ETV Bharat / state

'ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନହେବା ଯାଏଁ ଚୁପ ବସିବ ନାହିଁ ବିଜେପି'

author img

By

Published : Feb 26, 2023, 8:44 PM IST

Opposition leader Jay Narayan Mishra
Opposition leader Jay Narayan Mishra

ନବ ଦାସ ହତ୍ୟାକାଣ୍ଡକୁ ନେଇ ଆସନ୍ତା ୨୮ ତାରିଖରେ ବିଜେପିର ଯୁବ ମୋର୍ଚ୍ଚା ବିଧାନସଭା ଘେରିବ । ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏଁ ବିଜେପି ଚୁପ ବସିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

ନବ ଦାସ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏଁ ବିଜେପି ଚୁପ ବସିବ ନାହିଁ ବୋଲି ସେ କହିଛନ୍ତି । ଏନେଇ ବିଧାନସଭାଠାରୁ ରାଜରାସ୍ତା ଯାଏଁ ବିଜେପିର ପ୍ରତିବାଦ ଜାରି ରହିବ । ତେବେ ବିଧାନସଭାରେ ମୋସନ ଆକାରରେ ଆଲୋଚନା ହୋଇଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟିନି ବୋଲି ସେ କହିଛନ୍ତି । ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ବିଜେପି ଉଠାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଥିଲେ । ଏ ନେଇ ଜୟ କହିଛନ୍ତି,"ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିରେ ବିରୋଧୀଙ୍କୁ ସମାଲୋଚନା ଛଡ଼ା କିଛି କହିନାହାନ୍ତି । ସଂଖ୍ୟାଗରିଷ୍ଠତା ବଳରେ ବିଧାନସଭାରେ ବିରୋଧୀଙ୍କୁ ଚପାଇ ଦେଉଛନ୍ତି । ରାଜରାସ୍ତାରେ ଲଢେଇ ହେବ। ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେଇକି ଯିବୁ । ତଦନ୍ତ ଦିଗହରା ହୋଇଛି । ହତ୍ୟାକାଣ୍ଡ ପଛରେ କିଏ ଅଛି ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ଲଢେଇ ହେବ । ଗୃହରେ ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ଅନ୍ୟ ଅନ୍ୟ ଫୋରମରେ ଏହି ପ୍ରସଙ୍ଗ ଉଠାଇବ ବିଜେପି ।"

ଏହା ବି ପଢନ୍ତୁ- Budget Session: କାଲିଠୁ କମ୍ପିବ ବିଧାନସଭା, ଜୟଙ୍କ ଇସାରା ପରେ ପ୍ରତିକ୍ରିୟା ରଖିଲା ବିଜେଡି

ସେ ଆହୁରି କହିଛନ୍ତି ଯେ ଜଣେ ହତ୍ୟାର କାରଣ କଣ ଓ ହତ୍ୟା ପଛରେ କିଏ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ବିଜେପି ଚୁପ ବସିବ ନାହିଁ । ଏହାବାଦ ଚାଷୀଙ୍କ ସମସ୍ୟା ଓ ଅନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି । ଅନ୍ୟପଟେ ଗତକାଲି ବିଜେଡି ବିଧାୟକଙ୍କ ମନ୍ତବ୍ୟକୁ ନେଇ ଜୟ ନାରାୟଣ କହିଛନ୍ତି," ସୌମ୍ୟ କିଛି ଚାପିଛନ୍ତି ସ୍ଥିତି ଆହୁରି ଖରାପ ଅଛି । ଶାସକ ଦଳର ବିଧାୟକ ବିଧାନସଭା ଲବିରେ ଓ ବାହାରେ ସରକାରଙ୍କ ପ୍ରତି ଅସନ୍ତୋଷ ଜାହିର କରୁଛନ୍ତି । ମୋ ପାଖକୁ ଖବର ଆସୁଛି । ଲୋକ ସତ୍ୟ କହିବା ପାଇଁ ଡରିବା କଥା ନୁହେଁ । ମୁହଁ ଖୋଲିଲେ ଭିଜିଲାନ୍ସ ଭୟ । କାଳେ ପୋଲିସ ଲାଗିଯିବ ।

ଏହା ବି ପଢନ୍ତୁ- ସୌମ୍ୟଙ୍କ ପୁଣି ଶାଣିତ ସମାଲୋଚନା, କହିଲେ ଦଳରେ ଅଛୁ ବୋଲି ଖୋଲାଖୋଲି କହିପାରୁନୁ

କିନ୍ତୁ ସତ କହିବା କଥା । ଲୋକ ପ୍ରତିନିଧି ଏଠି ଗୌଣ । ବାହାର ଲୋକଙ୍କ କ୍ଷମତା ଅଧିକ । ସଚିବଙ୍କ କ୍ଷମତା କମିଲାଣି କନସଲଟାଣ୍ଟ ଏବେ ମାଲିକ ହୋଇଗଲେଣି । ମୋ ସହିତ କଥା ହେବାକୁ ବିଜେଡି ବିଧାୟକମାନେ ଭୟ କରନ୍ତି । କାଳେ କିଏ ଦେଖି ଦବ ବୋଲି ଭୟ ଥାଏ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ନବୀନ ବାବୁ ଧ୍ଵଂସ କରିଦେଇଛନ୍ତି । ଆଗରୁ ସରପଞ୍ଚ ଯେଉଁ କାମ କରିପାରୁଥିଲା ଏବେ ବିଧାୟକର ସେ ତାକତ ନାହିଁ । ଶାସକ ଦଳ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯୋ ଡର ଗୟା ୱ ମର ଗୟା ।"

ଏପଟେ ରାଜ୍ୟ ବିଜେପି ସଭାପତି ସମୀର କହିଛନ୍ତି," ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ଆଇନ ଶୃଙ୍ଖଳା କିଛି ନାହିଁ । ଅରାଜକତା ବ୍ୟାପିଛି । ଏହାକୁ ନେଇ ବିଧାନସଭାଠୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ କରୁଛି ଏବଂ ଆଗକୁ ମଧ୍ୟ ଆନ୍ଦୋଳନକୁ ଆହୁରି ଶାଣିତ କରାଯିବ । ଆସନ୍ତା ୨୮ ତାରିଖରେ ବିଜେପିର ଯୁବ ମୋର୍ଚ୍ଚା ବିଧାନସଭା ଘେରିବ । ରାଜ୍ୟରେ ଅରାଜକତା ବଢି ବଢି ଚାଲିଛି । NCRB ରିପୋର୍ଟକୁ ଦେଖିବାକୁ ଗଲେ ଏହା ଚିନ୍ତାଜନକ ।"

ରାଜ୍ୟ ବିଜେପି ସଭାପତି ଆହୁରି କହିଛନ୍ତି, "ଓଡ଼ିଶାରେ ଆଇନର ଶାସନ ଥିବା ବୋଲି ଲାଗୁ ନାହିଁ । କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାସେ ପୁରିବାକୁ ବସିଲାଣି । ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କଣ ? ତାହା ଏଯାଏଁ ସ୍ପଷ୍ଟ ହୋଇ ହୋଇପାରିନାହିଁ । ଯାହା ପ୍ରମାଣ କରୁଛି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ହେବ । ଆଉ ତାଙ୍କୁ ଜଣେ ପୋଲିସ ହତ୍ୟା କରିବ। ତା ପଛର କାରଣ ଜଣାପଡ଼ିବ ନାହିଁ । ସତ୍ୟାସତ୍ୟ ଜାଣିବା ଲାଗି ବିଜେପି ବିଧାନସଭା ଠାରୁ ନେଇ ରାଜରାସ୍ତା ପର୍ଯ୍ୟନ୍ତ ଆନ୍ଦୋଳନ କରିବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.