ETV Bharat / state

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ଦୁର୍ନୀତିର ଏନ୍ତୁଡି ଶାଳ: ବିଧାୟକ ପ୍ରଦୀପ ପାଣିଗ୍ରାହୀ

author img

By ETV Bharat Odisha Team

Published : Nov 13, 2023, 8:03 PM IST

Updated : Nov 14, 2023, 7:50 PM IST

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ଦୁର୍ନୀତିର ଏନ୍ତୁଡି ଶାଳ: ବିଧାୟକ ପ୍ରଦୀପ ପାଣିଗ୍ରାହୀ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ଦୁର୍ନୀତିର ଏନ୍ତୁଡି ଶାଳ: ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡିରେ ଥିବା ନେତା କଣ ବିଷ୍ଣୁ ଲୋକ ନା ଶିବ ଲୋକ ? ଦୁର୍ନୀତି କରି ଦଳରେ ରହିଲେ ପାପ କ୍ଷୟ ହୁଏ କି ? ଏବେ ଆଇନ ତା ବାଟରେ ଯାଉନି । ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ ଫାଇଭ। ଅଧିକ ବର୍ଷ ଶାସନ କଲେ ଲୋକ ମନେ ରଖନ୍ତି ନାହିଁ ଭଲ କାମ କଲେ ଲୋକ ମନେ ରଖନ୍ତି କହି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରୀହ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ଅନୁରୋଧ କରି କହିଛନ୍ତି। ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ଦୁର୍ନୀତିର ଏନ୍ତୁଡି ଶାଳ: ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ଦୁର୍ନୀତିର ଏନ୍ତୁଡି ଶାଳ । ଓଡ଼ିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ ଫାଇଭ । ବିଜେଡି ମୋତେ ଭଲ ପାଉଛି । ସେମାନେ ଚେଷ୍ଟା କରୁଛନ୍ତି ମୁଁ ହାଇଲାଇଟ ରୁହେ । ମୋ ବିରୋଧରେ ନିଯୁକ୍ତି ଦୁର୍ନୀତି କଥା ଉଠାଉଛନ୍ତି । ହେଲେ ବାସ୍ତବରେ ଓପିଏସସି ଏସଏସସି ଅଧ୍ୟକ୍ଷ ନିଯୁକ୍ତିରେ ସବୁଠୁ ବଡ଼ ସ୍କାମ ହେଉଛି । ସବୁଠାରୁ ବଡ଼ ସ୍କାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହେଉଛି । ବିଜେଡିରେ ଥିବା ଲୋକ ବିଷ୍ଣୁ ଲୋକ ନା ଶିବ ଲୋକ ? ଦୁର୍ନୀତି କଲେ ପାପ ଲାଗେ ନାହିଁ ? ଆଇନ ଆଉ ତା ବାଟରେ ଯାଉନାହିଁ । ସ୍ବାର୍ଥରେ ଅନୁସାରେ ଆଇନକୁ ମୋଡି ଦିଆଯାଉଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେଡି କରିଥିବା ପ୍ରେସମିଟର ଜବାବ ଦେଇ ଆଜି ଏଭଳି ଷଣ୍ଡୁଆସି ଆକ୍ରମଣ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଅଧିକ ପଢନ୍ତୁ- 'ଇମେଜକୁ ସୁରକ୍ଷା ଦିଅନ୍ତୁ ନବୀନ, ଗଞ୍ଜାମ ଅପରାଧର କ୍ରେଡିଟ ମୁଣ୍ଡାନ୍ତୁ ମୁଖ୍ୟମନ୍ତ୍ରୀ'

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେଉଛି ଦୁର୍ନୀତିର ଏନ୍ତୁଡି ଶାଳ । ଓଡ଼ିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ ଫାଇଭ । ବିଜେଡି ମୋତେ ଭଲ ପାଉଛି । ସେମାନେ ଚେଷ୍ଟା କରୁଛନ୍ତି ମୁଁ ହାଇଲାଇଟ ରୁହେ । ମୋ ବିରୋଧରେ ନିଯୁକ୍ତି ଦୁର୍ନୀତି କଥା ଉଠାଉଛନ୍ତି । ହେଲେ ବାସ୍ତବରେ ଓପିଏସସି ଏସଏସସି ଅଧ୍ୟକ୍ଷ ନିଯୁକ୍ତିରେ ସବୁଠୁ ବଡ଼ ସ୍କାମ ହେଉଛି । ସବୁଠାରୁ ବଡ଼ ସ୍କାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହେଉଛି । ବିଜେଡିରେ ଥିବା ଲୋକ ବିଷ୍ଣୁ ଲୋକ ନା ଶିବ ଲୋକ ? ଦୁର୍ନୀତି କଲେ ପାପ ଲାଗେ ନାହିଁ ? ଆଇନ ଆଉ ତା ବାଟରେ ଯାଉନାହିଁ ।’’

ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ନିଯୁକ୍ତି ସ୍କାମକୁ ନେଇ ବିଧାନସଭାର ସ୍ବତନ୍ତ୍ର କମିଟି ଗଠନ କରି ଅନୁଧ୍ୟାନ କରାଯାଉ ନାହିଁ କାହିଁକି ? ସତ କଣ ସାମ୍ନାକୁ ଆସିଯିବ । ମୋ ବିରୋଧରେ କହୁଛନ୍ତି ହେଲେ ବିଜେଡ଼ିର ଅନ୍ୟ ଯେଉଁ ନେତାଙ୍କ ନାଁରେ ଅଭିଯୋଗ ଆସୁଛି ତାଙ୍କର କିଛି ନାହିଁ । ବିଜେଡିରେ ଥିବା ନେତା କଣ ବିଷ୍ଣୁ ଲୋକ ନା ଶିବ ଲୋକ ? ଦୁର୍ନୀତି କରି ଦଳରେ ରହିଲେ ପାପ କ୍ଷୟ ହୁଏ କି ? ଏବେ ଆଇନ ତା ବାଟରେ ଯାଉନି ନିଜ ସ୍ବାର୍ଥ ପାଇଁ ତା ଦିଗକୁ ମୋଡ଼ି ତାଙ୍କ ବାଟରେ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ବର୍ଷ ଶାସନ କଲେ ଲୋକ ମନେ ରଖନ୍ତି ନାହିଁ ଭଲ କାମ କଲେ ଲୋକ ମନେ ରଖନ୍ତି ।

ଅଧିକ ପଢନ୍ତୁ- ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଊର୍ଦ୍ଧ୍ବରେ ନୁହଁନ୍ତି କହିଲେ ପ୍ରଦୀପ

ବିଜେଡିକୁ ମିଳୁଥିବା ରାଜନୈତିକ ଚାନ୍ଦାକୁ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ବିଜେଡିକୁ ଏତେ ଟଙ୍କା ଆସୁଛି କେଉଁଠୁ । 2016 ରୁ 2022 ମଧ୍ୟରେ ବିଜେଡି ଖାତାକୁ ୬୨୨ କୋଟି ଆସିଛି । ଆଗରୁ ତ ଏତେ ଟଙ୍କା ଆସୁ ନଥିଲା ମୁଁ ଥିଲାବେଳେ । ଏବେ ଏତେ ଟଙ୍କା ଆସୁଛି କୁଆଡୁ । ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଖୋଲା ଚ୍ୟାଲେଞ୍ଜ ଦେଉଛି ଆପଣଙ୍କ ଟିମ ସହ ଖୋଲାଖୋଲି ବିତର୍କ କରିବାକୁ ଚାହୁଁଛି । ମୋ ନାଁରେ କଣ ଅଭିଯୋଗ ଅଛି ସରକାରଙ୍କ ନାଁରେ କଣ ଅଭିଯୋଗ ଅଛି ଖୋଲାଖୋଲି ଆଲୋଚନା ହେଉ । 3,6,9 ଫର୍ମୁଲାରେ ଓଡ଼ିଶାରେ ଲୁଟ ପାଇଁ ବ୍ୟବସ୍ଥା ହୋଇଛି । ଛାତ୍ର ନିର୍ବାଚନ କଲେନି ଏବେ ନିର୍ବାଚନ ଆଗରୁ ଟଙ୍କା ଦେଇ କରିବେ କଣ । ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ ଫାଇଭ । ସେମାନେ କିଏ ତାର ଅନୁସନ୍ଧାନ କରାଯାଉ । 90 ପ୍ରତିଶତ ଆଇଏଏସ ଆଇପିଏସ ଅଫିସର ଭୟରେ ଅଛନ୍ତି । ବର୍ତ୍ତମାନ ଚାଲିଥିବା ବ୍ୟବସ୍ଥାକୁ କେହି ବି ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ।

ସେହିପରି ବିଜେପିରେ ମିଶିବା ପ୍ରସଙ୍ଗରେ ପ୍ରଦୀପ କହିଛନ୍ତି ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହିଁ । ମୋତେ ସବୁ ଦଳରୁ ଡାକରା ଆସୁଛି । ମୋତେ ଭେଟିବାକୁ ମଧ୍ୟ ଅନେକ ନେତା ଆସୁଛନ୍ତି । ହେଲେ ମୁଁ ଏବେ କିଛି ନିଷ୍ପତ୍ତି ନେଇନାହିଁ । ରାଜ୍ୟପାଳଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ ଥିଲା । ଏହାକୁ ନେଇ ବିଜେଡି ଲୋକ ଧରିନେଇଛନ୍ତି ମୁଁ ବିଜେପିରେ ମିଶିବି ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭବନେଶ୍ବର

Last Updated :Nov 14, 2023, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.