ETV Bharat / sukhibhava

UNICEF Warning: ୨୦୫୦ ସୁଦ୍ଧା ପୃଥିବୀର ପ୍ରାୟ ସବୁ ପିଲା ହିଟ୍‌ୱେଭ୍‌ର ଶିକାର ହେବେ

author img

By

Published : Oct 27, 2022, 7:39 PM IST

ୟୁନିସେଫର ଏକ ନୂତନ ରିପୋର୍ଟରେ ଅନୁଯାୟୀ, 2050 ସୁଦ୍ଧା ପୃଥିବୀର ପ୍ରାୟ ସବୁ ପିଲା ବଢୁଥିବା ତାପମାତ୍ରା ଜନିତ ସମସ୍ୟାର ସମ୍ମୁଖୀନ ହେବେ । ଅଧିକ ପଢନ୍ତୁ

UNICEF Warning: 2050 ସୁଦ୍ଧା ପୃଥିବୀର ପ୍ରାୟ ସବୁ ପିଲା ହିଟ୍‌ୱେଭ୍‌ର ଶିକାର ହେବେ
UNICEF Warning: 2050 ସୁଦ୍ଧା ପୃଥିବୀର ପ୍ରାୟ ସବୁ ପିଲା ହିଟ୍‌ୱେଭ୍‌ର ଶିକାର ହେବେ

ଜେନେଭା: ବର୍ତ୍ତମାନ ସମୟରେ ଗରମ ପାଗ ବା ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଉତ୍ତାପ ଅନେକ ଦେଶ ପାଇଁ ବିପଦର କାରଣ ପାଲଟିଛି । ଏହାରି ମଧ୍ୟରେ ଏକ ନୂତନ ଗବେଷଣା ଅନୁଯାୟୀ, ଏହି କାରଣରୁ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପଡିପାରେ । ନୂତନ ତଥ୍ୟ ଦର୍ଶାଉଛି ଯେ, ପୃଥିବୀର ପ୍ରାୟ ପ୍ରତ୍ୟେକ ପିଲା 2050 ସୁଦ୍ଧା ଉତ୍ତାପ କାରଣରୁ ପ୍ରଭାବିତ ହେବେ । ଏନେଇ ୟୁନିସେଫ୍ ଏକ ନୂତନ ରିପୋର୍ଟରେ ଚେତାବନୀ ଦେଇଛି(UNICEF warned in a new report) ।

ମିଳିତ ଜାତିସଂଘ ଏଜେନ୍ସି ମଙ୍ଗଳବାର ପ୍ରକାଶିତ ରିପୋର୍ଟରେ କହିଛି ଯେ, ପ୍ରାୟ 559 ନିୟୁତ ଶିଶୁ ହାଇ ହିଟ୍‌ୱେଭ୍ ଫ୍ରିକ୍ୱେନ୍ସିର ଶିକାର ହୋଇସାରିଛନ୍ତି ଏବଂ ପ୍ରାୟ 624 ନିୟୁତ ପିଲା, ଅନ୍ୟ 3ଟି ଉଚ୍ଚ ଉତ୍ତାପ ମଧ୍ୟରୁ ହାଇ ହିଟ୍‌ୱେଭ୍ ଅବଧି, ହାଇ ହିଟ୍‌ୱେଭ୍ ଗମ୍ଭୀରତା(High heatwave severity) କିମ୍ବା ଅତ୍ୟଧିକ ଉଚ୍ଚ ତାପମାତ୍ରାର(extreme high temperatures) ସମ୍ମୁଖୀନ ହୋଇଛନ୍ତି ।

ମିଳିତ ଜାତିସଂଘ ଆହୁରି ମଧ୍ୟ କହିଛି ଯେ, "2050 ସୁଦ୍ଧା ପୃଥିବୀର ପ୍ରାୟ ପ୍ରତ୍ୟେକ ଶିଶୁ, 2 ବିଲିୟନରୁ ଅଧିକ ପିଲା ବାରମ୍ବାର ଉତ୍ତାପ ସମସ୍ୟାର ସମ୍ମୁଖୀନ ହେବେ ବୋଲି ପୂର୍ବାନୁମାନ କରାଯାଇଛି, 2050 ମସିହା ସୁଦ୍ଧା ବିଶ୍ବର 1.7 ଡିଗ୍ରୀ ଉତ୍ତାପ ସହିତ 'ନିମ୍ନ ସବୁଜ ଗୃହ ଗ୍ୟାସ୍ ନିର୍ଗମନ ପରିସ୍ଥିତି'(Low greenhouse gas emission scenario) କିମ୍ବା ଆନୁମାନିକ 2.4 ଡିଗ୍ରୀ ଉତ୍ତାପ ସହିତ ଉଚ୍ଚ ସବୁଜ ଗୃହ ଗ୍ୟାସ୍ ନିର୍ଗମନ ଏହାର କାରଣ ହୋଇପାରେ ।"

UNICEF ଅନୁଯାୟୀ, ବିଶ୍ବର ଉତ୍ତର ଭାଗରେ ଥିବା ପିଲାମାନେ ଉଚ୍ଚ ଉତ୍ତାପର ଅଧିକ ସମ୍ମୁଖୀନ ହେବେ ଏବଂ 2050 ସୁଦ୍ଧା ଆଫ୍ରିକା ଏବଂ ଏସିଆର ପ୍ରାୟ ସମସ୍ତ ପିଲା ଅତ୍ୟଧିକ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେବେ । ୟୁନିସେଫ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାଥରିନ୍ ରସେଲ ଏହି ରିପୋର୍ଟରେ କହିଛନ୍ତି ଯେ, ମର୍କୁରୀ ବୃଦ୍ଧି ପାଉଛି ଏବଂ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡିଛି ।

ପୂର୍ବରୁ, ପ୍ରତି 3 ଜଣ ପିଲାଙ୍କ ମଧ୍ୟରୁ ଜଣେ ପିଲା ସେହି ଦେଶରେ ବାସ କରନ୍ତି, ଯେଉଁ ଦେଶରେ ଅତ୍ୟଧିକ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ପ୍ରାୟ 4 ଜଣରୁ ଜଣେ ପିଲା ହାଇ ହିଟ୍‌ୱେଭ୍ ଫ୍ରିକ୍ୱେନ୍ସିର ସମ୍ମୁଖୀନ ହୁଅନ୍ତି । ଆଗାମୀ 30 ବର୍ଷ ପରେ ପିଲାମାନ ସମ୍ମୁଖୀନ ହେବାକୁ ଥିବା ଉତ୍ତାପ କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରତି ବିପଦ ସୃଷ୍ଟି କରିବ । ଏହି ପରିବର୍ତ୍ତନଗୁଡିକ କେତେ ଭୟଙ୍କର ହେବ ଆମେ ବର୍ତ୍ତମାନ କରୁଥିବା କାର୍ଯ୍ୟ ଉପରେ ନିର୍ଭର କରେ ବୋଲି ରସେଲ୍ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଅନ୍ତତଃପକ୍ଷେ ସରକାର 2025 ସୁଦ୍ଧା ବିଶ୍ବର ଉତ୍ତାପକୁ 1.5 ଡିଗ୍ରୀ ସେଲସିୟସ ଏବଂ ଦୁଇଥର ଆଡାପ୍ଟେସନ୍ ପାଣ୍ଠିରେ ସୀମିତ ରଖିବା ଆବଶ୍ୟକ, ଯାହା ଶିଶୁମାନଙ୍କର ଜୀବନ ଏବଂ ଭବିଷ୍ୟତ ତଥା ପୃଥିବୀର ଭବିଷ୍ୟତ ପାଇ ଲାଭଦାୟକ । ଏଜେନ୍ସିର ରିପୋର୍ଟରେ ପ୍ରକାଶିତ ତଥ୍ୟ ସୂଚାଇ ଦେଇଛି ଯେ, ଅତ୍ୟଧିକ ଉତ୍ତାପ ଘଟଣାର ସମ୍ମୁଖୀନ ହେବାବେଳେ ଛୋଟ ପିଲାମାନେ ବୟସ୍କଙ୍କ ଅପେକ୍ଷା ଅଧିକ ବିପଦର ସମ୍ମୁଖୀନ ହୁଅନ୍ତି । ଏହାର କାରଣ ବୟସ୍କମାନଙ୍କ ତୁଳନାରେ ସେମାନେ ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି । ପିଲାମାନେ ଯେତେ ଅଧିକ ଉତ୍ତାପ ସଂସ୍ପର୍ଶରେ ଆସନ୍ତି, ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟା, ଆଜ୍‌ମା ଏବଂ ହୃଦ୍‌ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ ଥାଏ ।"

ୟୁନିସେଫ୍ କହିଛି ଯେ, ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ଏବଂ ଦ୍ରୁତ ପରିବର୍ତ୍ତନଶୀଳ ଜଳବାୟୁର ଆହ୍ବାନକୁ ପୂରଣ କରିବା ପାଇଁ ପିଲାମାନେ ନିର୍ଭର କରୁଥିବା ସମସ୍ତ ସିଷ୍ଟମକୁ ଅନୁକୂଳ କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.