ETV Bharat / state

ଚୀନରେ ବ୍ୟାପୁଛି ନିମୋନିଆ, ଥଣ୍ଡାକାଶ ହେଲେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ୍‌

author img

By ETV Bharat Odisha Team

Published : Nov 28, 2023, 4:49 PM IST

ଚୀନରେ ବୃଦ୍ଧି ପାଉଛି ନିମୋନିଆ । ଥଣ୍ଡାକାଶ ହେଲେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ କଲା ଅପିଲ୍‌ । ଅଧିକ ପଢନ୍ତୁ

Odisha Health Department
Odisha Health Department

ଥଣ୍ଡାକାଶ ହେଲେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ୍‌

ଭୁବନେଶ୍ବର: ଚୀନରେ ବ୍ୟାପୁଥିବା ନିମୋନିଆକୁ ନେଇ ସଚେତନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ତେବେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅପିଲ୍‌ କରାଯାଇଛି ।

ଚୀନରେ ରହସ୍ୟମୟ ଏହି ନିମୋନିଆ ଦ୍ରୁତ ବେଗରେ ବଢୁଥିବା ନଜରକୁ ଆସୁଛି । ବିଶେଷ କରି ଶିଶୁମାନେ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏପଟେ ଭାରତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟମାନଙ୍କୁ ଆଲର୍ଟ ରହିବାକୁ କହିଛନ୍ତି । ତେବେ ଏହି ଅଜଣା ନିମୋନିଆ ଭାରତରେ ବ୍ୟାପିବାର ସମ୍ଭାବନା କମ ରହିଛି । କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ସୂଚାଇ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଏହା ବି ପଢନ୍ତୁ- ଚିନ୍ତା ବଢାଇଲା ଚୀନ ନିମୋନିଆ: ପ୍ରସ୍ତୁତି ସହ ସତର୍କତା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି,"ଚୀନରେ ବ୍ୟାପୁଥିବା ନିମୋନିଆକୁ ନେଇ ସଚେତନ ରାଜ୍ୟ ସରକାର । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ତେବେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ୍‌ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ ଭାବରେ ସମସ୍ତଙ୍କୁ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।"

ଏହା ବି ପଢନ୍ତୁ- ଚୀନରେ ବ୍ୟାପୁଛି H9N2 ଭାଇରସ, ପ୍ରତିକ୍ରିୟା ରଖିଲା କେନ୍ଦ୍ର ମନ୍ତ୍ରଣାଳୟ

ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର, ମେଡିସିନ୍‌ ଓ ଟେଷ୍ଟିଂ ଟ୍ରିଟମେଣ୍ଟ୍‌ କରିବାକୁ କୁହାଯାଇଛି । ଭୂତାଣୁ କିଛି ନୂଆ ନୁହେଁ ବୋଲି WHO ମଧ୍ୟ କହିସାରିଛି । ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍ କରିଛି ।

ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "ଏଭଳି ସ୍ଥିତି ଆସିବା ପୂର୍ବରୁ ସମସ୍ତେ ସତର୍କ ରହିବା ଆବଶ୍ୟକ । ଏନେଇ ମଧ୍ୟ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । ପୂର୍ବରୁ କୋଭିଡ ପାଇଁ ଥିବା ରୁମ୍ ବେଡ୍‌ ଆଦି ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.