ETV Bharat / state

ଶାରିରୀକ ସମ୍ପର୍କ ପାଇଁ ମନା କଲା ସ୍ତ୍ରୀ, ଜୀବନ ହାରିଲେ ଦାଦନ ଶ୍ରମିକ: ହାଇଦ୍ରାବାଦରୁ ଆସିଲା ମୃତଦେହ

author img

By ETV Bharat Odisha Team

Published : Aug 30, 2023, 7:13 AM IST

Updated : Aug 30, 2023, 1:35 PM IST

ସ୍ତ୍ରୀ ଶାରିରୀକ ସମ୍ପର୍କ ପାଇଁ ମନା କରିବାରୁ ହାଇଦ୍ରାବାଦରେ ଜୀବନ ହାରିଲେ ଓଡ଼ିଆ ଦାଦନ ଶ୍ରମିକ । ଜନ୍ମମାଟିରେ ପହଞ୍ଚିଲା ମୃତଦେହ । ଅଧିକ ପଢନ୍ତୁ
ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା
ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦରୁ ଆସିଲା ମୃତଦେହ

ଫୁଲବାଣୀ: ହାଇଦ୍ରାବାଦରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ମୃତକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡା ଗାଁର ପିଣ୍ଟୁ ଓରଫ୍ ଭୋଳେଶ୍ବର ମୁଖୀ । ସେ ହାଇଦ୍ରାବାଦରେ ଗୋଟିଏ କୁକୁଡା ଫାର୍ମରେ କାମ କରୁଥିଲେ ଓ ୩ ବର୍ଷ ହେଲା ନିଜ ପରିବାର ସହ ସେଠାରେ ରହୁଥିଲେ । ତେବେ ତାଙ୍କର ସ୍ତ୍ରୀ ଶାରିରୀକ ସମ୍ପର୍କ ରଖିବା ପାଇଁ ମନା କରିଦେବାରୁ ପିଣ୍ଟୁ ଜୀବନ ହାରିଥିବା ସେ କହିଛନ୍ତି । ମଙ୍ଗଳବାର ଦାଦନ ଶ୍ରମିକଙ୍କ ମୃତଦେହ ହାଇଦ୍ରାବାଦରୁ ନିଜ ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି ।

ମୃତ ଶ୍ରମିକଙ୍କ ସ୍ତ୍ରୀଙ୍କ ବୟାନ ଅନୁସାରେ, ୩ ବର୍ଷ ତଳେ ପିଣ୍ଟୁଙ୍କ ବିବାହ ହୋଇଥିଲା ଏବଂ ତାଙ୍କର ଏକ ଦେଢବର୍ଷର ଝିଅ ମଧ୍ୟ ଅଛି । ଗତ ୨୬ ତାରିଖ ରାତିରେ ପିଣ୍ଟୁ ନିଜ ସ୍ତ୍ରୀଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିଲେ । କିନ୍ତୁ ସ୍ତ୍ରୀ ଦେହ ଖରାପ ଥିବା କହି ଅରାଜି ହୋଇଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାପରେ ସମସ୍ତେ ଶୋଇ ପଡିଥିଲେ । ପରଦିନ ଭୋର ପ୍ରାୟ ୩ଟା ବେଳେ ନିଜ ଘର ପଛପଟେ ଥିବା ଏକ କୋଠରୀରେ ପିଣ୍ଟୁଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତକଙ୍କ ସ୍ତ୍ରୀ ଘର ପାଖରେ ରହୁଥିବା ଜଣେ ସମ୍ପର୍କୀୟ ମାମୁଁଙ୍କୁ ଫୋନ କରି ଜଣାଇବା ସହ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଛାତ୍ରର ମୃତଦେହ ରଖି ଆନ୍ଦୋଳନ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ସହ କ୍ଷତିପୂରଣ ଦାବି

ଏହାପରେ ମୃତ ଶ୍ରମିକ ଜଣକ କାମ କରୁଥିବା କୁକୁଡା ଫାର୍ମର ମାଲିକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସ୍ତ୍ରୀ ନିଜ ଗାଁ ପୋଡାପଡାକୁ ସ୍ବାମୀଙ୍କ ମୃତଦେହ ଆଣିଥିଲେ । ତେବେ ପିଣ୍ଟୁଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ତାଙ୍କର ପରିବାର ଲୋକେ ସହଜରେ ଗ୍ରହଣ କରୁନଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଅନ୍ୟପଟେ ଘଟଣା ପରେ ମୃତ ଶ୍ରମିକଙ୍କ ସ୍ତ୍ରୀର ମାମୁଁଙ୍କୁ ହାଇଦ୍ରାବାଦ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

Last Updated :Aug 30, 2023, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.