍କୀୟ ଭାଇର ବେକ କାଟି ଦେଇଛି ଯୁବକ । ଭୁବନେଶ୍ବର ସ୍ଥିର ମଞ୍ଚେଶ୍ବର ଥାନା କିମ୍ଭିରିଆ ବସ୍ତିରେ ଘଟିଛି ଏଭଳି ଅଘଟଣ । ଚାରି ବର୍ଷ ତଳେ ନେଇଥିବା ଟଙ୍କା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସମ୍ପର୍କୀୟ ଭାଇର ବେକକୁ ବ୍ଲେଡରେ ଆକ୍ରମଣ କରିଥିଲା ଯୁବକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.