ETV Bharat / state

'ଇମେଜକୁ ସୁରକ୍ଷା ଦିଅନ୍ତୁ ନବୀନ, ଗଞ୍ଜାମ ଅପରାଧର କ୍ରେଡିଟ ମୁଣ୍ଡାନ୍ତୁ ମୁଖ୍ୟମନ୍ତ୍ରୀ'

author img

By ETV Bharat Odisha Team

Published : Sep 30, 2023, 5:05 PM IST

Updated : Sep 30, 2023, 5:42 PM IST

MLA Pradeep Panigrahi
MLA Pradeep Panigrahi

ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ ବିଗୁଡୁଛି ଗଞ୍ଜାମର ଆଇନ ଶୃଙ୍ଖଳା, ଜିଲ୍ଲା ଅପରାଧର କ୍ରେଡିଟ ମୁଣ୍ଡାନ୍ତୁ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

'ଇମେଜକୁ ସୁରକ୍ଷା ଦିଅନ୍ତୁ ନବୀନ, ଗଞ୍ଜାମ ଅପରାଧର କ୍ରେଡିଟ ମୁଣ୍ଡାନ୍ତୁ ମୁଖ୍ୟମନ୍ତ୍ରୀ'

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଟାର୍ଗେଟ । ଗତ 9 ମାସରେ ଗଞ୍ଜାମରେ ଘଟିଲାଣି 63ଟି ରାଜନୈତିକ ହତ୍ୟାକାଣ୍ଡ । ହେଲେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । 1740 ଟଙ୍କିଆ ପ୍ରାଇଜ ଟ୍ରଫି ଧରି କ୍ରେଡିଟ ନେଉଥିବା ମୁଖ୍ୟମନ୍ତ୍ରୀ ଗଞ୍ଜାମ ଅପରାଧର କ୍ରେଡିଟ ବି ନିଜ ମୁଣ୍ଡକୁ ନିଅନ୍ତୁ । ଗଞ୍ଜାମରେ ବିଗୁଡୁଥିବା ଆଇନ ଶୃଙ୍ଖଳାକୁ ନେଇ ଏପରି ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ । ମୁଖ୍ୟମନ୍ତ୍ରୀ ନିଜ ଇମେଜକୁ ସୁରକ୍ଷା ଦିଅନ୍ତୁ । ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଗତ 10 ବର୍ଷ ହେଲା ଯେଉଁ ଅଫିସର ସେଟଅପ୍‌ ରଖିଛନ୍ତି, ତାହାକୁ ବଦଳାନ୍ତୁ ।

ପ୍ରଦୀପ କହିଛନ୍ତି, " 2023ରେ 9 ମାସ ମଧ୍ୟରେ ସଂଗଠିତ ହୋଇଛି 63ଟି ରାଜନୈତିକ ହତ୍ୟାକାଣ୍ଡ । କିନ୍ତୁ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଜିଲ୍ଲାକୁ ଅପରାଧୀ ମୁକ୍ତ ରଖିବା ସେ ଜିଲ୍ଲାର ବିଧାୟକ ଓ ମନ୍ତ୍ରୀଙ୍କ ଦାଇତ୍ୱ । ଯେଉଁ ହତ୍ୟା ହେଉଛି ତାହା ପୋଲିସର ଚରମ ବିଫଳତା । ଏଥିରେ ଗୃହ ବିଭାଗ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । 1740 ଟଙ୍କାର ପ୍ରାଇଜ ନେଇ ନିଜକୁ 1 ନମ୍ବର ମୁଖ୍ୟମନ୍ତ୍ରୀ ବୋଲି କ୍ରେଡିଟ ନିଅନ୍ତି ନବୀନ ପଟ୍ଟନାୟକ । ସେଇ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ଗଂଜାମ ଜିଲ୍ଲାରେ ଯେଉଁ ହତ୍ୟା ହେଉଛି ତାହାର କ୍ରେଡିଟ କିଏ ନେବ ? ଗୃହମନ୍ତ୍ରୀ ଭାବେ ଏହି କ୍ରେଡିଟ ମୁଖ୍ୟମନ୍ତ୍ରୀ ନେବା କଥା । ଗଞ୍ଜାମରେ ହତ୍ୟା, ଲୁଟପଟ, ଶିଶୁ ନିଖୋଜର କ୍ରେଡିଟ ବି ନିଜ ମୁଣ୍ଡକୁ ନିଅନ୍ତୁ ନବୀନ । ଏତେ ଭଲ ସେବା ଦେଉଥିଲେ ହଠାତ ସେ କାହିଁକି ଫେଲ ମାରୁଛନ୍ତି । ଏହାର କାରଣ ଖୋଜନ୍ତୁ ।"

ଏହା ବି ପଢନ୍ତୁ- 'ଦୁର୍ବଳ ହୋଇଗଲେଣି ନବୀନ, ଅଯଥାରେ 5T ସଚିବକୁ କରୁଛନ୍ତି ଡିଫେଣ୍ଡ'

2021ରେ 77 ହତ୍ୟା ରିପୋର୍ଟ ହୋଇଛି । ଏହା ଗଞ୍ଜାମ ଜିଲ୍ଲାରେ ପୋଲିସର ରିପୋର୍ଟ । ପୁରା ଗଞ୍ଜାମ ଜିଲ୍ଲା ନୁହେଁ । ବ୍ରହ୍ମପୁର ଆହୁରି ଅଧିକ ଅଛି । ନିର୍ବାଚନ ପରେ ଦିଗପହଣ୍ଡି ଦେଖନ୍ତୁ କେତେ ହତ୍ୟାକାଣ୍ଡ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ 13 ବିଧାୟକ, 2 ସାଂସଦ ଅଛନ୍ତି । ରାଜନୈତିକ କଥା କହିବାକୁ ଚାହୁଁନାହିଁ । ପ୍ରତ୍ୟେକ ଜୀବନର ମୂଲ୍ୟ ଅଛି । ସରକାରଙ୍କ ଦାୟିତ୍ବ ସବୁ ଜୀବନ ରକ୍ଷା କରିବା । ନିଜ ନାଁ ବଢ଼େଇବା ବା ସମାଲୋଚନା କରିବା ପାଇଁ କହୁନାହିଁ । ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଗତ 10 ବର୍ଷ ହେଲା ଯେଉଁ ଅଫିସର ସେଟଅପ୍‌ ରଖିଛନ୍ତି, ତାହାକୁ ବଦଳାନ୍ତୁ ବୋଲି ସେ ଦାବି କରିଛନ୍ତି ।

ପ୍ରଦୀପ ଆହୁରି କହିଛନ୍ତି, "ସେଇଟା ଯଦି ବଦଳାଇ ଦିଆଯାଏ ତେବେ 80 ପ୍ରତିଶତ ହତ୍ୟାକାଣ୍ଡ ଓ ଦୁର୍ନୀତି କମିଯିବ । ଏହି ହତ୍ୟା ସବୁ ରାଜନୈତିକ କାରଣରୁ ହେଉଛି । ଏଥିରେ ସଂସ୍ଥାମାନେ ସାମିଲ ରହୁଛନ୍ତି । ମୁଖ୍ୟମନ୍ତ୍ରୀ ଇଣ୍ଟରନାଲି ତଦନ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀ ମୋତେ ଯାହା କହୁଛନ୍ତି କୁହନ୍ତୁ, ମୋର ଦୁଃଖ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ଇମେଜକୁ ସୁରକ୍ଷା ଦିଅନ୍ତୁ । ଏତେ ହତ୍ୟାକାଣ୍ଡ ହେବ ଲୋକେ କଣ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଇବେ ।"

ଏହା ବି ପଢନ୍ତୁ- ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ, ମୋର କିଛି ହେଲେ ବଦଳିବ ଓଡିଶା ରାଜନୈତିକ ଚିତ୍ରପଟ

ବିରୋଧୀ ଦଳ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ କହିଛନ୍ତି, "ମୁଁ ନିଜେ ମଧ୍ୟ ଏଠାରେ ଅସୁରକ୍ଷିତ । ଅଗଷ୍ଟ 25 ତାରିଖରେ ମୋ ଉପରେ ଆକ୍ରମଣ ହୋଇଥିଲା । ବିରୋଧୀ ଦଳ ନେତା ଅସୁରକ୍ଷିତ ରହିବା ସ୍ବାଭାବିକ । ସରକାର ଆସିବା ପାଇଁ ଏମିତି ପ୍ରୟାସ ହେଉଛି । ବିଜେଡି ନିର୍ବାଚନ ଲଢ଼ି ଜିତିପାରିବ ନାହିଁ । ତେଣୁ କିଏ ମଲେ ସେମାନେ ସରକାରକୁ ଆସିବ । ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ଥରେ ଫେୟାରରେ ନିର୍ବାଚନ କରନ୍ତୁ । କିଏ କେତେ ଲୋକପ୍ରିୟ ଜଣାପଡିବ । ମୁଖ୍ୟମନ୍ତ୍ରୀ ଏତେ ଲୋକପ୍ରିୟ ଅସୁବିଧା କଣ ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 30, 2023, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.