ETV Bharat / state

ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Aug 31, 2023, 7:59 AM IST

Updated : Aug 31, 2023, 2:12 PM IST

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ

ରାଇରଙ୍ଗପୁର: ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମ ପଞ୍ଚାୟତର ଭୋଳବେଡା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ବୁଧବାର ଗାଁ ପାଖ ପୋଖରୀରୁ ଜଣେ ଯୁବକଙ୍କ ମୃତ୍ୟୁ ଉଦ୍ଧାର କରାଯାଇଛି । ମୃତକ ହେଲେ ସେହି ଗାଁର ୩୭ ବର୍ଷୀୟ ଦୀପକ କୁମାର ଗିରି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଏ ଯାଏଁ ଜଣାପଡିନି । ପୋଲିସ ଆସି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ବୁଧବାର ସକାଳୁ ଭୋଳବେଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଜଣେ ଯୁବକ ମୁହଁ ମାଡି ପାଣିରେ ଭାସୁଥିବାର ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଶୋଇ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିଥିଲେ । ପରେ ମୃତକଙ୍କ ପରିଚୟ ଜଣାପଡିଥିଲା । ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ଦୀପକ ବୁଧବାର ଭୋର ୫.୩୦ ସମୟରେ ଶୌଚ ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ ।

ଏହାମଧ୍ୟ ପଢନ୍ତୁ: ଶାରିରୀକ ସମ୍ପର୍କ ପାଇଁ ମନା କଲା ସ୍ତ୍ରୀ, ଜୀବନ ହାରିଲେ ଦାଦନ ଶ୍ରମିକ: ହାଇଦ୍ରାବାଦରୁ ଆସିଲା ମୃତଦେହ

ସେପଟେ ପରିବାର ଲୋକଙ୍କ ସୂଚନା ଆଧାରରେ ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛି । ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା ନା ଏକ ଦୁର୍ଘଟଣା, ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁର କାରଣ ଜାଣିବାକୁ ଛାନଭିନ୍ ଚଳାଇଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଉକ୍ତ ଯୁବକଙ୍କ ମୃତ୍ୟୁରେ ଭୋଳବେଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଏହାମଧ୍ୟ ପଢନ୍ତୁ: ଚଳନ୍ତା ବସରୁ ଖସି କଣ୍ଡକ୍ଟରଙ୍କ ମୃତ୍ୟୁ, ଭିଡିଓ ଭାଇରାଲ

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Aug 31, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.