ETV Bharat / state

ରାଜ୍ୟରେ IAS ମରୁଡି, ଚିନ୍ତାରେ ସରକାର

author img

By

Published : Oct 28, 2022, 7:11 PM IST

Updated : Oct 28, 2022, 7:23 PM IST

Etv Bharat
Etv Bharat

ରାଜ୍ୟରେ ଦେଖାଦେବାକୁ ଯାଉଛି ଆଇଏଏସ (Indian Administrative Services) ମରୁଡି । କାରଣ ଚଳିତ ମାସରେ ଅବସର ନେବାକୁ ଯାଉଛନ୍ତି ଓଡିଶା କ୍ୟାଡରର 3 ବରିଷ୍ଠ IAS ଅଧିକାରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦେଖାଦେବାକୁ ଯାଉଛି ଆଇଏଏସ (Indian Administrative Services) ମରୁଡି । କାରଣ ଚଳିତ ମାସରେ ଅବସର ନେବାକୁ ଯାଉଛନ୍ତି ଓଡିଶା କ୍ୟାଡରର 3 ବରିଷ୍ଠ IAS ଅଧିକାରୀ । IAS ଉପେନ୍ଦ୍ର ପ୍ରସାଦ ସିଂହ, ଜିଭିଭି ଶର୍ମା, ମଧୁସୁଦନ ପାଢୀ ଚଳିତ 31 ତାରିଖରେ ଅବସର ନେଉଛନ୍ତି । କେନ୍ଦ୍ରରେ ନିଯୁକ୍ତି ପାଇଥିବାରୁ ରାଜ୍ୟ ଗୃହ ସଚିବ ଥିବା ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି । ଏପରି ସ୍ଥିତିରେ ରାଜ୍ୟରେ ଖୁବ ଶୀଘ୍ର ହୋଇପାରେ IAS ସ୍ତରରେ ଅଦଳବଦଳ ।

ଏହାବି ପଢନ୍ତୁ- ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଶିଳ୍ପ ନୀତି: ଶିଳ୍ପ ମନ୍ତ୍ରୀ

ରାଜ୍ୟରେ ଦେଖା ଦେଇଛି IAS ଅଭାବ । କାରଣ 3 ବରିଷ୍ଠ IAS ଅଧିକାରୀ ଚଳିତ ମାସ 31 ତାରିଖରେ ଅବସର ନେବାକୁ ଯାଉଛନ୍ତି । ସେମାନେ ହେଲେ ଉପେନ୍ଦ୍ର ପ୍ରସାଦ ସିଂହ, ଜିଭିଭି ଶର୍ମା, ମଧୁସୁଦନ ପାଢୀ । ଉପେନ୍ଦ୍ର ପ୍ରସାଦ ସିଂହ ବୟନ ଶିଳ୍ପ ସଚିବ ଭାବେ କାର୍ଯ୍ୟରତ ଥିବାବେଳେ ଜିଭିଭି ଶର୍ମା ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଓ ମଧୁସୁଦନ ପାଢୀ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ଗୃହ ସଚିବ ଭାବେ ଦାଇତ୍ୱରେ ଥିବା ସଞ୍ଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ରାଜ୍ୟକୁ 248 ଜଣ IAS ଅଧିକାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର 145 ଜଣ । 25 ଜଣ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ 7 ଜଣ ଟ୍ରେନିଂରେ ଅଛନ୍ତି । ଏହାରି ଭିତରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ 2 ଥର କାର୍ଯ୍ୟକାଳ ବୃଦ୍ଧି ହୋଇସାରିଛି । ଏପରି ସ୍ଥିତିରେ 4 ବରିଷ୍ଠ ଅଧିକାରୀ ଚାଲିଗଲେ କେମିତି ଚାଲିବ ପ୍ରାଶାସନିକ କଳ ତାକୁ ନେଇ ଚିନ୍ତାରେ ସରକାର ।

ଏହାବି ପଢନ୍ତୁ- Vitamin D ଅଭାବରୁ ହୋଇପାରେ ଅକାଳ ବିୟୋଗ

ତେଣୁ ଖୁବ ଶୀଘ୍ର ହୋଇପାରେ IAS ସ୍ତରରେ ଅଦଳବଦଳ । ଅନ୍ୟପଟେ ଆବଶ୍ୟକୀୟ IAS ଅଫିସର ଏବେ କେଉଁଠୁ ଆସିବେ ସେଇ ଚିନ୍ତାରେ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଆଣିବେ ନା ପୁଣି ଗୋଟିଏ ଅଫିସରଙ୍କୁ ଏକାଧିକ ପୋଷ୍ଟ ଦେବେ ସେ ନେଇ ବିଚାର ବିମର୍ଷ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 28, 2022, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.