ETV Bharat / sukhibhava

WHO Report: କୋଭିଡ ବଢାଇଲା ଯକ୍ଷ୍ମାରୋଗୀଙ୍କ ସଂଖ୍ୟା, ଗୋଟିଏ ବର୍ଷରେ ସର୍ବାଧିକ ଆକ୍ରାନ୍ତ

author img

By

Published : Oct 28, 2022, 1:20 PM IST

ବିଶ୍ୱରେ ପ୍ରଥମ ଥର ପାଇଁ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି(Tuberculosis cases rise for the first time in years) । 2021 ମସିହାରେ ବିଶ୍ବରେ 10 ନିୟୁତରୁ ଅଧିକ ଲୋକ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିବା ରିପୋର୍ଟ । ଅଧିକ ପଢନ୍ତୁ

WHO Report: କୋଭିଡ କାରଣରୁ ବଢୁଛି ଯକ୍ଷ୍ମାରୋଗୀଙ୍କ ସଂଖ୍ଯା, ଗୋଟିଏ ବର୍ଷରେ ସର୍ବାଧିକ ଆକ୍ରାନ୍ତ
WHO Report: କୋଭିଡ କାରଣରୁ ବଢୁଛି ଯକ୍ଷ୍ମାରୋଗୀଙ୍କ ସଂଖ୍ଯା, ଗୋଟିଏ ବର୍ଷରେ ସର୍ବାଧିକ ଆକ୍ରାନ୍ତ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରଥମ ଥର ପାଇଁ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି(Tuberculosis cases rise for the first time in years) । ୟୁଏନ୍ ସ୍ୱାସ୍ଥ୍ୟ ଏଜେନ୍ସି(UN health agency) କହିଛି ଯେ, 2021 ମସିହାରେ ବିଶ୍ବରେ 10 ନିୟୁତରୁ ଅଧିକ ଲୋକ ଯକ୍ଷ୍ମା ରୋଗରେ ପୀଡିତ ହୋଇଥିଲେ, ଯାହା ପୂର୍ବ ବର୍ଷ ତୁଳନାରେ 4.5% ଅଧିକ । ଏଥିରେ ପ୍ରାୟ 1.6 ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । WHO(World Health Organization) କହିଛି ଯେ, ପ୍ରାୟ 450,000 ମାମଲାରେ ଡ୍ରଗ୍-ପ୍ରତିରୋଧୀ ଯକ୍ଷ୍ମା ସଂକ୍ରମିତ ଲୋକ ଜଡିତ ଅଛନ୍ତି, ଯାହା 2020 ତୁଳନାରେ 3% ଅଧିକ ।

ଅଣ-ଲାଭ ଟିବି ଆଲାଇନ୍ସ(non-profit TB Alliance)ର ସଭାପତି ଡ. ମେଲ ସ୍ପିଗେଲମ୍ୟାନ କହିଛନ୍ତି ଯେ, 2020ରେ COVID-19 ମହାମାରୀ କାରଣରୁ ପ୍ରଗତି ବାଧାପ୍ରାପ୍ତ ହୋଇଛି । ଏହି କାରଣୁ ଅବହେଳା ପାଇଁ ରୋଗ ବୃଦ୍ଧି ପାଇଛି । ଯକ୍ଷ୍ମା ରୋଗର ବୃଦ୍ଧିରେ WHO COVID-19କୁ ମଧ୍ୟ ଦାୟୀ କରି କହିଛି ଯେ, ଯକ୍ଷ୍ମା ନିରାକରଣ ଏବଂ ଚିକିତ୍ସା ଉପରେ କ୍ଷତିକାରକ ପ୍ରଭାବ ପକାଉଛି ।

WHO ରିପୋର୍ଟ କରିଛି ଯେ, TBରେ ନୂତନ ଭାବେ ଚିହ୍ନଟ ହୋଇଥିବା ଲୋକଙ୍କ ସଂଖ୍ୟା 2019ରେ 7 ମିଲିୟନରୁ 2020ରେ 5.8 ମିଲିୟନକୁ ହ୍ରାସ ପାଇଛି । WHO ଏହା ମଧ୍ୟ କହିଛି ଯେ, ଲକଡାଉନ୍ ଏବଂ ସାମାଜିକ ଦୂରତା ପ୍ରୋଟୋକଲ୍ କାରଣରୁ TB ଚିକିତ୍ସା ସେବା ପ୍ରଭାବିତ ହୋଇଛି । ଏହି କାରଣରୁ ମଧ୍ୟ ଅଧିକାଂଶ ଲୋକେ ଡାକ୍ତରଖାନା ଯିବାକୁ ଭୟ ପ୍ରକଟ କରିଛନ୍ତି । ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ବ ଅର୍ଥନୀତିରେ ହ୍ରାସ ମଧ୍ୟ ଏକ କାରଣ ହୋଇପାରେ ଏବଂ ପ୍ରାୟ ସମସ୍ତ ଯକ୍ଷ୍ମା ରୋଗୀ ଏବଂ ସେମାନଙ୍କ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଫଳରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ସମସ୍ତ ଯକ୍ଷ୍ମା ନିରାକରଣ ଏବଂ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ WHO ଦେଶମାନଙ୍କୁ ଆହ୍ବାନ କରିଛି ।

ତେବେ COVID-19 ପରେ, TB ହେଉଛି ବିଶ୍ୱର ସବୁଠାରୁ ମାରାତ୍ମକ ସଂକ୍ରାମକ ରୋଗ । ଏହା ବ୍ୟାକ୍ଟେରିଆ ଦ୍ବାରା ବ୍ୟାପୁଥିବା ସହ ଫୁସଫୁସକୁ ପ୍ରଭାବିତ କରିଥାଏ । ଜୀବାଣୁ ପ୍ରାୟତଃ ବ୍ୟକ୍ତିଙ୍କଠାରୁ ବ୍ୟକ୍ତିକୁ ବାୟୁରେ ବ୍ୟାପିଥାଏ, ଯେପରିକି ସଂକ୍ରମିତ ବ୍ୟକ୍ତିର କାଶ କିମ୍ବା ଛିଙ୍କ ଇତ୍ୟାଦି । ଯକ୍ଷ୍ମା ପ୍ରାୟତଃ ବୟସ୍କମାନଙ୍କୁ ପ୍ରଭାବିତ କରିଥାଏ, ବିଶେଷତଃ ଯେଉଁମାନେ ପୁଷ୍ଟିହୀନ କିମ୍ବା ଏଚ୍.ଆଇ.ଭି ପରି ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦେଇ ଗତି କରୁଥାନ୍ତି । ରିପୋର୍ଟ ଅନୁଯାୟୀ, 95% ରୁ ଅଧିକ ମାମଲା ବିକାଶଶୀଳ ଦେଶମାନଙ୍କରେ ରହିଛି ।

WHO ରିପୋର୍ଟ ଅନୁଯାୟୀ, ଔଷଧ ପ୍ରତିରୋଧକ ଯକ୍ଷ୍ମା(drug-resistant TB ) ଥିବା ତିନି ଜଣଙ୍କ ମଧ୍ୟରୁ କେବଳ ଜଣେ ଚିକିତ୍ସିତ ହେଉଛନ୍ତି । ଔଷଧ-ପ୍ରତିରୋଧୀ ଯକ୍ଷ୍ମା ଆରୋଗ୍ୟଜନକ, କିନ୍ତୁ ଉଦ୍‌ବେଗଜନକ ବିଷୟ ହେଉଛି, ବର୍ଷ ବର୍ଷ ଧରି ପ୍ରଥମ ଥର ପାଇଁ ମାମଲା ବଢିବାରେ ଲାଗିଛି ବୋଲି ଦକ୍ଷିଣ ଆଫ୍ରିକାର ଡାକ୍ତର ବିନା ବର୍ଡରଙ୍କ ସହ ଥିବା ଡାକ୍ତର ହାନ୍ନା ସ୍ପେନ୍ସର କହିଛନ୍ତି । ତେଣୁ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.