ETV Bharat / state

ସୌମ୍ୟଙ୍କ ପୁଣି ଶାଣିତ ସମାଲୋଚନା, କହିଲେ ଦଳରେ ଅଛୁ ବୋଲି ଖୋଲାଖୋଲି କହିପାରୁନୁ

author img

By

Published : Feb 25, 2023, 10:14 PM IST

ଆଇନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ ସୌମ୍ୟ କହିଛନ୍ତି, ‘‘ ଆଇନ ଛାତ୍ରଛାତ୍ରୀଙ୍କର ମାଟି ବା ଜାତି ପ୍ରତି ଦାୟିତ୍ୱ ରହିଛି। ଆଇନର ଶାସନ ସମ୍ବିଧାନ ମାଧ୍ୟମରେ ଜାଣନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କନେଷ୍ଟବଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଉତ୍ତର ଦେବାକୁ କିମ୍ବା ଉତ୍ତରଦାୟୀ ପାଇଁ ରାଜି ନୁହନ୍ତିଁ ।" ଅଧିକ ପଢନ୍ତୁ

ସୌମ୍ୟଙ୍କ ପୁଣି ଶାଣିତ ସମାଲୋଚନା
ସୌମ୍ୟଙ୍କ ପୁଣି ଶାଣିତ ସମାଲୋଚନା

ସୌମ୍ୟଙ୍କ ପୁଣି ଶାଣିତ ସମାଲୋଚନା, କହିଲେ ଦଳରେ ଅଛୁ ବୋଲି ଖୋଲାଖୋଲି କହିପାରୁନୁ

କଟକ: ବିଜେଡି ଦଳରେ ସବୁ କିଛି ଠିକ ଠାକ ଚାଲିଛି ତ ? ଏକଥା ଆମେ ପଚାରୁ ନାହୁଁ। ବରଂ ଦଳର ବରିଷ୍ଠ ନେତାଙ୍କ ବୟାନ ରୁ ସବୁକିଛି ଠିକଠାକ ଚାଲିନଥିବା ସ୍ପଷ୍ଟ ବାରି ହୋଇପଡୁଛି । ଆମେ କହୁଛୁ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କଥା । କଟକ 'ଦି ଲ କଲେଜ' ର ଏକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ସୌମ୍ୟ ।

ଆଇନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ ସୌମ୍ୟ କହିଛନ୍ତି, ‘‘ ଆଇନ ଛାତ୍ରଛାତ୍ରୀଙ୍କର ମାଟି ବା ଜାତି ପ୍ରତି ଦାୟିତ୍ୱ ରହିଛି। ଆଇନର ଶାସନ ସମ୍ବିଧାନ ମାଧ୍ୟମରେ ଜାଣନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କନେଷ୍ଟବଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଉତ୍ତର ଦେବାକୁ କିମ୍ବା ଉତ୍ତରଦାୟୀ ପାଇଁ ରାଜି ନୁହନ୍ତିଁ ।

ଏହାବି ପଢନ୍ତୁ- Naba Das Murder Mystery: ପ୍ରଦୀପଙ୍କ ବିସ୍ଫୋରକ ବୟାନ, ହତ୍ୟାର ମାଷ୍ଟରପ୍ଲାନ ରଚିଥିଲେ ଅରୁଣ ବୋଥ୍ରା

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମ୍ଭବ ହେଉ ନାହିଁ ବୋଲି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି ସୌମ୍ୟ। ଏବେ ମନ୍ତ୍ରୀ ମାନେ ବଡ଼ ନାଁ ସଚିବମାନେ ବଡ଼? ସାଧାରଣ ଜନତା ଏବେ ସନ୍ଦେହରେ ପଡୁଛନ୍ତି ବୋଲି କଡା ଭାଷାରେ ପରୋକ୍ଷରେ ସରକାରଙ୍କୁ ସମାଲୋଚନା କରିଛନ୍ତି ସୌମ୍ୟ। ତେବେ ଏହି ସନ୍ଦେହ କିଏ ଦୂର କରିବ ? ଏହି ମର୍ମରେ ସେ ଆଇନଛାତ୍ରଙ୍କୁ ଆହ୍ୱାନ କରିଛନ୍ତି। କେବଳ ଆଇନଛାତ୍ର ଅର୍ଥାତ ଆଇନଜୀବୀ ମାନେ ସମ୍ବିଧାନର ସୁରକ୍ଷା କରି ପାରିବେ। ଏଥିପାଇଁ ଆଇନଜୀବୀ ମାନେ ଆଗଭର ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

କେବଳ ସେତିକି ନୁହେଁ, ସୌମ୍ୟ ଆହୁରି ମଧ୍ୟ କହିଛନ୍ତି ,କରୋନା ଛାଡି ଯାଇଛି । ତୁଣ୍ଡି ଖୋଲି ଯାଇଛି। କିନ୍ତୁ ତୁଣ୍ଡ ଏପର୍ଯ୍ୟନ୍ତ ଖୋଲି ନାହିଁ। ଆଇନ ଛାତ୍ରଛାତ୍ରୀ ମାନେ କାହାକୁ ଭୟ କରିବେ ? କାହିଁକି ବା ଭୟ କରିବେ ? ଆମେ ସିନା ଚାକିରିଆ ବୋଲି କିଛି କହି ପାରିବୁନୁ । ଦଣ୍ଡ ମିଳିଯିବ । ସସପେଣ୍ଡ ହୋଇଯିବୁ । ଆମେ ସିନା ଦଳରେ ଅଛୁ ବୋଲି କିଛି ଖୋଲାଖୋଲି କହିପାରିବୁନି। ଦଳରୁ ବହିଷ୍କାର ହୋଇଯିବୁ। ଆମେ ସିନା ଅନ୍ୟ କିଛି ପ୍ରଲୋଭନରେ ଅଛୁ ବୋଲି ଆମର ସ୍ୱାର୍ଥରେ ବାଧା ଆସିବ । ଯିଏ କଳା କୋର୍ଟ ପିନ୍ଧି ସତ କହି ଜଜଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କୁ ପ୍ରଭାବିତ କରିଥାଏ । ସମ୍ବିଧାନ ର ସୁରକ୍ଷା କିପରି ହେବ ? ନାଗରିକ ତାର ମୌଳିକ ଅଧିକାର କୁ କିପରି ସୁରକ୍ଷିତ ରଖି ପାରିବ ତାହା ଆଇନଜୀବୀ ଙ୍କ ଦାୟିତ୍ବ ବୋଲି ସୌମ୍ୟ କହିଛନ୍ତି। ତେବେ ସୌମ୍ୟ ଏପରି କାହାକୁ ଏବଂ କଣ ଇଙ୍ଗିତ କରି କହିଲେ ତାହା କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଏହାବି ପଢନ୍ତୁ- Odisha Budget: 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ; ଭୋଟ ବ୍ୟାଙ୍କ ପାଇଁ ବଣ୍ଟନ ହୋଇଛି ଅର୍ଥ !

ନୂଆଁ ନୁହେଁ । ଅତୀତରେ ସୌମ୍ୟ ଅନେକ ଥର ନିଜର ଆଲେଖ୍ୟ ସହ ଭାଷଣ ଜରିଆରେ ସରକାରଙ୍କୁ ସୌମ୍ୟ ସମାଲୋଚନା କରିଆସିଛନ୍ତି । ଯାହା ଦଳ ଓ ସରକାରଙ୍କୁ ବେଶ ଅଡୁଆରେ ପକାଇଥାଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.