ETV Bharat / state

କିଏ ପିନ୍ଧିବ ପାଲଲହଡା ମୁକୁଟ; ଗଡ଼ ବଞ୍ଚାଇ ପାରିବ ବିଜେଡି ? ନା ବହିବ ପରିବର୍ତ୍ତନ ହାୱା - Pallahara Assembly constituency

author img

By ETV Bharat Odisha Team

Published : May 22, 2024, 8:27 PM IST

Pallahara Assembly constituency: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ଗୁଡିକ ସେତିକି ତତ୍ପର ହୋଇ ପଡୁଛନ୍ତି । ପ୍ରାର୍ଥୀମାନେ ନିଜ ନିଜ କର୍ମୀ ଓ ସମର୍ଥକଙ୍କୁ ନେଇ ସାହି, ଗାଁ, ବସ୍ତି ଓ ପଞ୍ଚାୟତ ବୁଲି ବୁଲି ଭୋଟରଙ୍କ ନିକଟବର୍ତ୍ତୀ ହେଉଛନ୍ତି । ଆସନ୍ତା ୨୫ ତାରିଖରେ ପାଲଲହଡା ପାଇଁ ଭୋଟ ପଡିବାକୁ ଥିବା ବେଳେ କାହା ମୁଣ୍ଡରେ ସୁନା କଳସ ରଖିବେ ଭୋଟର ତାହା ଦେଖିବାକୁ ବାକି ରହିଲା । ଦେଖନ୍ତୁ ଏହି ରିପୋର୍ଟ

Pallahara Assembly constituency
Pallahara Assembly constituency (ETV Bharat Odisha)

Pallahara Assembly constituency (ETV Bharat Odisha)

ଅନୁଗୋଳ: ନିର୍ବାଚନ ପାଇଁ ପାଖରେ ମାତ୍ର ଆଉ ଦିନ କେଇଟା ବାକି ରହିଥିବା ବେଳେ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ଚଳ ଚଞ୍ଚଳ । ଯୁଆଡେ ଚାହିଁଲେ ବିଭିନ୍ନ ଦଳର ପ୍ରାର୍ଥୀ ମାନଙ୍କ ପୋଷ୍ଟର ଓ ବ୍ୟାନର ସାଙ୍ଗକୁ ଚାରିଆଡେ ଦଳୀୟ ପତାକାମୟ ହୋଇ ପଡିଛି । ପ୍ରାର୍ଥୀମାନେ ନିର୍ବାଚନୀ ସଭା, ରୋଡ଼ ସୋ ଏବଂ ମୋଟରସାଇକେଲ ରାଲି କରି ପ୍ରଚାର କରୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ମୁକେଶ ପାଲ, ବିଜେପି ପ୍ରାର୍ଥୀ ଭାବେ ଅଶୋକ ମହାନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ଭାବେ ଫକୀର ମୋହନ ପ୍ରଧାନଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ବିଜେଡି ସରକାର ବିଜୟୀ ଧାରାକୁ ଜାରି ରଖିବା ପାଇଁ କସରତ ଜାରି ରହିଥିବା ବେଳେ ପୂର୍ବ ନିର୍ବାଚନର ଅଳ୍ପ ଭୋଟକୁ ପୂରଣ କରିବା ପାଇଁ କସରତ ଆରମ୍ଭ କରିଛି ବିଜେପି ।

Pallahara candidate list
Pallahara candidate list (ETV Bharat Odisha)

ପାଲଲହଡାରେ ତ୍ରିମୁଖୀ ଲଢେଇ: ଗତ ୨୦୧୯ରେ ବିଜେଡିରୁ ମୁକେଶ ବିଜୟ ଲାଭ କରିଥିଲେ । ତେଣୁ ଦଳ ତାଙ୍କୁ ଏଥର ପୁଣି ଥରେ ଭରସା କରିଛି । ବିଜେପିର ଅଶୋକ ମହାନ୍ତି ଗତ ଥର ଖୁବ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ବେଳେ ଭୋଟର ସଂଖ୍ୟା ବଢାଇବା ପାଇଁ ମାରାଥନ ପ୍ରଚାର ସହିତ ଲୋକାଭିମୁଖୀ ଇସ୍ତାହାର ଜାରି କରିଥିବା ଦଳ । ଅନ୍ୟ ପକ୍ଷରେ କଂଗ୍ରେସ ଏଥର ଫକୀର ମୋହନ ପ୍ରଧାନଙ୍କୁ ନୂଆ ମୁହଁ ଦେଇ ମୈଦାନକୁ ଓହ୍ଲାଇଛି । ଫକୀର ପାଲଲହଡା ଅଞ୍ଚଳର ଜଣେ ଜଣାଶୁଣା ନେତା । ଦୀର୍ଘ ୪୨ବର୍ଷ ଧରି କଂଗ୍ରେସରେ ରହିଛନ୍ତି । ତେଣୁ ସେ ମଧ୍ୟ ନିଶ୍ଚିତ ବିଜୟ ଆଶା ରଖିଛନ୍ତି । ୩ଦଳର ୩ ପ୍ରାର୍ଥୀ ନିଜ ନିଜ ଲକ୍ଷନେଇ ପ୍ରଚାର କରିଛନ୍ତି । ତେବେ ଉଭୟ ବିଜେପି ଓ ବିଜେଡି ଦଳର ପ୍ରାର୍ଥୀମାନେ ବହୁ ସଂଖ୍ୟାରେ କର୍ମୀ ଓ ପ୍ରଚାର ଗାଡି ନେଇ ତାଙ୍କର ପ୍ରଚାର କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲୋକଙ୍କ ସହ ତାଙ୍କ ସମ୍ପର୍କକୁ ଭିତ୍ତି କରି ଘର ଘର ବୁଲୁଛନ୍ତି ।

ପ୍ରାର୍ଥୀଙ୍କ ପ୍ରତିକ୍ରିୟା:

ମୁକେଲ ପାଲଙ୍କ ଦମ୍ଭୋକ୍ତି: ନିର୍ବାଚନ ନେଇ ବିଜେଡି ପ୍ରାର୍ଥୀ ମୁକେଶ ପାଲ କହିଛନ୍ତି, "ଏଥର କାହାକୁ ଭୋଟ ଦେବେ ପାଲଲହଡା ବିଧାନସଭାବାସୀ ମନସ୍ଥ କରି ସାରିଛନ୍ତି । ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟ ଲାଭ କରିବ । ଜୁନ 4 ତାରିଖ ଭୋଟ ଗଣନା ସମୟରେ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ବିପୁଳ ମାତ୍ରାରେ ଭୋଟ ପାଇ ବିଜୟୀ ହେବେ ଏବଂ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ।"

ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି: 25 ବର୍ଷର ଅତ୍ୟାଚାରୀ ଶାସକ ଦଳଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ପାଲଲହଡା ଲୋକ ଛଟପଟ ହୋଇ ଅଛନ୍ତି । ଏଥର ପରିବର୍ତ୍ତନ ହେବ । ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ପାଲଲହଡା ଆସିଲେ ଜଣାପଡିବ । ପାଲଲହଡା ଲୋକ ତାମିଲ ଶାସକ ପାଣ୍ଡିଆନଙ୍କ ଶାସନ କରିଦେବେ ନାହିଁ ।

ଫକୀର ମୋହନ ପ୍ରଧାନ: ସେ କହିଛନ୍ତି, "ବିସ୍ଥାପିତମାନଙ୍କର ଥଇଥାନ ଆଜି ପର୍ଯ୍ୟନ୍ତ ହୋଇପାରୁ ନାହିଁ । ଜମି ପାଇଥିଲେ ହେଁ ଆଜି ଯାଏଁ ପଟ୍ଟା ହୋଇପାରି ନାହିଁ । ମୁଁ ଜିତିଲେ ବିସ୍ଥାପିତଙ୍କୁ ଉଚିତ ମୂଲ୍ୟ ଦେବି । "

ଏହା ମଧ୍ୟ ପଢନ୍ତୁ: ପାଲଲହଡା ଫାଇଟ: ଗଡ ଅକ୍ଷୁର୍ଣ୍ଣ ରଖିବ କି ବିଜେଡି, ନା ଏଥର ହେବ ପରିବର୍ତ୍ତନ ?


ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ତାହାର ସାଙ୍ଗକୁ ଷ୍ଟାର ପ୍ରଚାରକ: କିଛି ଦିନ ହେଲା ପ୍ରାର୍ଥୀମାନେ ପଦଯାତ୍ରା, ବାଇକ ରାଲି ଏବଂ ଘର ଘର ବୁଲି ପ୍ରଚାର କରୁଥିବା ବେଲେ ଆଗାମୀ ଦିନରେ ଷ୍ଟାର ପ୍ରଚାରକମାନଙ୍କୁ ଆଣି ଭୋଟରଙ୍କ ମନ ଜିଣିବାକୁ ଯୋଜନା କରୁଛନ୍ତି । ପାଲଲହଡା ବିଧାନସଭାକୁ ବିଜେଡିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ସିନେ କଳାକାରମାନେ ଆସି ପ୍ରଚାର ମଇଦାନକୁ ସରଗରମ କରିଥିଲେ । ସେହିପରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେମା ମାଲିନୀ, ଅମିତ ଶାହଙ୍କ ଭଳି ହେଭିୱେଟ ଆସି ପ୍ରଚାର ମଙ୍ଗ ଧରିଥିଲେ । କଂଗ୍ରେସ ମଧ୍ୟ ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଯୋଜନା କରୁଛି । ଏସବୁ ନିଶ୍ଚିତ ଭାବେ ଭୋଟରମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ସବୁ ପ୍ରାର୍ଥୀ ଆଶା କରିଛନ୍ତି । ତେବେ ପାଲଲହଡାରେ ଗତ 2019 ନିର୍ବାଚନ ଅପେକ୍ଷା ଏଥର ସ୍ଥିତି ସାମାନ୍ୟ ପରିବର୍ତ୍ତନ ହୋଇଛି । ଏଥର ଭୋଟରଙ୍କୁ ନୀରବ ରହିଥିବା ଦେଖିବାକୁ ମିଳୁଛି । ତେଣୁ ବଡ଼ ବଡ଼ ନିର୍ବାଚନୀ ପ୍ରଚାର ଅପେକ୍ଷା ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ଭେଟିବାକୁ ଉଚିତ ମଣୁଛନ୍ତି । ଆସନ୍ତା ୨୫ତାରିଖରେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ। ତେଣୁ ଭୋଟର କାହାକୁ ସମର୍ଥନ କରୁଛନ୍ତି ତାହା ଜୁନ ୪ତାରିଖ ଗଣତି ପରେ ଜଣା ପଡିବ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.