ETV Bharat / state

ନବଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ ନୁହେଁ: ନରସିଂହ

author img

By

Published : Feb 20, 2023, 6:18 PM IST

ନବ ଦାସ ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ବଡ଼ ବୟାନ । କହିଲେ ନବ ଦସଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ ନୁହେଁ । ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି । ତେବେ ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ନବଙ୍କ ମୃତ୍ୟୁ ହୋଇ ଯାଇଥିଲା ବୋଲି କହିଛନ୍ତି ନରସିଂହ । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡ ନେଇ ଏମିତି କହିଲେ ନରସିଂହ
ନବ ଦାସ ହତ୍ୟାକାଣ୍ଡ ନେଇ ଏମିତି କହିଲେ ନରସିଂହ

ନବ ଦାସ ହତ୍ୟାକାଣ୍ଡ ନେଇ ଏମିତି କହିଲେ ନରସିଂହ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଉଭୟ ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭା ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହାରି ଭିତରେ ବଡ ବୟାନ ରଖିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ନବ ଦସଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ ନୁହେଁ । ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ତେବେ ନରସିଂହଙ୍କ ମନ୍ତବ୍ୟ ଶିଥିଳ ପଡୁଥିବା ମାମଲାକୁ ପୁଣି ତାଜା କରି ଦେଇଛି ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୨୦ ଦିନ ବିତିଲାଣି । ହେଲେ ହତ୍ୟାକାଣ୍ଡର କାରଣ ଏଯାଏଁ କହି ପାରୁନାହିଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୋଲିସ ଏଏସ୍‌ଆଇକୁ ବାରମ୍ବାର ରିମାଣ୍ଡରେ ଆଣି ଜେରା ଓ ରାଜ୍ୟ ବାହାରେ ବିଭିନ୍ନ ପରୀକ୍ଷା ପରେ କ୍ରାଇମବ୍ରାଞ୍ଚ ହାତ ଖାଲି । ମାମଲାର ତଦନ୍ତ ଭାର ସିବିଆଇକୁ ଦେବାକୁ ବିରୋଧି ଦାବି କରୁଛନ୍ତି । ମାମଲାକୁ ରଫାଦଫା କରିବାକୁ ଶାସକ ଦଳ ଚେଷ୍ଟା କରୁଥିବା ବିରୋଧି ଦଳ ଅଭିଯୋଗ କରି ଆସୁଛନ୍ତି । ସେପଟେ ଆଜି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନରସିଂହଙ୍କ କହିଛନ୍ତି, "ଏହି ହତ୍ୟାକାଣ୍ଡ ହଠାତ ହୋଇନାହିଁ । କିମ୍ବା ନବ ହତ୍ୟା ଘଟଣା ଏକ ଆକ୍ସିଡେଣ୍ଟାଲ ଡେଥ୍‌ ନୁହେଁ । ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଛି । ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ନବ ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଦେହ ବଢୁଛି । ତଦନ୍ତକାରୀ ସଂସ୍ଥା ପ୍ରେସମିଟ ଜରିଆରେ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର । ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନାହାନ୍ତି । ରାଜ୍ୟରେ ଡିଜିପି ନଥିବା ଭଳି ମନେ ହେଉଛି ।" ଡିଜିପି କିଛି ବି କରୁନାହାନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି । ତେବେ କିଛି ନକରୁଥିବାରୁ ସରକାର କାହିଁକି ତାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ । ଏହାସହି ତାଙ୍କୁ ତୁରନ୍ତ ଏହି ପଦରୁ ବିଦା କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି କରିଛନ୍ତି ।

ଗୋଟେପଟେ ମମିତା ମେହେର ପ୍ରସଙ୍ଗର ମୁଖ୍ୟ ଅଭିଯୁକ୍ତ ଦର୍ଶା ଯାଇଥିବା ଗୋବିନ୍ଦର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ପୋଲିସ ତାହା ଏଯାଏଁ ସ୍ପଷ୍ଟ କରିନାହିଁ । କ୍ରାଇମବ୍ରାଞ୍ଚର ପାରିବାପଣିଆ ଏଥିରୁ ଜଣା ପଡୁଛି ବୋଲି ନରସିଂହ କହିଛନ୍ତି । ସେହିପରି ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନର ଆରମ୍ଭ ହେଉଥିବାରୁ ଏଥର ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ରହିଛି । ଏନେଇ ନରସିଂହ କହିଛନ୍ତି, "ଏଥର ଗୃହରେ ଚାଷୀଙ୍କ ପ୍ରସଙ୍ଗ ଉଠିବ । ଚାଷୀଙ୍କ ଧାନ ଉଠୁନି, ହଜାର ହଜାର କୋଟିର ଦୁର୍ନୀତି ହେଉଛି ।" ଏହା ସହିତ ବେକାରୀ ସମସ୍ୟା ମଧ୍ୟ ଗୃହରେ ଉଠାଯିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.