ETV Bharat / state

Annual Bird Census: ମୟୂରଭଞ୍ଜରେ ପକ୍ଷୀ ଗଣନା ଆରମ୍ଭ, 100 ସ୍ଥାନରେ ଗଣନା ଜାରି

author img

By

Published : Jan 10, 2023, 9:44 PM IST

ଆଜିଠାରୁ ମୟୂରଭଞ୍ଜରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଜିଲ୍ଲାର 100ରୁ ଊର୍ଦ୍ଧ୍ବ ସ୍ଥାନରେ ପକ୍ଷୀ ଗଣନା କରୁଛି ଟିମ୍‌ । ଅଧିକ ପଢ଼ନ୍ତୁ

bird census
ପକ୍ଷୀ ଗଣନା

Annual Bird Census

ବାରିପଦା: ମୟୂରଭଞ୍ଜରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଜିଲ୍ଲାର 100ରୁ ଊର୍ଦ୍ଧ୍ବ ସ୍ଥାନରେ ଆଜିଠାରୁ (ମଙ୍ଗଳବାର) ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଶିମିଳିପାଳ ସଂଲଗ୍ନରେ ଥିବା ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ୩ଟି ବନଖଣ୍ଡର ଆଦ୍ର ଭୂମିରେ ପକ୍ଷୀ ଗଣନା କରୁଛି ଟିମ୍‌ ।

ଏହା ମଧ୍ୟ ପଢ଼ନ୍ତୁ: ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଶୀତଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ସୁଦୂର ସାଇବେରିଆରୁ ହଜାର ହଜାର ମାଇଲ୍ ବାଟ ଅତିକ୍ରମ କରି ମୟୂରଭଞ୍ଜକୁ ଖାଦ୍ୟ ଅନ୍ବେଷଣରେ ଉଡି ଆସିଥାନ୍ତି ଅନେକ ପକ୍ଷୀ । ବିଦେଶରୁ ଆସୁଥିବା ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ନିରାମୟ କେନ୍ଦ୍ରରେ ଶୋଇ ରହୁଛନ୍ତି କର୍ମଚାରୀ, ଔଷଧ ପାଇଁ ନୟାନ୍ତ ହେଲେ ରୋଗୀଙ୍କ ସମ୍ପର୍କୀୟ

ତଦନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡର ଦେଉଳିର ଜମ୍ଭିରା, ବଡଯୋଡ, ପାଉଁଶିଆ, ହଳଦିଆ, କାଳ, ସୋନ, ନେସା, ବାଙ୍କବଳ ଓ ସୁଲେଇପାଟର ଖଡଖାଇ ବନ୍ଧ ସମେତ 100ରୁ ଊର୍ଦ୍ଧ୍ବ ଜଳାଶୟ ଏବଂ ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ଆଜି ସକାଳୁ ପକ୍ଷୀ ଚିହ୍ନଟ ଓ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ୩ ବନଖଣ୍ଡ ଅଧିକାରୀ, ରେଞ୍ଜ ଅଧିକାରୀ, ବନପାଳ, ଗାର୍ଡ ଓ ଗବେଷକମାନେ ନିୟୋଜିତ ହୋଇଥିବା ସୂଚନା ମିଳିଛି । ଏନେଇ ବାରିପଦା ବନଖଣ୍ଡ ଏସିଏଫ ରବିନାରାୟଣ ମହାନ୍ତି କହିଛନ୍ତି, "ଆଜି ବାରିପଦା ପରେ 46 ସ୍ଥାନରେ ପକ୍ଷୀଗଣନା କାର୍ଯ୍ୟକ୍ରମ ରହିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମଧ୍ୟ ପକ୍ଷୀଙ୍କ ସଂଖ୍ୟା ଅଧିକ ରହିଥିବାବେଳେ କମ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡ଼ିଛି ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.