ETV Bharat / state

ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଶିଳ୍ପ ନୀତି: ଶିଳ୍ପ ମନ୍ତ୍ରୀ

author img

By

Published : Oct 28, 2022, 6:26 PM IST

ରାଜ୍ୟରେ ଖୁବଶୀଘ୍ର ଆସିବାକୁ ଯାଉଛି ନୂଆ ଶିଳ୍ପ ନୀତି । ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ (Make in Odisha Conclave 2022) ପୂର୍ବରୁ କିମ୍ବା ସେହି ସମୟରେ ରାଜ୍ୟରେ ଆସିବ ନୂଆ ଶିଳ୍ପ ନୀତି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଅଧିକ ପଢନ୍ତୁ

ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଶିଳ୍ପ ନୀତି: ଶିଳ୍ପ ମନ୍ତ୍ରୀ
ରାଜ୍ୟରେ ଖୁବଶୀଘ୍ର ଆସିବ ନୂଆ ଶିଳ୍ପ ନୀତି: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆସିବାକୁ ଯାଉଛି ନୂଆ ଶିଳ୍ପ ନୀତି । ଆସନ୍ତା ମେକ ଇନ ଓଡ଼ିଶା କନକ୍ଲେଭ (Make in Odisha Conclave 2022) ପୂର୍ବରୁ କିମ୍ବା ସେହି ସମୟରେ ରାଜ୍ୟରେ ଆସିବ ନୂଆ ଶିଳ୍ପ ନୀତି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ନଭେମ୍ବର 30ରୁ 4 ଡିସେମ୍ବର ମେକ ଇନ ଓଡ଼ିଶା କନକ୍ଲେଭର 2022 ଆୟୋଜିତ ହେବ । ଏହି ସମୟରେ କିମ୍ବା ତାହା ପୂର୍ବରୁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ଶିଳ୍ପ ନୀତି । ପୁଞ୍ଜିନିବେଶକୁ ଅଧିକ ବୁଷ୍ଟ ଦେବାକୁ ନୂଆ ଶିଳ୍ପ ନୀତିରେ ବ୍ୟବସ୍ଥା ହୋଇଛି । ଯାହା ଫଳରେ ପୁଞ୍ଜିନିବେଶ ବଢିବା ସହ ନୂଆ ଉଦ୍ୟୋଗ ସୃଷ୍ଟି ହେବାରେ ସହାୟକ ହେବ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିଳ୍ପାୟନ ହେଉଛି ଏକ ନିରନ୍ତର ପ୍ରକ୍ରିୟା । ନିରନ୍ତର ପ୍ରକ୍ରିୟାରେ ସ୍ଥାୟୀ ନୀତି ରହିବା ଉଚିତ ନୁହେଁ । ପ୍ରତି ଦୁଇ ବର୍ଷରେ ରାଜ୍ୟ ସରକାର ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ କରୁଛନ୍ତି । ପ୍ରତି ଚାରିରୁ ପାଞ୍ଚ ବର୍ଷ ଭିତରେ ବଜାର ଅନୁସାରେ ନୀତି ପରିବର୍ତ୍ତନର ଆବଶ୍ୟକତା ରହିଛି । ନୀତି ପରିବର୍ତ୍ତନ ନହେଲେ ଆମେ ପ୍ରତିଯୋଗିତାରେ ରହି ପାରିବୁ ନାହିଁ । କିମ୍ବା ପ୍ରତିଯୋଗିତା ମନୋଭାବ ରହିବ ନାହିଁ । ଚାହିଦା ମୁତାବକ ରାଜ୍ୟ ସରକାର ଶିଳ୍ପ ନୀତିରେ ପରିବର୍ତ୍ତନ କରିଛନ୍ତି । ନୂଆ ଶିଳ୍ପ ନୀତିରେ ଅନେକ ସୁବିଧା ସୁଯୋଗ ରହିବ । ଯାହା ଦ୍ୱାରା ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହୋଇପାରିବ । ଯେତେ ଅଧିକ ପୁଞ୍ଜିନିବେଶ ହେବ, ସେତେ ଅଧିକ ନିଯୁକ୍ତି ସୃଷ୍ଟି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.