ETV Bharat / state

ଗଣତନ୍ତ୍ର ଶ୍ରେଷ୍ଠ ନା ପ୍ରଶାସନିକ ତନ୍ତ୍ର ? ରାଜ୍ୟରେ ବଢୁଛି ରାଜନୈତିକ କ୍ରୀତଦାସ ପ୍ରଥା: ପ୍ରଦୀପ

author img

By ETV Bharat Odisha Team

Published : Aug 24, 2023, 5:15 PM IST

ପ୍ରଦୀପ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନ ପ୍ରତିନିଧି ସରକାରୀ କାର୍ଯ୍ୟରେ ଯୋଗ ଦେବାର ଅଧିକାର ରହିଛି । ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦ୍ବାରା ଗୋପାଳପୁରରେ ହେବାକୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯିବି । ସମ୍ବିଧାନରେ ବ୍ୟୁରୋକ୍ରାଟ କେଉଁଠି ପଲିଟିକ୍ସ କରିବେ ବୋଲି ଲେଖା ଯାଇନାହିଁ । ଅଧିକ ପଢନ୍ତୁ

ଗଣତନ୍ତ୍ର ଶ୍ରେଷ୍ଠ ନା ପ୍ରଶାସନିକ ତନ୍ତ୍ର? ରାଜ୍ୟରେ ବଢୁଛି ରାଜନୈତିକ କ୍ରୀତଦାସ ପ୍ରଥା: ପ୍ରଦୀପ
ଗଣତନ୍ତ୍ର ଶ୍ରେଷ୍ଠ ନା ପ୍ରଶାସନିକ ତନ୍ତ୍ର? ରାଜ୍ୟରେ ବଢୁଛି ରାଜନୈତିକ କ୍ରୀତଦାସ ପ୍ରଥା: ପ୍ରଦୀପ

ଗଣତନ୍ତ୍ର ଶ୍ରେଷ୍ଠ ନା ପ୍ରଶାସନିକ ତନ୍ତ୍ର? ରାଜ୍ୟରେ ବଢୁଛି ରାଜନୈତିକ କ୍ରୀତଦାସ ପ୍ରଥା: ପ୍ରଦୀପ

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ଚାଲିଛି ସ୍ଥାଣୁ ସରକାର । ସାମ୍ପ୍ରତିକ ରାଜନୈତିକ ବ୍ୟବସ୍ଥାରେ ଓଡ଼ିଶାର ଗଣତାନ୍ତ୍ରିକ ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ 16 ତାରିଖରେ ଚିଠି ଲେଖିଥିଲି । ମୁଖ୍ୟମନ୍ତ୍ରୀଙ୍କ ଭଳି ଅଧିକ ସମୟ ଶାସନ କରିଥିବା ବ୍ୟକ୍ତି କିପରି ଜଣେ ପ୍ରଶାସନିକ ଅଧିକାରୀଙ୍କୁ ସାରା ଓଡିଶା ବୁଲିବାକୁ ଅନୁମତି ଦେଉଛନ୍ତି । ରାଜ୍ୟରେ ଗଣତନ୍ତ୍ର ବଡ ନା ଅମଲାତନ୍ତ୍ର ବଡ ? ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 3ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ପୂର୍ବରୁ ଏଭଳି ବିସ୍ଫୋରଣ କରିଛନ୍ତି ପ୍ରଦୀପ ।

ପ୍ରଦୀପ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନ ପ୍ରତିନିଧି ସରକାରୀ କାର୍ଯ୍ୟରେ ଯୋଗ ଦେବାର ଅଧିକାର ରହିଛି । ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦ୍ବାରା ଗୋପାଳପୁରରେ ହେବାକୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯିବି । ସମ୍ବିଧାନରେ ବ୍ୟୁରୋକ୍ରାଟ କେଉଁଠି ପଲିଟିକ୍ସ କରିବେ ବୋଲି ଲେଖା ଯାଇନାହିଁ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପାଇଁ 5 ଟି ନିର୍ବାଚନ ମଣ୍ଡଳୀର 2 ହଜାର ପିଲାଙ୍କୁ ନିୟୋଜିତ କରାଯାଇଛି । ପ୍ରଦୀପ ପାଣିଗ୍ରାହୀ ଯେପରି ଗଞ୍ଜାମ ଯାଇ ପାରିବନାହିଁ ସେ ନେଇ ବ୍ୟବସ୍ଥା କରାଯାଇଛି । ମୋ ସମର୍ଥକମାନଙ୍କୁ ଚାପ ପକାଇ ଡରା ଯାଇଛି । ରାଜ୍ୟରେ ଚାଲିଥିବା ଏହି ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀଙ୍କର ନଜର ନାହିଁ । ସମୟ ବଦଳି ଯାଇଛି ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରଦୀପ, ପଚାରିଲେ 23 ବର୍ଷ ହେଲା କୁଆଡେ ଯାଇଥିଲେ

ସମସ୍ତ ଜନପ୍ରତିନିଧି ମାନଙ୍କୁ ଅନୁରୋଧ ବର୍ତ୍ତମାନ ଚାଲିଥିବା ସଚିବ ସ୍ତରୀୟ ବ୍ୟବସ୍ଥାକୁ ଆମେ ଗ୍ରହଣ କରିବା କି ? ଆମେ ସ୍ବାଧୀନ ନା ପରାଧୀନ । ଆମେ ଆଲୋକରେ ଅଛୁ ନା ଅନ୍ଧାରରେ ଅଛୁ । ପୂର୍ବରୁ ଚାଲିଥିବା କ୍ରୀତଦାସ ବ୍ୟବସ୍ଥା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଦେଖା ଯାଇଛି । ନେତା ମାନେ ଜଣେ ସରକାରୀ ଅଧିକାରୀ ପ୍ରତି ସମର୍ପଣ ଭାବ ଦେଖାଉଛନ୍ତି । ନେତା ମାନେ ଟେଣ୍ଟ ବାନ୍ଧୁଛନ୍ତି । ତାହାଲେ ଜନ ପ୍ରତିନିଧି ମାନଙ୍କର କ୍ଷମତା କଣ ରହିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପରେ କ୍ୟାବିନେଟ ମନ୍ତ୍ରୀ ମାନେ ଘରେ ଆଁ କରି ବସି କାନ୍ଦୁଛନ୍ତି । ନେତା ମନ୍ତ୍ରୀ ମାନେ ଏତେ ନିରବ କାହିଁକି ଅଛନ୍ତି । କ୍ୟାବିନେଟ ମନ୍ତ୍ରୀ ଆଁ କରି ଦେଖୁଛନ୍ତି, ରାତିରେ ତକିଆ ଦେଇ କାନ୍ଦୁଛନ୍ତି । ମତେ କହୁଛନ୍ତି ପ୍ରଦୀପ ଭଲ କରୁଛୁ । କୁଆଡେ ଗଲା ଓଡ଼ିଆଙ୍କ ସ୍ବାଭିମାନ ।

ମୁଖ୍ୟ ଶାସନ ସଚିବଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସଚିବଙ୍କ ସଭାକୁ ନେଇ ବାରମ୍ବାର ମୁଁ ସମସ୍ତଙ୍କୁ ଚିଠି ଲେଖିଛି । କୌଣସି ଉତ୍ତର ଆସୁନାହିଁ । ମୁଁ ଅନୁରୋଧ କରୁଛି ମୋ ଚିଠିର ଉତ୍ତର ଦିଅନ୍ତୁ । ମୋତେ 2020 ମସିହା ପରଠୁ ବିଧାୟକ ପାଣ୍ଠି ଖର୍ଚ୍ଚ କରିବାକୁ ଦିଆଯାଉନାହିଁ । 2019 ପୂର୍ବରୁ ଯାହା ଯେମିତି ଲେଖୁଥିଲି, ସବୁ ଅନୁମୋଦନ ହେଉଥିଲା । ଏବେ ସେମିତି ପ୍ରସ୍ତାବ ଲେଖୁଛି ହେଲେ ଅନୁମୋଦନ ହେଉନାହିଁ । ଦେଢ଼ ବର୍ଷ ହେଲା ଗଞ୍ଜାମ ଜିଲ୍ଲାପାଳ ମୋ ଚିଠିର ଉତ୍ତର ଦେଉ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ ମୋ ଚିଠିର ଉତ୍ତର ଦିଅନ୍ତୁ । ବିଜେଡିରୁ ମୁଁ ନିଲମ୍ବିତ ହୋଇଛି, ହେଲେ ମୁଁ ସ୍ବାଧୀନ ଭାବେ ବିଧାୟକ ରହିଛି ।

ଏହାବି ପଢନ୍ତୁ- ଗଞ୍ଜାମ ଓ ଗୋପାଳପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୋପାଳପୁର ବିଧାୟକଙ୍କ ଦାବିପତ୍ର

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକ୍ରମ ଅନେକ ବ୍ୟତିକ୍ରମ ହେଉଛି । ସଚିବଙ୍କ ଟୁର ପ୍ରୋଗ୍ରାମକୁ କିଏ ଅଥରିଟି ଅନୁମୋଦନ କରୁଛି । ବ୍ୟକ୍ତିଗତ ସଚିବଙ୍କ ହେଲିକପ୍ଟର ଗସ୍ତ ଲାଗି କିଏ ଅନୁମତି ଦେଇଛି । ଗୋଟିଏ ଜିଲ୍ଲା ଭିତରେ ମାତ୍ର 10 ମିନିଟ ପାଇଁ କେମିତି ହେଲିକପ୍ଟରରେ ସେ ଯାଉଛନ୍ତି । ବ୍ୟକ୍ତିଗତ ସଚିବ ସବୁଆଡେ ବୁଲି ପାରନ୍ତି କିନ୍ତୁ ଓଡ଼ିଶାର ଲୋକଙ୍କ ପଇସାକୁ ଏମିତି ଉଡାଇ ପାରିବେନାହିଁ । ସୁପ୍ରିମକୋର୍ଟ, ଲୋକସଭା ବାଚସ୍ପତି ଏବଂ ହାଇକୋର୍ଟର ଜର୍ଜ ସ୍ତରୀୟ କମିଟି ରାଜ୍ୟର ବର୍ତ୍ତମାନ ବ୍ୟବସ୍ଥାକୁ ତର୍ଜମା କରନ୍ତୁ । ଓଡ଼ିଶାରେ ସମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ପୂର୍ବତନ ପ୍ରଶାସକ, ପୂର୍ବତନ ପ୍ରତିନିଧି ଓ ଯୁବ ବର୍ଗ ବର୍ତ୍ତମାନର ବ୍ୟବସ୍ଥାକୁ ନିରବ ପ୍ରତିବାଦ କରନ୍ତୁ । ବର୍ତ୍ତମାନର ବ୍ୟବସ୍ଥାକୁ ନେଇ ବିଧାନସଭାରେ ଆଲୋଚନା ହେଉ ।

ମୁଖ୍ୟମନ୍ତ୍ରୀଙ୍କ ଚାରି କଡରେ ବୁଲୁଛନ୍ତି ପାୱାର ଫୁଲ କୋଟେରି । ଜିଲ୍ଲାରେ ମୋ ବିରୁଦ୍ଧରେ ଯେଉଁ ଷଡଯନ୍ତ୍ର ହୋଇଛି ତାହା ପଛରେ ଆଇପିଏସ ଅଫିସର ସତ୍ୟବ୍ରତ ଭୋଇ ରହିଛନ୍ତି । କୋଟେରି ନିର୍ଦ୍ଦେଶରେ ଏ ସବୁ କାର୍ଯ୍ୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି । 2017 ରୁ ବ୍ୟବସ୍ଥାକୁ ଅତି ନିକଟରୁ ଦେଖି ଆସିଛି । ସେଠି ଯାହା ଚାଲିଛି ମୁଁ ତାହାର ନଗ୍ନ ଉଦାହରଣ । ମୁଁ ଆସନ୍ତା କାଲି ଗଞ୍ଜାମରେ ହେଉଥିବା ସଭା ସ୍ଥଳକୁ ଯିବି । ଯଦି ଯିବା ବେଳେ ବାଟରେ ମୋ ଉପରେ କୌଣସି ଆକ୍ରମଣ ହୁଏ, ତେବେ ରାଜ୍ୟର ଗୃହମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । ସେଥିପାଇଁ ଡିଜିପି, ମୁଖ୍ୟ ଶାସନ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଏବଂ ଗଞ୍ଜାମ ଏସପିଙ୍କୁ ଜଣାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.