ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରଦୀପ, ପଚାରିଲେ 23 ବର୍ଷ ହେଲା କୁଆଡେ ଯାଇଥିଲେ

author img

By

Published : Mar 30, 2023, 9:56 AM IST

Updated : Mar 30, 2023, 10:06 AM IST

http://10.10.50.80:6060/reg-lowres/29-March-2023/od-bam-gopalpur-mla-visite-7205524_29032023164019_2903f_1680088219_324.mp4
http://10.10.50.80:6060/reg-lowres/29-March-2023/od-bam-gopalpur-mla-visite-7205524_29032023164019_2903f_1680088219_324.mp4

ପ୍ରଦୀପ ବିଜେଡ଼ି ଦଳକୁ କଡା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦେଇଥିବା ବକ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ଦୀର୍ଘ ୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି ସମାଲୋଚନା କରିବା ସହ ୨୩ ବର୍ଷ ପୂର୍ବରୁ କୁଆଡେ ଯାଇଥିଲେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମପୁର ଏୟାରପୋର୍ଟ ନାମରେ ରାଜ୍ୟ ସରକାରଙ୍କ ଲଲିପପ: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବ୍ରହ୍ମପୁର ଏୟାରପୋର୍ଟ ନାମରେ ରାଜ୍ୟ ସରକାରଙ୍କ ଏହା ଏକ ଲଲିପପ ନୁହେଁ କି । ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତର ଦୁଇ ଦିନ ପରେ ଗୋପାଳପୁର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଏହା କହିଛନ୍ତି । ଗତକାଲି ଗୋପାଳପୁର ନିର୍ବାଚନ ମଣ୍ଡଳୀର ଡୁରା ଛକରୁ ବିଧାୟକ ପାଣିଗ୍ରାହୀଙ୍କୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ପ୍ରଦୀପ ସେନାର କର୍ମକର୍ତ୍ତା ଗୋପାଳପୁର ସହରକୁ ପାଛୋଟି ନେଇଥିଲେ । ଏହି ଅବସରରେ ପ୍ରଦୀପ ବିଜେଡ଼ି ଦଳକୁ କଡା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦେଇଥିବା ବକ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ମୁଖ୍ୟମନ୍ତ୍ରୀ ଦୀର୍ଘ ୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି ସମାଲୋଚନା କରିବା ସହିକ ୨୩ ବର୍ଷ ପୂର୍ବରୁ କୁଆଡେ ଯାଇଥିଲେ ବୋଲି କହିଛନ୍ତି । ଏଥିସହ ଶଙ୍ଖକୁ ଗର୍ବ କହିବାର କାରଣ କଣ ବୋଲି କହିବା ସହିତ ନବୀନ ମୋ ଗର୍ବ କିମ୍ବା ଜଗନ୍ନାଥ ଆମର ଗର୍ବ ବୋଲି କହିଲେ ଭଲ ଲାଗିଥାନ୍ତା ବୋଲି କହିଛନ୍ତି । ୨୩ ବର୍ଷ ପରେ ଲୋକ କଣ ଚିହ୍ନ ଭୁଲିଗଲେଣି କି ଯେଉଁଥିପାଇଁ ଶଙ୍ଖ ଗର୍ବ ବୋଲି କହୁଛନ୍ତି ।

୨୩ ବର୍ଷ ପରେ ଶଙ୍ଖ ଚିହ୍ନକୁ ଲୋକ ଭୁଲିଗଲେଣି କି ବୋଲି ସମାଲୋଚନା କରିବା ସହ ଜଗନ୍ନାଥ କିମ୍ବା ଲିଙ୍ଗରାଜକୁ ଛାଡି ଶଙ୍ଖକୁ ଧରୁଛ ବୋଲି କଟାକ୍ଷ କରିଛନ୍ତି । ଦଳରେ ବରିଷ୍ଠ ନେତା ମାନଙ୍କୁ କାହିଁକି ସାଇଲେଣ୍ଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ ସମୟରେ କବିସୂର୍ଯ୍ୟବଳଦେବ ରଥ ଏବଂ ଉପେନ୍ଦ୍ରଭଞ୍ଜଙ୍କୁ ମନ ପକାଇଥିବା ବେଳେ କବିସୂର୍ଯ୍ୟବଳଦେବଙ୍କ ଉପରେ କଣ ଧାରଣା ଅଛି କି ବୋଲି କହିବା ସହିତ ଜିଲ୍ଲାର ଆହୁରୀ ଅନେକ ମହାପୁରୁଷ ରହିଛନ୍ତି ଯେଉଁମାନେ ଜିଲ୍ଲା ପାଇଁ କାର୍ଯ୍ୟ କରୁଥିଲେ ।

ସେହିଭଳି ରାଜ୍ୟର ଭୁବନେଶ୍ୱର ଏବଂ ପୁରୀରେ ରହିଥିବା ପାଞ୍ଚଟି ପବିତ୍ର ପୁଷ୍କଋଣୀକୁ ଉଦ୍ଧାର କରାଯାଇନଥିବା ବେଳେ ବିଶ୍ୱରେ ରାଜ୍ୟକୁ ଏକ ନମ୍ବର କହିବା କହିବା ମାନେ କଣ ବୋଲି ପ୍ରଶ୍ନ କରିଛନ୍ତି । ଗଞ୍ଜାମ ରାଜନୀତି ବିଜେଡିରେ ବର୍ତ୍ତମାନ ଦଳର ଦୁର୍ବଳ ନେତୃତ୍ୱ ପାଇଁ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହୋଇଛି ବୋଲି କହିବା ସହିତ ଆଗାମୀ ୨୦୨୪ରେ ସବୁ ଜଣାପଡିଯିବ ବୋଲି କହିଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ମୋ ହାର୍ଟ ବୋଲି କହିବା ସହିତ ବହୁତ କଥା କହିବାର ଅଛି ସମୟ ଆସିଲେ କହିବି । ଯାହାକି ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡିବ ଏବଂ ପରିବର୍ତ୍ତନ ହେବ ବୋଲି କହିଛନ୍ତି । ଲୋକ ପରିବର୍ତ୍ତନ କରିବାକୁ ଚାହୁଁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁରରେ ବିରୋଧ କରିଥିଲେ ତାହାକୁ ବୁଝିଯିବା ଦରକାର ବୋଲି କହିଛନ୍ତି ଗୋପାଳପୁର ବିଧାୟକ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Mar 30, 2023, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.