ETV Bharat / state

ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ, ମୋର କିଛି ହେଲେ ବଦଳିବ ଓଡିଶା ରାଜନୈତିକ ଚିତ୍ରପଟ

author img

By ETV Bharat Odisha Team

Published : Aug 25, 2023, 1:02 PM IST

Updated : Aug 25, 2023, 3:10 PM IST

Pradeep panigrahi reaction before Gopalpur visit
Pradeep panigrahi reaction before Gopalpur visit

ଯାହା ଘୋଷଣା କରିଥିଲେ, ତାହା କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । 5ଟି ସଚିବଙ୍କ ଗସ୍ତ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁର ଅଭିମୁଖେ ବାହାରିଲେ ପ୍ରଦୀପ । ଯଦି ମୋର କିଛି ହୁଏ ତେବେ ଓଡିଶାର ରାଜନୈତିକ ଚିତ୍ରପଟ ବଦଳିବ ବୋଲି କହିଛନ୍ତି ଗୋପାଳପୁର ବିଧାୟକ । ଅଧିକ ପଢନ୍ତୁ

Pradeep panigrahi reaction before Gopalpur visit

ଭୁବନେଶ୍ବର: ସରକାରୀ ଦଳ ଓ ରାଜ୍ୟ ସରକାରଙ୍କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଖୋଲା ଚ୍ୟାଲେଞ୍ଜ । ଯଦି ମୋର କିଛି ହୁଏ ତେବେ ଓଡିଶାର ରାଜନୈତିକ ଚିତ୍ରପଟ ବଦଳିବ ବୋଲି କହିଛନ୍ତି ଗୋପାଳପୁର ବିଧାୟକ । 5ଟି ସଚିବଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ସମୟରେ ଭୁବନେଶ୍ବରରେ ଏହି କଡା ବୟାନ ଦେଇଛନ୍ତି ପ୍ରଦୀପ । ମୋତେ ବାଟରେ ଅଟକାଇବା ଲାଗି ଖୋର୍ଦ୍ଧା ଓ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଗା ଯାଇଛି ବୋଲି ଜାଣିବାକୁ ପାଇଥିବା କହିଛନ୍ତି ପ୍ରଦୀପ ।

ଗୋପାଳପୁରରେ ଆୟୋଜିତ ହେବାକୁ ଥିବା 5ଟି ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାର୍ଯ୍ୟକ୍ରମ ଯୋଗଦେବା ପୂର୍ବରୁ କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ । ସେ କହିଛନ୍ତି, ''ମୋ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମକୁ ଯିବାକୁ ବାହାରିଛି । ଗଣମାଧ୍ୟମ ଜରିଆରେ ଗତକାଲି ସରକାରଙ୍କୁ ମୋ ଗସ୍ତ ବାବଦରେ ଅବଗତ କରାଇଥିଲି । ମୋତେ ବାଟରେ ଅଟକାଇବା ଲାଗି ଖୋର୍ଦ୍ଧା ଓ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଗା ଯାଇଛି । ''

ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ର ଶ୍ରେଷ୍ଠ ନା ପ୍ରଶାସନିକ ତନ୍ତ୍ର ? ରାଜ୍ୟରେ ବଢୁଛି ରାଜନୈତିକ କ୍ରୀତଦାସ ପ୍ରଥା: ପ୍ରଦୀପ

''ମୋ ସୁରକ୍ଷା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଶାସନ କର୍ତ୍ତା, ମୁଖ୍ୟ ଶାସନ ସଚିବ ପ୍ରଶାସନିକ ମୁଖ୍ୟ, ଗୃହ ବିଭାଗର ମୁଖ୍ୟ ହିସାବରେ ଗୃହ ସଚିବ, ପୋଲିସ ବିଭାଗ ମୁଖ୍ୟ ଡିଜି, ଭୁବନେଶ୍ୱର ଡିସିପି, ଖୋର୍ଦ୍ଧା, ଗଞ୍ଜାମ ଓ ବ୍ରହ୍ମପୁର ଏସପିଙ୍କର । ମୋ ଉପରେ କିଛି ହେଲେ ଓଡ଼ିଶାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିବ । ମୋ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଗଲେ ଏବେ ବି ହାତ ଯୋଡି ସମ୍ମାନ ସହ ସ୍ୱାଗତ କରିବି । କିନ୍ତୁ ଜଣେ ସଚିବ ଯାଉଛନ୍ତି, ତାଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି, ମୁଁ ନିର୍ବାଚିତ ପ୍ରତିନିଧି । ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ମୋ ଯିବା ବାଟରେ ଜଣେ ସଚିବ ଯିବେ ବୋଲି 4 ହଜାର ପୋଲିସ କାହିଁକି ଜଗା ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ''

ଗତକାଲି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, 5ଟି ସଚିବ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଘେରିଥିଲେ ପ୍ରଦୀପ । ଓଡିଶାରେ ବର୍ତ୍ତମାନ ଚାଲିଛି ସ୍ଥାଣୁ ସରକାର ବୋଲି ସେ ଅଭିଯୋଗ କରିଥିଲେ । ସାମ୍ପ୍ରତିକ ରାଜନୈତିକ ବ୍ୟବସ୍ଥାରେ ଓଡ଼ିଶାର ଗଣତାନ୍ତ୍ରିକ ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି ବୋଲି ସେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 25, 2023, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.