ETV Bharat / state

ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଊର୍ଦ୍ଧ୍ବରେ ନୁହଁନ୍ତି କହିଲେ ପ୍ରଦୀପ

author img

By ETV Bharat Odisha Team

Published : Aug 26, 2023, 8:30 PM IST

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ କଳାପାହାଡ ସହ ତୁଳନା କରିଛନ୍ତି ପ୍ରଦୀପ । ସେ କହିଛନ୍ତି ଯେ, କଳା ପାହାଡ ମାନେ ଗଣତନ୍ତ୍ରକୁ କବଳିତ କରିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ତାକୁ ମୁଁ ନିନ୍ଦା କରୁଛି । ସମାଜର ସମସ୍ତ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରୁଛି ଯାହା ସତ ସମସ୍ତେ ସାମ୍ନାକୁ ଆସି କୁହନ୍ତୁ । ଏହି ବ୍ୟବସ୍ଥାକୁ ସଫଳ ହେବା ପାଇଁ ଦିଅନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମୋର କହିବା ପାଇଁ ଇଚ୍ଛା ବି ନାହିଁ । ଅଧିକ ପଢନ୍ତୁ

ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଉର୍ଦ୍ଧ୍ବରେ ନୁହଁନ୍ତି: ପ୍ରଦୀପ ପାଣିଗ୍ରାହୀ
ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଉର୍ଦ୍ଧ୍ବରେ ନୁହଁନ୍ତି: ପ୍ରଦୀପ ପାଣିଗ୍ରାହୀ

ଶୂନ ଓ ଶୂନ ମିଶିଲେ 1 ହେବନି: ମୁଖ୍ୟମନ୍ତ୍ରୀ ସମ୍ବିଧାନର ଉର୍ଦ୍ଧ୍ବରେ ନୁହଁନ୍ତି: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉ ନାହିଁ । ଗଞ୍ଜାମରେ ଗତକାଲିର ହାଇଡ୍ରାମା ପରେ ଆଜି ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ । ସଚିବ ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ ନୀତି ଆପଣାଇଛନ୍ତି ବୋଲି ପ୍ରଦୀପ କହିଛନ୍ତି । ଏଭଳି ଶାସନ ବ୍ୟବସ୍ଥା ମୋ ଭଳି ଅନେକଙ୍କୁ ଯନ୍ତ୍ରଣା ଦେଉଛି ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- ଆଜିର ଘଟଣା ଓଡିଶାବାସୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ: ପ୍ରଦୀପ ପାଣିଗ୍ରାହୀ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଆରୋପକୁ ନେଇ ପାଲଟା ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଓଡ଼ିଶା ବାସୀଙ୍କୁ ମୁଁ ପ୍ରଣାମ ଜଣାଉଛି ବୋଲି ପ୍ରଦୀପ କହିଛନ୍ତି । ଗତକାଲି ମୋ ସହିତ ଓଡ଼ିଶାର ଅନେକ ଲୋକ ଛିଡା ହୋଇଛନ୍ତି । ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି । କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ପୁଅଙ୍କ ନେତୃତ୍ବରେ ଓଡ଼ିଶାରେ ରାଜନୈତିକ କ୍ରୀତଦାସ ବ୍ୟବସ୍ଥା ବଢିବା ପାଇଁ ଯାଉଛି । ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିବର୍ତ୍ତନ ଆସିଛି । ରାଜନେତା ମାନେ କ୍ରୀତଦାସ ହେବା, କ୍ରୀତଦାସ ପ୍ରଥା ନେଇ ନିରବ ରହିବା, ସ୍ଥାଣୁ ହେବା ଓ ଅପଙ୍ଗ ହେବା ଓଡିଆ ସ୍ବାଭିମାନ ଜାତି ଏକ ଅଭିଶାପ ।

ଏହାବି ପଢନ୍ତୁ- ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ଉପସ୍ଥିତିରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ଠେଲାପେଲା

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ କଳାପାହାଡ ସହ ତୁଳନା କରିଛନ୍ତି ପ୍ରଦୀପ । ସେ କହିଛନ୍ତି ଯେ, କଳା ପାହାଡ ମାନେ ଗଣତନ୍ତ୍ରକୁ କବଳିତ କରିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ତାକୁ ମୁଁ ନିନ୍ଦା କରୁଛି । ସମାଜର ସମସ୍ତ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରୁଛି ଯାହା ସତ ସମସ୍ତେ ସାମ୍ନାକୁ ଆସି କୁହନ୍ତୁ । ଏହି ବ୍ୟବସ୍ଥାକୁ ସଫଳ ହେବା ପାଇଁ ଦିଅନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମୋର କହିବା ପାଇଁ ଇଚ୍ଛା ବି ନାହିଁ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ପୁଅ ନିରବ ବସିବ ଶାସନ ଆଉ କିଏ ଚଳାଇବ । ତାଙ୍କ ଭଉଣୀ ଓ ଭାଇ ଦିଲ୍ଲୀରେ ବସିବେ । ବିଜୁ ପଟ୍ଟନାୟକଙ୍କ ପରିବାରର ପ୍ରତି ଅପମାନ ହେବ । ତାକୁ ଆମେ କେମିତି ସହିବୁ । ଜଣେ ଦୁର୍ଦ୍ଦଶ ବ୍ୟକ୍ତିର ପୁଅ ନିରବ ରହି ସବୁ ଦେଖିବେ ଆଶ୍ଚର୍ଯ୍ୟ ଲାଗୁଛି ।

ଭିକେ ପଣ୍ଡିଆନ ଗୋଟେ ଅଫିସର ଓଡିଶାଟାକୁ କାବା କରିଦେବ ବୋଲି ଭାବୁଛି । ଓଡ଼ିଆ ଲୋକ ସବୁ ସରଳ ଅଛନ୍ତି । ନିରବ ଅଛନ୍ତି ବୋଲି ଯାହା କହିବ ତାହା ହୋଇଯିବ ବୋଲି ଭାବୁଛନ୍ତି ବୋଧେ ଭିକେ ପାଣ୍ଡିଆନ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଗୃହ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ କୁହନ୍ତୁ ସେମାନେ ସମ୍ବିଧାନ ଅନୁସାରେ କାମ କରୁଛନ୍ତି । ଯଦି ସେତିକି ହେଉଥିବ ତେବେ ମୋତେ କୌଣସି ପ୍ରକାର ଦଣ୍ଡ ଦେଲେ ମୁଁ ନେବାକୁ ରାଜି ଅଛି । ମୁଖ୍ୟମନ୍ତ୍ରୀ ସମ୍ବିଧାନ ଭିତରେ ଅଟନ୍ତି । ସେ ସମ୍ବିଧାନ ଉପରେ ନୁହଁନ୍ତି । ମୋତେ କାଲି ଅଣ୍ଡା ମରା ହେଲା 307 କାହା ଉପରେ ଲାଗିଲା ନାହିଁ କାହିଁକି । ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡା ମାଡ଼ ହୋଇଥିଲା ସେତେବେଳେ କଂଗ୍ରେସ କର୍ମୀଙ୍କ ଉପରେ 307 ଦଫା ଲାଗିଥିଲା । ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ଦଫା ଲଗେଇଥିଲା ।

ଏହାବି ପଢନ୍ତନୁ- ଗଣତନ୍ତ୍ର ଶ୍ରେଷ୍ଠ ନା ପ୍ରଶାସନିକ ତନ୍ତ୍ର ? ରାଜ୍ୟରେ ବଢୁଛି ରାଜନୈତିକ କ୍ରୀତଦାସ ପ୍ରଥା: ପ୍ରଦୀପ

ପୂର୍ଣ୍ଣ ସ୍ବାଇଁଙ୍କର ବାପା କୋଭିଡରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ 24 ଘଣ୍ଟା ପର୍ଯ୍ୟନ୍ତ ବେଡ ଗୋଟେ ମିଳିଲାନି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି । ତାହା କହିବା କଣ ମୋ ଭୁଲ । ମୁଁ ସେବେ କହିଥିଲି ସାର ଆପଣଙ୍କ ବ୍ୟକ୍ତିଗତ ସଚିବ ମିଶଲିଡ କରାଉଛନ୍ତି । ସେ ମୋ ଉପରେ କମାଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ସେଠି ବି କହିଥିଲି ଯଦି ଏଥିରେ ମୋର କିଛି ରୋଲ ନାହିଁ ତେବେ ମୁଁ ବର୍ତ୍ତମାନ ବି ଇସ୍ତଫା ଦେବା ପାଇଁ ରାଜି । କୋଭିଡ ପିରିୟଡରେ ମୁଁ ଯେତିକି ମେଲ ଦେଇଛି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଯେତିକି କଲ କରିଛି ତାହାକୁ ଦେଖାନ୍ତୁ । ମୁଁ କଣ ମେଲରେ ଲେଖିଥିଲି ତାହା ଦେଖାନ୍ତୁ । ବାହାରୁ ଟ୍ରେନ ଓ ବସ ଆସିବା ପାଇଁ ହାଇକୋର୍ଟ ଦ୍ବାରା କିଏ ବନ୍ଦ କରାଇଥିଲେ ।

କାର୍ତ୍ତିକଟା ଭଲ ପିଲାଟା । ଏବେ କାହିଁକି ଏମିତି ହେଉଛି କେଜାଣି । ସେ ରାଜନୀତି କରିବା ଭଲ କଥା । ହେଲେ ଆମ ଭଳିଆ ଫିଲ୍ଡକୁ ଆସି ରାଜନୀତି କରୁ । ଆମ ପରି ମାଡ ଖାଉ । ନବୀନ ବାବୁଙ୍କ ପାଖରେ ସେ ବିଲ ଧରି ବସିଛି । ସିଏ ଯାହା କହୁଛି ତାହା ହେଉଛି । ଆମେ ଯାହା କହୁଛି ତାହା ହେଉ ନାହିଁ । ଏଭଳି ବାର୍ତ୍ତା ଲୋକଙ୍କ ପାଖକୁ ଗଲାଣି । ମୁଖ୍ୟମନ୍ତ୍ରୀଙ୍କର ଯଦି ସାହାସ ଅଛି ତେବେ ଗତକାଲି ତାଙ୍କ ବ୍ୟକ୍ତିଗତ ସଚିବ ଯେଉଁ କଥା କହିଛନ୍ତି ତାହାର ଉତ୍ତର ରଖନ୍ତୁ । କଣ ଠିକ କଣ ଭୁଲ । ଯଦି ମୁଖ୍ୟମନ୍ତ୍ରୀ ସତ କଣ କହିବେ ତେବେ ମୁଁ ଜାଣିବି ସେ ଜଣେ ସଚୋଟ ଓ ନିଷ୍ଠା ଏବଂ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଗୋଟେ ଦାୟିତ୍ବ ବୋଧତା ଅଛି । ଜଣେ ସଚିବ ଜଣେ ଷ୍ଟାଣ୍ଡିଂ ଜନପ୍ରତିନିଧି ଉପରେ ଆରୋପ ଦେଉଛନ୍ତି । ବିଧାୟକଙ୍କ ବିଷୟରେ ବ୍ୟକ୍ତିଗତ ସଚିବ କହିବେ କେମିତି । ଓଡିଆ ଅଫିସରମାନେ କାହିଁକି ଚୁପ ରହିଛନ୍ତି । ସେମାନେ କଣ ଠିକ କଣ ଭୁଲ ଜାଣିପାରୁନାହାନ୍ତି ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରଦୀପ, ପଚାରିଲେ 23 ବର୍ଷ ହେଲା କୁଆଡେ ଯାଇଥିଲେ

ଶୂନ୍ୟ ଶୂନ୍ୟ ମିଶି ଏକ ହୋଇପାରିବ ନାହିଁ । ସମସ୍ତେ ଶୂନ୍ୟ ପ୍ରଦୀପ ପାଣିଗ୍ରାହୀ 1 ନମ୍ବର । ପ୍ରଦୀପ ପାଣିଗ୍ରାହୀର କିଛି କରିପାରିବ ନାହିଁ । ମିଶିକି ସମସ୍ତେ ଲଢନ୍ତୁ । ନିଜର ଓ ଓଡିଶାର ସ୍ବାଭିମାନକୁ ବଞ୍ଚାନ୍ତୁ । ମୁଖ୍ୟମନ୍ତ୍ରୀ ସମ୍ବିଧାନ ଉପରେ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କୁ ପଠାଇଛନ୍ତି ବୋଲି କହିବା ଭୁଲ । ସେ କେବେ ବି ନିଜ ବ୍ୟକ୍ତିଗତ ସଚିବକୁ ଜନ ଶୁଣାଣି କରିବା ପାଇଁ ପଠାଇ ପାରିବେ ନାହିଁ । କୁଆଡେ ଗଲେ କ୍ୟାବିନେଟର ସବୁ ମନ୍ତ୍ରୀ । ସଚିବ ମାନେ ଯିବା ଅର୍ଥ ବିଭାଗୀୟ ସଚିବ ତାହା ଅର୍ଥ ନୁହେଁ ସିଏମଓ ଯିବନି । ସିଏମଓ ଅଫିସର ମୁଖ୍ୟ ମୁଖ୍ୟମନ୍ତ୍ରୀ । ବିଭାଗୀୟ ସଚିବ ଗଲେ ବିଭାଗୀୟ ନିର୍ଦ୍ଦେଶ ଯିବ । କିନ୍ତୁ ପଣ୍ଡିଆନ ଗଲେ କାହାକୁ ଜଣା ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.