ETV Bharat / sukhibhava

Vitamin D ଅଭାବରୁ ହୋଇପାରେ ଅକାଳ ବିୟୋଗ

author img

By

Published : Oct 28, 2022, 4:25 PM IST

ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଭିଟାମିନ୍ D ଅଭାବରୁ ଅକାଳ ବିୟୋଗ ହୋଇପାରେ(Vitamin D deficiency linked to premature death) । ଅଧିକ ପଢନ୍ତୁ

Vitamin D ଅଭାବରୁ ହୋଇପାରେ ଅକାଳ ବିୟୋଗ
Vitamin D ଅଭାବରୁ ହୋଇପାରେ ଅକାଳ ବିୟୋଗ

ହାଇଦ୍ରାବାଦ: ଭିଟାମିନ୍-D ଅଭାବରୁ ହାଡରେ ଯନ୍ତ୍ରଣା । ଏପରିକି ଦୁର୍ବଳ ମାଂସପେଶୀ ଏବଂ ଜଏଣ୍ଟ ପେନ୍ ଇତ୍ୟାଦି ସମସ୍ୟା ହେଉଥିବା ନେଇ ଆପଣ ଶୁଣିଥିବେ । ତେବେ ଏନେଇ ଆଉ ଏକ ଅନୁସନ୍ଧାନ ମୂଳକ ବଡଖବର ସାମ୍ନାକୁ ଆସିଛି, ତାହେଲା ଭିଟାମିନ୍-D ଅଭାବରୁ ଅକାଳ ବିୟୋଗ ମଧ୍ୟ ହୋଇପାରେ । ଏକଥା ଆମେ କହୁନୁ, ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଭିଟାମିନ୍-D ଅଭାବରୁ ଅକାଳ ବିୟୋଗ ଅର୍ଥାତ୍ କମ୍ ବୟସରେ ଜୀବନ ଚାଲିଯିବାର ସମ୍ଭାବନା ରହିଛି । ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ତେବେ ସୂର୍ଯ୍ୟକିରଣରୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍-D ମିଳିବା ସହ ବିଭିନ୍ନ ପନିପରିବାରୁ ମଧ୍ୟ ମିଳିଥାଏ, ତଥାପି ଲୋକଙ୍କ ଠାରେ ଏହାର ଅଭାବ ଦେଖାଦେଉଛି । ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆର ପ୍ରତି ତିନିଜଣ ବୟସ୍କଙ୍କ ମଧ୍ୟରୁ ଜଣେ ସାମାନ୍ୟ, ମଧ୍ୟମ କିମ୍ବା ଗୁରୁତର ଭିଟାମିନ୍-D ଅଭାବରେ ପୀଡିତ ।

ଏହା ମଧ୍ୟ ପଢନ୍ତୁ: ଜଟିଳ ରୋଗର ଲକ୍ଷଣ ହୋଇପାରେ ବାରମ୍ବାର ଥଣ୍ଡା ଓ କାଶ, କରନ୍ତୁ ନାହିଁ ଅଣଦେଖା

ଆନ୍ନାଲ୍ସ ଅଫ୍ ଇଣ୍ଟରନାଲ୍ ମେଡିସିନ୍‌ରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଭିଟାମିନ୍-D ଅଭାବ ଯେତେ ଗୁରୁତର, ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ସେତେ ଅଧିକ । ଭିଟାମିନ୍-D ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ । ଯାହା ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଆମର ହାଡ ଏବଂ ମାଂସପେଶୀକୁ ଦୃଢ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: WHO Report: କୋଭିଡ ବଢାଇଲା ଯକ୍ଷ୍ମାରୋଗୀଙ୍କ ସଂଖ୍ୟା, ଗୋଟିଏ ବର୍ଷରେ ସର୍ବାଧିକ ଆକ୍ରାନ୍ତ

ଅଧ୍ୟୟନର ପ୍ରଥମ ଲେଖକ ତଥା ୟୁନିଏସ୍ଏ ପିଏଚଡି ଛାତ୍ର ଜୋଶ୍ ସଥରଲ୍ୟାଣ୍ଡ କହିଛନ୍ତି ଯେ, ଭିଟାମିନ୍-D ମୃତ୍ୟୁହାର ସହିତ ଜଡିତ ଥିବାବେଳେ ଏହାର କାରଣ ଏବଂ ପ୍ରଭାବ ସୃଷ୍ଟି କରିବା ଏକ ଚ୍ୟାଲେଞ୍ଜ । ସଥରଲ୍ୟାଣ୍ଡ କୁହନ୍ତି, "ବିଶ୍ବର ଅନ୍ୟ ସ୍ଥାନ ଅପେକ୍ଷା ଅଷ୍ଟ୍ରେଲିଆରେ ଗୁରୁତର ଭିଟାମିନ୍-D ଅଭାବ କ୍ୱଚିତ୍, ତଥାପି ଏହା ସ୍ୱାସ୍ଥ୍ୟଗତ ଦୁର୍ବଳତା, ବୃଦ୍ଧ ଏବଂ ଯେଉଁମାନେ ସୁସ୍ଥ ସୂର୍ଯ୍ୟ ଏକ୍ସପୋଜର ଏବଂ ଖାଦ୍ୟପେୟ ଉତ୍ସରୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-D ହାସଲ କରନ୍ତି ନାହିଁ ସେମାନଙ୍କୁ ପ୍ରଭାବିତ କରିପାରେ ।"

ଏହା ମଧ୍ୟ ପଢନ୍ତୁ: UNICEF Warning: ୨୦୫୦ ସୁଦ୍ଧା ପୃଥିବୀର ପ୍ରାୟ ସବୁ ପିଲା ହିଟ୍‌ୱେଭ୍‌ର ଶିକାର ହେବେ

ନିମ୍ନ ସ୍ତରର ଭିଟାମିନ୍-D ଏବଂ ମୃତ୍ୟୁହାର ମଧ୍ୟରେ ସଂଯୋଗ ପାଇଁ ଆମର ଅଧ୍ୟୟନ ଦୃଢ ପ୍ରମାଣ ପ୍ରଦାନ କରିଛି । ଏହା ହେଉଛି ପ୍ରଥମ ଅଧ୍ୟୟନ, ଯାହା ଫଳାଫଳ ଭାବରେ ଶ୍ବାସକ୍ରିୟା ସମ୍ବନ୍ଧୀୟ ମୃତ୍ୟୁହାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । ଅନୁସନ୍ଧାନକୁ ନିଶ୍ଚିତ କରିବା ପାଇଁ ଆମେ ଏକ ନୂତନ ଜେନେଟିକ୍ ପଦ୍ଧତି ବ୍ୟବହାର କରିଥିଲୁ, ଯାହା ଭିଟାମିନ୍ D ସ୍ଥିତି ଏବଂ ଅକାଳ ମୃତ୍ୟୁ ମଧ୍ୟରେ ସଂଯୋଗ ପାଇଁ ଦୃଢ ପ୍ରମାଣ ଦେବାକୁ ସକ୍ଷମ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Health Tips: ବ୍ୟାୟାମ ସହ ଗ୍ରହଣ କରନ୍ତୁ ଏହି ସବୁ ଖାଦ୍ୟ, ବଜାୟ ରହିବ ଶାରୀରିକ ଓଜନ

ଜୋଶ୍ ଆହୁରି ମଧ୍ୟ କହିଛନ୍ତି ଯେ, ଭିଟାମିନ୍-D ଅଭାବ ମୃତ୍ୟୁହାର ସହିତ ଜଡିତ(Vitamin D deficiency linked to premature death) । କିନ୍ତୁ କ୍ଲିନିକାଲ୍ ପରୀକ୍ଷାରେ କମ୍ ଭିଟାମିନ୍-D ସ୍ତର ଥିବା ଲୋକଙ୍କ ଉପରେ ଅନୁସନ୍ଧାନ କରିବାରେ ସକ୍ଷମ ହୋଇପାରି ନାହୁଁ । କାରଣ ଏହି ଅନୁସନ୍ଧାନ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପଟେ ପ୍ରଫେସର ହିପ୍ପୋନେନ୍ କହିଛନ୍ତି ଯେ, ଭିଟାମିନ୍-D ଅଭାବ ବିଷୟରେ ବିଶେଷ ଚିନ୍ତା କରିବା ଯଥେଷ୍ଟ ଭଲ ନୁହେଁ, କାରଣ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିସାରିଛି । ତେଣୁ ଜନସ୍ୱାସ୍ଥ୍ୟ ପ୍ରୟାସ ଜାରି ରଖିବା ଅତ୍ୟନ୍ତ ଜରୁରୀ । ଏଥିସହ ଦୁର୍ବଳ ତଥା ବୟସ୍କମାନେ କିପରି ବର୍ଷସାରା ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍-D ସ୍ତର ବଜାୟ ରଖିବେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.