ETV Bharat / sukhibhava

ଜଟିଳ ରୋଗର ଲକ୍ଷଣ ହୋଇପାରେ ବାରମ୍ବାର ଥଣ୍ଡା ଓ କାଶ, କରନ୍ତୁ ନାହିଁ ଅଣଦେଖା

author img

By

Published : Oct 25, 2022, 11:18 AM IST

ଜଟିଳ ରୋଗର ଲକ୍ଷଣ ସାଧାରଣ ଥଣ୍ଡା, କାଶ ଜଟିଳ ହୋଇପାରେ ! ଅଣଦେଖା କରନ୍ତୁ ନାହିଁ
ଜଟିଳ ରୋଗର ଲକ୍ଷଣ ସାଧାରଣ ଥଣ୍ଡା, କାଶ ଜଟିଳ ହୋଇପାରେ ! ଅଣଦେଖା କରନ୍ତୁ ନାହିଁ

ବାରମ୍ବାର ଥଣ୍ଡା, ଜ୍ବର, କାଶ ଲାଗି ରହୁଛି କି । ଆଦୌ ଅଣଦେଖା କରନ୍ତୁ ନାହିଁ, ଏସବୁ ଲକ୍ଷଣ ଜଟିଳ ରୋଗ କାରଣରୁ ହୋଇଥାଇପାରେ(Frequent cold cough may be a complication) । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପାଣିପାଗର ପରିବର୍ତ୍ତନ ସାଙ୍ଗକୁ ଶୀତଋତୁର ଆଗମନ ହୋଇସାରିଛି । ଏହି ସମୟରେ ଥଣ୍ଡା, ଜ୍ବର ସାଙ୍ଗକୁ ସାଧାରଣ ଶାରୀରିକ ସମସ୍ୟା ଅଧିକ ଦେଖାଯାଇଥାଏ । ଅନେକ ଲୋକଙ୍କୁ ବାରମ୍ବାର ଥଣ୍ଡା, ଜ୍ବର, କାଶ ଲାଗି ରହିଥାଏ । ମାତ୍ର ପିଲାମାନଙ୍କୁ କିମ୍ବା ବୟସ୍କଙ୍କୁ ବାରମ୍ବାର ଥଣ୍ଡା ଏବଂ କାଶ ଲାଗି ରହିବା କେବଳ ଦୁର୍ବଳ ରୋଗ ପ୍ରତିରୋଧକ ସଙ୍କେତ ନୁହେଁ, ଏହା ପଛରେ ଅନ୍ୟାନ୍ୟ କାରଣ ଦାୟୀ ହୋଇପାରେ(frequent cold cough may be a complication ) । ତେଣୁ ଏହାକୁ ହାଲୁକା ଭାବରେ ଗ୍ରହଣ କରି ବିପଦକୁ ଡାକନ୍ତୁ ନାହିଁ ।

ଯଦି ମାସରେ ଦୁଇଥରରୁ ଅଧିକ ଥଣ୍ଡା ହେଉଛି ତେବେ ସତର୍କ ରହିବା ନିହାତି ଜରୁରୀ । ଏହା ପାଣିପାଗର ପରିବର୍ତ୍ତନ କାରଣରୁ ନୁହେଁ, ବରଂ ଆପଣଙ୍କ ଭିତରେ ବଢୁଥିବା ଅନ୍ୟାନ୍ୟ ରୋଗ କାରଣରୁ ଏପରି ହୋଇଥାଇପାରେ । ବାରମ୍ବାର ଥଣ୍ଡା ମଧ୍ୟ କେତେକ ରୋଗର ଲକ୍ଷଣ । ଆସନ୍ତୁ ଜାଣିବା କେଉଁ ରୋଗ ପିଲାମାନଙ୍କଠାରେ ଏହି ସମସ୍ୟାର ଆଶଙ୍କା ବଢାଇଥାଏ ।

ଏହି ରୋଗ କାରଣରୁ ଥଣ୍ଡା ଏବଂ ଥଣ୍ଡା ସମସ୍ୟା ହୋଇପାରେ...

ଆଲର୍ଜି:-

ବାରମ୍ବାର ଥଣ୍ଡା, ଆଖି ଏବଂ ନାକରୁ ପାଣି ଗଡିବା ଆଲର୍ଜିର ଲକ୍ଷଣ । ଧୂଳି, ପ୍ରଦୂଷଣ କିମ୍ବା ଏକ ନିର୍ଦ୍ଦିଷ୍ଟ କପଡା କିମ୍ବା ଆର୍ଦ୍ରତା ହେତୁ ଏହା ହୋଇପାରେ । ଯଦି ଏହା ବାରମ୍ବାର ଘଟୁଛି, ତେବେ ନିହାରି ରୂପେ ଆଲର୍ଜି ପରୀକ୍ଷା କରାଇନେବା ଉଚିତ୍, ନଚେତ୍ ଏହି ଆଲର୍ଜି ବ୍ରୋଙ୍କାଇଟିସ୍ ଏବଂ ଆଜମାରେ ପରିଣତ ହୋଇପାରେ ।

ଶ୍ୱାସରୋଗ(Asthma):-

ଧୂଳି, ମାଟି ଏବଂ ପ୍ରଦୂଷଣ ଆଜମା ସମସ୍ୟା ସୃଷ୍ଟି କରିପାରେ । ଯଦି କଫ ସମସ୍ୟା ଲାଗିରହେ କିମ୍ବା କାଶ ହୁଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ସାଇନୋସାଇଟିସ୍(sinusitis):-

ସାଇନୋସାଇଟିସ୍ ମଧ୍ୟ ବାରମ୍ବାର ଥଣ୍ଡା ସୃଷ୍ଟି କରେ । ଏହି ରୋଗରେ ନାକ ଏବଂ ସାଇନସ୍‌ର ଆବରଣର ପ୍ରଦାହ ଦେଖାଯାଏ । ଏହା ଏକ ଅତି ସାଧାରଣ କିନ୍ତୁ ଗମ୍ଭୀର ସଂକ୍ରମଣ, କାରଣ ଏହି ସଂକ୍ରମଣ କାନ, ଗଳା ସମସ୍ୟା କିମ୍ବା ସ୍ଥାୟୀ ମୁଣ୍ଡବିନ୍ଧା ଭଳି ସମସ୍ୟା ସୃଷ୍ଟି କରିଥାଏ । ଭାଇରାଲ୍ ସାଇନୋସାଇଟିସ୍ ସାଧାରଣତଃ ଥଣ୍ଡା ସହିତ ଆସିଥାଏ । ବ୍ୟାକ୍ଟେରିଆ ସାଇନୋସାଇଟିସ୍ ହେଉଛି ଏକ ଦ୍ବିତୀୟକ ସଂକ୍ରମଣ(Secondary Infection), ଯାହା ଥଣ୍ଡା କିମ୍ବା ଆଲର୍ଜି ସମୟରେ ସାଇନସ୍‌ରେ ଫସି ରହିଥିବା ଜୀବାଣୁ ଦ୍ବାରା ହୋଇଥାଏ ।

ସଂକ୍ରମଣ(Infection):-

କୌଣସି ପ୍ରକାର ସଂକ୍ରମଣ ହେତୁ ଥଣ୍ଡା ଜନିତ ସମସ୍ୟା ବାରମ୍ବାର ଦେଖାଯାଏ । ଶ୍ୱାସକ୍ରିୟାରେ ସଂକ୍ରମଣ ଶ୍ବାସକ୍ରିୟା ଏବଂ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରିପାରେ । ସଂକ୍ରମଣ ହେତୁ ଛାତିରେ କାଶ, ଥଣ୍ଡା ଏବଂ ଜ୍ୱର ଭଳି ସମସ୍ୟା ଦେଖାଯାଏ, ଯାହା ବେଳେବେଳେ ଏକ ଗୁରୁତର ସମସ୍ୟା ହୋଇପାରେ ।

ନିମୋନିଆ:-

ନିମୋନିଆ ହେଉଛି ସବୁଠାରୁ ସାଧାରଣ ରୋଗ, ମାତ୍ର ଏଥିପାଇଁ କେତେକ କ୍ଷେତ୍ରରେ ଜୀବନ ହାନୀ ମଧ୍ୟ ଘଟିଥାଏ । ନିମୋନିଆରେ ଥଣ୍ଡା, କାଶ, ଗଳା ସଂକ୍ରମଣ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହି ରୋଗରେ ଫୁସଫୁସରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ, ଯାହା ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିପାରେ ।

Disclaimer: ଉପରସ୍ଥ ସମସ୍ତ ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ । ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଇନେବା ସ୍ବାସ୍ଥ୍ୟ ଉପକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.