ନିରାମୟ କେନ୍ଦ୍ରରେ ଶୋଇ ରହୁଛନ୍ତି କର୍ମଚାରୀ, ଔଷଧ ପାଇଁ ନୟାନ୍ତ ହେଲେ ରୋଗୀଙ୍କ ସମ୍ପର୍କୀୟ

author img

By

Published : Jan 10, 2023, 11:34 AM IST

MKCG Hospital niramaya kendra video viral

MKCG ନିରାମୟ କେନ୍ଦ୍ରରେ ରହୁଥିବା କର୍ମଚାରୀଙ୍କ ଚରମ ଅବହେଳା । ରାତିରେ ଡ୍ୟୁଟି ସମୟରେ ଶୋଇ ରହୁଥିବା ବେଳେ ଔଷଧ ପାଇଁ ଡାକି ଡାକି ନୟାନ୍ତ ହେଲେ ରୋଗୀଙ୍କ ସମ୍ପର୍କୀୟ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

MKCG Hospital niramaya kendra video viral

ବ୍ରହ୍ମପୁର: ରୋଗୀ ସେବା କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ଅନେକ ଥର ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ଏମକେସିଜି ହସ୍ପିଟାଲ(MKCG Medical College And Hospital) । ଏବେ ପୁଣି ଔଷଧ ଦେବାରେ ଅବହେଳା କରି ପୁଣି ଚର୍ଚ୍ଚାକୁ ଆସିଛି । ବିଳମ୍ବିତ ରାତିରେ MKCG ହସ୍ପିଟାଲ ନିରାମୟ କେନ୍ଦ୍ରକୁ ଔଷଧ ଆଣିବାକୁ ଯାଇ ଜଣେ ରୋଗୀଙ୍କ ସମ୍ପର୍କୀୟ ହଇରାଣ ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି । ରାତି ଅଧରେ ଔଷଧ ପାଇଁ ଆସିଥିବା ବେଳେ ସେଠାରେ ଥିବା କର୍ମଚାରୀ ଶୋଇଥିବାରୁ ସେ ଝରକା ବାଡେଇବାଡେଇ ନୟାନ୍ତ ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ''ଜଣେ ରୋଗୀଙ୍କ ସମ୍ପର୍କୀୟ ଔଷଧ ଲେଖା ହୋଇଥିବା ଏକ କାଗଜ ଧରି ଆସି ନିରମୟ କେନ୍ଦ୍ରରେ ପହଞ୍ଚି ଥିଲେ । ଏହାପରେ ଔଷଧ ନେବା ପାଇଁ ଝରକା ବାଡେଇ ଥିଲେ । କିନ୍ତୁ ସେଠାରେ ଥିବା କର୍ମଚାରୀ ଶୋଇପଡିଥିଲେ । ବାରମ୍ବାର ବହୁ ସମୟ ପର୍ଯ୍ୟନ୍ତ ଝରକା ବାଡେଇବା ପରେ କର୍ମଚାରୀଙ୍କ ନିଦ ଭାଙ୍ଗିଥିଲା । କିନ୍ତୁ ସେ ଔଷଧ ଦେବା ପରିବର୍ତ୍ତେ ଚେୟାରରେ ବସି ରହିଥିଲେ । ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଔଷଧ ଦେବାକୁ କହୁଥିଲେ ମଧ୍ୟ କର୍ମଚାରୀ ଜଣଙ୍କ ଶୁଣୁନଥିଲେ । ପ୍ରାୟ ଅଧ ଘଣ୍ଟା ପରେ କର୍ମଚାରୀ ଜଣଙ୍କ ପ୍ରେସକ୍ରିପସନ ନେଇ ପଢିବାର କିଛି ସମୟ ପରେ ଅଳସ ଭାଙ୍ଗିଥିଲେ । ଏହାପରେ ଔଷଧ ଆଣି ଦେଇଥିଲେ । '' ଗତ ଗୁରୁବାର ଦିନ ଏପରି ଘଟଣା ଘଟିଥିବା ଜଣାପଡିଛି ।

ଏହି ଭିଡିଓ ଭାଇରାଲ ହେବା ପରେ ଏବେ ପ୍ରଶ୍ନ ଉଠି ଜଣ ଡ୍ୟୁଟିରେ ଥିବା କର୍ମଚାରୀ କାମରେ ଧ୍ୟାନ ନଦେଇ କେମିତି ଶୋଇ ପଡିଛନ୍ତି । ତାଙ୍କ ନିଦ୍ରା ଯୋଗୁଁ ଯଦି କାହାର ଜୀବନ ଚାଲିଯାଇଥାନ୍ତା ତେବେ ଏଥି ପାଇଁ ଦାୟୀ କିଏ ରହିଥାନ୍ତା । ଔଷଧ ପାଇବା ପାଇଁ ନୟାନ୍ତ ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ସେବା ଦେବା ବଦଳରେ ଡ୍ୟୁଟିରେ ରହିଥିବା କର୍ମଚାରୀଙ୍କ ଖାମଖିଆଲ ମନୋଭାବ ସହରରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଥିବା ବେଲେ ଏଭଳି ଭିଡିଓ ଭାଇରାଲ ପରେ ପ୍ରଶାସନ ପକ୍ଷରୁ ଏ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ନିକଟରେ MKCG ମେଡିକାଲର ସୁପର ସ୍ପେଶାଲିଟି କୋଠା ଚର୍ଚ୍ଚାକୁ ଆସିଥିଲା। ଏହି ନୂତନ କୋଠାର ପଞ୍ଚମ ମହଲରେ ଅଗ୍ନିକାଣ୍ଡ ଘଟିବା ପରେ ଦୁଇ ଦୁଇଟି ସ୍ଥାନରେ ସିଲିଂ ଖସିବା ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମନରେ ସୁରକ୍ଷାକୁ ନେଇ ଚିନ୍ତା ବଢିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.