ETV Bharat / international

ଭିସା କଟକଣା କୋହଳ କଲା ଚୀନ, 5 ୟୁରୋପୀୟ ଦେଶ ସହ ମାଲେସିଆ ନାଗରିକ ପାଇବେ ସୁବିଧା

author img

By ETV Bharat Odisha Team

Published : Nov 25, 2023, 10:45 PM IST

ଚୀନ କଲା ଭିସା କଟକଣା କୋହଳ , 5 ୟୁରୋପୀୟ ଦେଶ ଏବଂ ମାଲେସିଆ ନାଗରିକଙ୍କୁ ଭିସା ଫ୍ରୀ ଏଣ୍ଟ୍ରି
ଚୀନ କଲା ଭିସା କଟକଣା କୋହଳ , 5 ୟୁରୋପୀୟ ଦେଶ ଏବଂ ମାଲେସିଆ ନାଗରିକଙ୍କୁ ଭିସା ଫ୍ରୀ ଏଣ୍ଟ୍ରି

China will allow visa-free entry: ଚୀନ 5ଟି ୟୁରୋପୀୟ ଦେଶ ଏବଂ ମାଲେସିଆର ନାଗରିକମାନଙ୍କ ପାଇଁ ବିନା ଭିସାରେ ଚୀନକୁ ଯାତ୍ରା କରିପାରିବେ ବୋଲି ଅନୁମତି ପ୍ରଦାନ କରିଛି । ଏହି ଟ୍ରାଏଲ ପ୍ରୋଗ୍ରାମ କେବଳ ଏକ ବର୍ଷ ପାଇଁ ଲାଗୁ ରହିବ । ଅଧିକ ପଢନ୍ତୁ

ବେଜିଂ: ଗତ ଶୁକ୍ରବାର ଦିନ ଚୀନ ନିଜର କୋଭିଡ କଟକଣାକୁ କୋହଳ କରିଛି । ଏଥିପାଇଁ ଚୀନ 5ଟି ୟୁରୋପିୟ ଦେଶ ଏବଂ ମାଲେସିଆର ନାଗରିକଙ୍କ ପାଇଁ ବିନା ଭିସାରେ ଚୀନକୁ ଯାତ୍ରା କରିପାରିବେ ବୋଲି ଅନୁମତି ପ୍ରଦାନ କରିଛି । ଆସନ୍ତା ଡିସେମ୍ବର 1 ତାରିଖ ଠାରୁ ଫ୍ରାନ୍ସ , ଜର୍ମାନୀ, ନେଦରଲ୍ୟାଣ୍ଡ, ଇଟାଲୀ, ସ୍ପେନ ଏବଂ ମାଲେସିଆର ନାଗରିକ ମାନେ ଚୀନରେ ପ୍ରବେଶ କରିପାରିବେ ଏବଂ 15 ଦିନ ପର୍ଯ୍ୟନ୍ତ ବିନା ଭିସାରେ ରହି ମଧ୍ୟ ପାରିବେ । ଏହି ଟ୍ରାଏଲ ପ୍ରୋଗ୍ରାମ କେବଳ ଏକ ବର୍ଷ ପାଇଁ ଲାଗୁ ରହିବ ।

ଏହା ମଧ୍ୟ ପଢନ୍ତୁ... ଚୀନରେ ବ୍ୟାପୁଛି H9N2 ଭାଇରସ, ପ୍ରତିକ୍ରିୟା ରଖିଲା କେନ୍ଦ୍ର ମନ୍ତ୍ରଣାଳୟ

ଚୀନରେ କୋଭିଡ କଟକଣା ଯୋଗୁଁ ଚୀନ ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରୋଗ୍ରାମର ଲକ୍ଷ୍ୟ ହେଉଛି ଚୀନରେ କୋରୋନା ଯୋଗୁଁ ଠପ୍ ପଡିଥିବା ବେଳେ ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପୁଣି ଟ୍ରାକ୍କୁ ଫେରାଇ ଆଣିବା । ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗଙ୍କ କହିବା ମୁତାବକ କୋରୋନା ମହାମାରୀକୁ ନେଇ ଚୀନ ଅନେକ କଠୋର ନିୟମ ଲାଗୁ କରିଥିଲା । ଯାହା ଦ୍ବାରା ଯାତାୟାତ କରୁଥିବା ଲୋକଙ୍କୁ ବାଧ୍ୟତା ମୂଳକ ଭାବେ କ୍ବାରେଣ୍ଟାଇନ ରହିବାକୁ ହେଉଥିଲା । ଯାହା ଫଳରେ ପ୍ରାୟ ତିନି ବର୍ଷ ଧରି ଲୋକ ମାନେ ଯାତ୍ରା କରିବାକୁ ନେଇ ହତୋତ୍ସାହିତ ହେଉଥିଲେ । ଚଳିତ ବର୍ଷ ଏହି କଟକଣାକୁ ଆଂଶିକ କୋହଳ କରାଯାଇଥିଲେ ସୁଦ୍ଧା ଅନ୍ତର୍ଜାତୀୟ ଯାତାୟାତକୁ ନେଇ କଟକଣା ବଳବତ୍ତର ଥିଲା ।

ପୂର୍ବରୁ ଚୀନ ବ୍ରୁନେଇ, ଜାପାନ ଏବଂ ସିଙ୍ଗାପୁରର ନାଗରିକ ମାନଙ୍କ ପାଇଁ ବିନା ଭିସାରେ ପ୍ରବେଶକୁ ଅନୁମତି ଦେଇଥିଲା । କିନ୍ତୁ ପୁଣି କୋଭିଡ ଫେରିବାରୁ ଏହାକୁ ବାତିଲ କରା ଯାଇଥିଲା । ପରେ ସ୍ଥିତି ସୁଧୁରିବାରୁ କେବଳ ବ୍ରୁନେଇ ଏବଂ ସିଙ୍ଗାପୁର ପାଇଁ ମୁକ୍ତ ପ୍ରବେଶକୁ ଅନୁମତି ମିଳିଥିଲା । ଚଳିତ ବର୍ଷ ର ପ୍ରଥମ 6 ମାସ ମଧ୍ୟ ରେ ରେକର୍ଡ ସଂଖ୍ୟକ 8.4 ମିଲିୟନ ଲୋକ ଯାତାୟାତ କରିଥିଲେ । କୋରୋନା ଯୋଗୁଁ ଚୀନର ଅର୍ଥ ବ୍ୟବସ୍ଥା ମାନ୍ଦା ହୋଇଯାଇଛି । ଏଣୁ ଚୀନ ବିଦେଶୀ ପୁଂଜି ନିବେଶ ପ୍ରତି ଆଗ୍ରହୀ ହୋଇ ବିଭିନ୍ନ ଟ୍ରେଡ ଫେୟାର ଓ ମିଟିଂ ର ଆୟୋଜନ କରିବା ସହ ଏଲନ ମସ୍କ , ଟିମ କୁକଙ୍କ ଭଳି ବିଜନେସ ଟାଇକୁନମାନଙ୍କୁ ଆମନ୍ତ୍ରିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.