ETV Bharat / state

ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ସ୍ଥାୟୀ ନିଯୁକ୍ତି ଦାବି

author img

By

Published : Feb 20, 2023, 9:52 PM IST

rbsk ayush doctor association protest
rbsk ayush doctor association protest

ସ୍ଥାୟୀ ନିଯୁକ୍ତି ଦାବି ନେଇ ରାଜ୍ୟରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ଆଜି ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

rbsk ayush doctor association protest

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବି ନେଇ ଆରବିଏସ୍‌କେ ଜରିଆରେ ରାଜ୍ୟରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ୧୨୭୨ ଆର.ବି.ଏସ୍.କେ ଆୟୁଷ ଡାକ୍ତର ପଦବୀ ମଧ୍ୟରୁ ଏବେ ୧୦୪୫ ଡାକ୍ତର କାର୍ଯ୍ୟ କରୁଛନ୍ତି। ସ୍ଥାୟୀ ନିଯୁକ୍ତି ନ ମିଳିବାରୁ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରାଜ୍ୟରେ ଆୟୁଷ ଡାକ୍ତର ମାନେ ଦୀର୍ଘ ୯ ବର୍ଷରୁ ଅଧିକ ସମୟ ଧରି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାର ସ୍ଥାୟୀ ନିଯୁକ୍ତ ଦେବାରେ ଅବହେଳା କରିଛନ୍ତି। ଏନେଇ ଡାକ୍ତର ସଂଘ ଅସନ୍ତୋଷ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତେବେ ଯେ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ନେଇ ସରକାର ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରାଜ୍ୟ ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ ଡାକ୍ତର ରବୀନ୍ଦ୍ର ସେଠୀ କହିଛନ୍ତି ଯେ, ରାଜ୍ୟରେ ୧୨୭୨ଟି ଆର.ବି.ଏସ୍.କେ ଆୟୁଷ ଡାକ୍ତର ପଦ ମଧ୍ୟରୁ ଏବେ ୧୦୪୫ ଡାକ୍ତର କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ନିଯୁକ୍ତିପ୍ରାପ୍ତ ଚୁକ୍ତିଭିତ୍ତିକ ଏମ୍.ବି.ବି.ଏସ୍ ଡାକ୍ତରଙ୍କୁ ମାସିକ ୬୧,୨୬୧ ଟଙ୍କା ବେତନ ପ୍ରଦାନ କରାଯାଉଥିବା ବେଳେ ଆର.ବି.ଏସ୍.କେ ଆୟୁଷ ଡାକ୍ତରଙ୍କୁ ୨୪,୧୭୧ ଟଙ୍କା ଦିଆଯାଉଛି। ତେଣୁ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ତଥା ଆଲୋଚନା ନିମନ୍ତେ ସରକାରଙ୍କୁ ଆରବିଏସକେ ଆୟୁଷ ଡାକ୍ତର ସଂଘ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ସରକାର ଉପେକ୍ଷା କରୁଛନ୍ତି। ଏହାର ପ୍ରତିବାଦରେ ଡାକ୍ତର ସେବା କାର୍ଯ୍ୟ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏନେଇ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ପ୍ରତିବାଦ କରିଛନ୍ତି। ତେବେ ଏହି ଆନ୍ଦୋଳନ ଶୋଭାଯାତ୍ରା ରେ ପ୍ରାୟ ପାଖାପାଖି 500 ରୁ ଉର୍ଦ୍ଧ ଆୟୁଷ ଡାକ୍ତର ମାନେ ଅଂସ ଗ୍ରହଣ କରିଛନ୍ତି। ଯଦି ଆଗାମୀ ଦିନରେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ - ନବଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ ନୁହେଁ: ନରସିଂହ

ଏଥିସହ ସେ କହିଛନ୍ତି ଯେ, ଆମେ ଦୀର୍ଘ ଦିନ ଧରି ଆମ ଚାକିରୀର ସ୍ଥାୟୀ ନିଯୁକ୍ତି ନିମନ୍ତେ ସରକାରଙ୍କୁ ଦାବି ଜଣାଇ ଆସିଛୁ। ହେଲେ ସରକାର ଆଜି ଯାଏଁ ସରକାର କୌଣସି କଥା ଶୁଣି ନାହାନ୍ତି। ଏନେଇ ଆମେ ଧାରଣାରେ ବସିଛୁ। ଆମର ମୁଖ୍ୟ ଦାବି ହେଲା ଚାକିରୀକୁ ସ୍ଥାୟୀକରଣ କରିବା । କିନ୍ତୁ ବାରମ୍ବାର ଦାବି କରିବା ସତ୍ତ୍ବେ ସରକାରଙ୍କ ପାଖକୁ ଆମର ଦାବି କୌଣସି ମତେ ପହଞ୍ଚି ପାରୁନି। ମୁଖ୍ୟମନ୍ତ୍ରୀ ଅକ୍ଟୋବର ମାସରେ 57ହଜାର କର୍ମଚାରୀଙ୍କୁ ରେଗୁଲାର କରିଥିଲେ। ତେଣୁ ସେ ଜଣେ ଦୟାବାନ ବ୍ୟକ୍ତି ତେଣୁ ଆପଣ ମାନଙ୍କ ମାଧ୍ୟମରେ ଯଦି ଆମର ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିବ ତାହାଲେ ସେ ନିଶ୍ଚୟ ବୋଲି ଆଶା କରୁଛୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.