ETV Bharat / politics

ନିମାପଡା ଆସୁଛନ୍ତି ଶାହ, ମାଗିବେ ଭୋଟ୍‌ - Amit Shah to visit Nimapada

author img

By ETV Bharat Odisha Team

Published : May 22, 2024, 8:58 PM IST

Amit Shah to visit Nimapada: ନିମାପଡା ବାରବାଟୀ ପଡ଼ିଆରେ ଆସନ୍ତା ୨୫ ତାରିଖରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ସଭା କରିବା ପାଇଁ ଯାଉଛନ୍ତି । ଯାହାକୁ ନେଇ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢ଼ନ୍ତୁ

Amit Shah to visit Nimapada
Amit Shah to visit Nimapada (ETV Bharat Odisha)

Amit Shah to visit Nimapada (ETV Bharat Odisha)

ନିମାପଡ଼ା: ଆସନ୍ତା ୨୫ତାରିଖରେ ନିମାପଡା ଗସ୍ତ କରିବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ବିରାଟ ସମାବେଶର ଆୟୋଜନ ପାଇଁ ନିମାପଡା ବିଜେପି କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଅମିତ ଶାହଙ୍କ ନିମାପଡା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ନେତା ସମୀର ରଞ୍ଜନ ଦାଶ । ଅନ୍ୟପଟେ ନିମାପଡ଼ାରେ କିଭଳି ଡବଲ ଇଞ୍ଜିନ ସରକାର ହେବ ଓ ପ୍ରଭାତୀ ପରିଡାଙ୍କ ବିଜୟ ସୁନିଶ୍ଚିତ ହେବ ସେ ନେଇ କାମ କରିବେ ବୋଲି ସମୀର କହିଛନ୍ତି ।

ନିମାପଡା ବାରବାଟୀ ପଡ଼ିଆରେ ଆସନ୍ତା ୨୫ ତାରିଖ ଅପରାହ୍ନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହ । ପ୍ରାୟ ୩୦ହଜାର କର୍ମକର୍ତ୍ତାଙ୍କୁ ଅମିତ ଶାହ ଏହି ସମାବେଶରେ ଗୁରୁମନ୍ତ୍ର ଦେବେ । ଯାହାକୁ ନେଇ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ବିଜେପିର ବିଜୟ ଏବଂ ବିଜେପିର ଇସ୍ତାହାର ବିଷୟରେ ସମ୍ବୋଧନ କରିବେ ଶାହ । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଛାଡ଼ିବା ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ପୁଷ୍ପନେନ୍ଦ୍ର ସିଂଦେଓଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ ସମୀର । ସମୀର ରଞ୍ଜନ ଦାଶ ପ୍ରତିକ୍ରିୟାରେ କହିଛନ୍ତି, "ମୋର ରାଜନୈତିକ ଭବିଷ୍ୟତ ସେ ଚିନ୍ତା କରିବାର ଉଚିତ ନୁହେଁ, ମୋର ଭବିଷ୍ୟତ ଅନ୍ଧାର କି ଆଲୁଅ ହେବ ସେ କଥା ଆସନ୍ତା ଦିନରେ ସମୟ କହିବ । କିଏ କାହାର ଆତ୍ମ ସନ୍ତୋଷ ପାଇଁ କଣ କହିଲା ସେଥିରେ ମୋର କିଛି କହିବାର ନାହିଁ ।" ଏ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ ବୋଲି ସମୀର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.. ଓଡ଼ିଶାରେ ଉତ୍କଳର ଜଣେ ଭୂମିପୁତ୍ର ହେବ ମୁଖ୍ୟମନ୍ତ୍ରୀ: ଶାହ - Amit Shah In Sambalpur

ଗତକାଲି ଓଡ଼ିଶା ଗସ୍ତରେ ଆସି ଅମିତ ଶାହ ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ପରେ ନୟାଗଡ଼ରେ ପ୍ରଚାର କରିଥିଲେ । ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଶାହ କହିଥିଲେ, "ପ୍ରଧାନମନ୍ତ୍ରୀ ଓଡିଶାର ଗୌରବ ବଢ଼େଇଛନ୍ତି । ଓଡ଼ିଆ ଆଦିବାସୀ ଝିଅଙ୍କୁ ମୋଦି ସରକାର ରାଷ୍ଟ୍ରପତି ପଦରେ ବସାଇଛନ୍ତି । G20 ବୈଠକରେ କୋଣାର୍କ ଚକ୍ରର ପ୍ରତିଛବି ଆଗରେ ପ୍ରଧାନମନ୍ତ୍ରୀ ବିଶ୍ବର ପ୍ରମୁଖ ନେତାଙ୍କ ସହ ହାତ ମିଳାଇ ଓଡିଶାର ଗୌରବକୁ ବଢ଼ାଇଛନ୍ତି । ପାଇକ ବିଦ୍ରୋହ ନେଇ ଏକ ଡାକ ଟିକେଟ ଓ ମୁଦ୍ରା ଜାରି କରିଛନ୍ତି ମୋଦି ସରକାର ।" ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ଅଛି ଓ ଓଡିଶାକୁ ସମୃଦ୍ଧ କରିବାର ଅଛି ବୋଲି ସେ କହିଥିଲେ । ସେହିଭଳି ବିଭନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.