ETV Bharat / international

ଚିନ୍ତା ବଢାଇଲା ଚୀନ ନିମୋନିଆ: ପ୍ରସ୍ତୁତି ସହ ସତର୍କତା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

author img

By ETV Bharat Odisha Team

Published : Nov 26, 2023, 5:12 PM IST

ଚିନ୍ତା ବଢାଇଲା ଉତ୍ତର-ଚୀନରେ ବ୍ୟାପୁଥିବା ନିମୋନିଆ । ଶିଶୁ ହେଉଛନ୍ତି ସଂକ୍ରମିତ । ଚିନ୍ତିତ ନହୋଇ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପରାମର୍ଶ ଦେଲା କେନ୍ଦ୍ର । ଅଧିକ ପଢନ୍ତୁ

ଚୀନରେ ବ୍ୟାପୁଛି ନିମୋନିଆ: ଚନ୍ତାର କାରଣ ନାହିଁ, ସତର୍କତା ନିର୍ଦ୍ଦେଶାବଳି ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ଚୀନରେ ବ୍ୟାପୁଛି ନିମୋନିଆ: ଚନ୍ତାର କାରଣ ନାହିଁ, ସତର୍କତା ନିର୍ଦ୍ଦେଶାବଳି ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଚୀନରେ ବ୍ୟାପିବାରେ ଲାଗିଛି ନିମୋନିଆ । ବିଶେଷ ଭାବେ ଉତ୍ତର ଚୀନରେ ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇଛି । ବିଶେଷ ଭାବେ ଶିଶୁମାନେ ଏଥିରେ ଆକ୍ରାନ୍ତ ହୋଇ ଶ୍ବାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚୀନରେ ଦେଖାଯାଇଥିବା ସ୍ଥିତି ଉପରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି । ବର୍ତ୍ତମାନର ସ୍ଥିତି ଭାରତ ପାଇଁ ଚିନ୍ତାଜନକ ନୁହେଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏହା ସହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରସ୍ତୁତି ଗାଇଡଲାଇନ ଜାରି କରିଛି । ଚିନ୍ତିତ ନହୋଇ କୌଣସି ସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟସେବାକୁ ପ୍ରସ୍ତୁତ ରଖିବା ନେଇ ଏକାଧିକ ଦିଗକୁ ଏଥିରେ ଗୁରୁତ୍ବ ଦିଆଯାଇଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଗୁଡିକ ଜନସ୍ବାସ୍ଥ୍ୟ ଓ ହସ୍ପିଟାଲରେ ସମସ୍ତ ପୂର୍ବ ପ୍ରସ୍ତୁତି କରିବାକୁ ପରାମର୍ଶରେ କୁହାଯାଇଛି । ଇନଫ୍ଲୁଏଞ୍ଜା ଟିକାର ଉପଲବ୍ଧତା, ହସ୍ପିଟାଲରେ ଜରୁରୀ ସ୍ଥିତି ମୁକାବିଲା କରିବା ପାଇଁ ମାନବ ସମ୍ବଳ, ମେଡିକାଲ ବେଡ, ଆବଶ୍ୟକୀୟ ଔଷଧ, ଟେଷ୍ଟିଂ କିଟ୍‌, ଅକ୍ସିଜେନ ଓ ଅନ୍ୟ ଚିକିତ୍ସା ଉପକରଣ ସଠିକ୍‌ ମାତ୍ରାରେ ମହଜୁଦ ରଖିବା ପାଇଁ କେନ୍ଦ୍ର କହିଛି । ସେହିପରି ଏହି ପୂର୍ବ ପ୍ରସ୍ତୁତିରେ ମଧ୍ୟ କିଛି କଟକଣା ଜାରି ହେବାକୁ ଯାଉଛି । ଗତବର୍ଷ ସରକାରଙ୍କ କୋଭିଡ ସଂଶୋଧିତ ଗାଇଡଲାଇନକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ମନ୍ତ୍ରଣାଳୟ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, ବିଶ୍ବ ସାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଭାରତ ପକ୍ଷରୁ ଚୀନରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଗମ୍ଭୀରତାର ସହ ନଜର ରଖାଯାଇଛି । ଏବେ ଏହାର ପ୍ରଭାବରେ ଭାରତରେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । କେବଳ ଆବଶ୍ୟକ ପ୍ରସ୍ତୁତି କରିବାକୁ ହେବ । ସ୍ଥିତିକୁ ଦେଖି ପରବର୍ତ୍ତୀ ଗାଇଡଲାଇନ୍‌ ଜାରି କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ:- ଭିସା କଟକଣା କୋହଳ କଲା ଚୀନ, 5 ୟୁରୋପୀୟ ଦେଶ ସହ ମାଲେସିଆ ନାଗରିକ ପାଇବେ ସୁବିଧା

ତେବେ ବର୍ଷ 2019 ରେ ଚୀନର ଉହାନରେ ପ୍ରଥମେ ଦେଖାଯାଇଥିବା କୋଭିଡ -19 ଭୂତାଣୁ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ବକୁ ବ୍ୟାପିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଏହାକୁ ବିଶ୍ବ ମହାମାରୀ ମଧ୍ୟ ଘୋଷଣା କରାଯାଇଥିଲା । ତେଣୁ ଚୀନରେ କୌଣସି ନୂଆ ଭୂତାଣୁ କିମ୍ବା ବ୍ୟାଧି ବ୍ୟାପିଲେ ଏହା ବିଶ୍ବବାସୀଙ୍କୁ ଭୟଭୀତ କରୁଛି । ଅବଶ୍ୟ ବର୍ତ୍ତମାନ ସଂକ୍ରମିତ ହେଉଥିବା ନିମୋନିଆ ନୂଆ ନୁହେଁ । ମାତ୍ର ଏହାର ସଂକ୍ରାମକତା ଅନ୍ୟ ରୋଗ ଅପେକ୍ଷା ବେଶ ଅଧିକ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.