ETV Bharat / bharat

ଚୀନରେ ବ୍ୟାପୁଛି H9N2 ଭାଇରସ, ପ୍ରତିକ୍ରିୟା ରଖିଲା କେନ୍ଦ୍ର ମନ୍ତ୍ରଣାଳୟ

author img

By ETV Bharat Odisha Team

Published : Nov 24, 2023, 6:34 PM IST

ଚୀନରେ ପିଲାଙ୍କ ମଧ୍ୟରେ ବ୍ୟାପୁଛି ନୂଆ ଭାଇରସ । ଏଭଳି ସ୍ଥିତିରେ ଭାରତ କେତେ ସଚେତନ ରହିଛି ସେ ନେଇ ଉତ୍ତର ରଖିଲା କେନ୍ଦ୍ର ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

H9N2
H9N2

ନୂଆଦିଲ୍ଲୀ: ଚୀନରେ ଏବେ ଛୋଟ ଛୋଟ ଶିଶୁଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି ଏକ ରହସ୍ୟମୟ ରୋଗ । ଯେଉଁଥିଲାଗି ପିଲାଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଛି । ତେବେ ଏଥିଲାଗି H9N2 ଭାଇରସକୁ ଦାୟୀ କରାଯାଇଛି । ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏନେଇ ଚୀନକୁ ଏକ ସବିଶେଷ ରିପୋର୍ଟ ମାଗିଥିବା ବେଳେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏଥିଲାଗି ଯଦି କୌଣସି ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ମୁକାବିଲା କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

  • #HealthForAll

    Union Health Ministry @MoHFW_INDIA is closely monitoring outbreak of #H9N2 and clusters of respiratory illness in children in #China

    There is low risk to India from both the avian influenza case reported from China as well as the clusters of respiratory illness…

    — Ministry of Health (@MoHFW_INDIA) November 24, 2023 " class="align-text-top noRightClick twitterSection" data=" ">

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କୁହାଯାଇଛି," ଚୀନର ଉତ୍ତରାଞ୍ଚଳରେ ଶିଶୁଙ୍କୁ H9N2 ଭାଇରସ ଦ୍ରୁତ ଗତିରେ ସଂକ୍ରମିତ କରୁଛି । ଏହି ଇନଫ୍ଲୁଏଞ୍ଜା ଭାଇରସ ଦ୍ବାରା ସଂକ୍ରମିତ ହେଉଥିବା ଶିଶୁଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଛି । ନିକଟ ଅତୀତରେ ଚୀନରେ ଶ୍ବାସ ସମ୍ବନ୍ଧୀୟ ରୋଗ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାର ମୁକାବିଲା କରିବା ଲାଗି ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।" ଚୀନରେ ଚଳିତ ବର୍ଷ ଅକ୍ଟୋବରରେ H9N2ର ଏକ ମାମଲା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଏକ ବୈଠକ ହୋଇଥିବା ବେଳେ ଏହାର ରିପୋର୍ଟକୁ WHOକୁ ଦିଆଯାଇଥିଲା ।

ଏହା ବି ପଢନ୍ତୁ- H3N2 Virus: ମନଇଚ୍ଛା ଔଷଧ ସେବନକୁ ବାରଣ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ମିଳିଥିବା ସୂଚନା ଅନୁସାରେ ଏହି ଭାଇରସ ଯୋଗୁଁ ଚୀନରେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଓ ନିମୋନିଆ ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇଛି । ଏଣୁ ଏହି ସଂକ୍ରାନ୍ତୀୟ ରୋଗର ସବିଶେଷ ତଥ୍ୟ ଦେବା ଲାଗି ଚୀନକୁ ଡବ୍ଲ୍ୟୁଏଚ ଅନୁରୋଧ କରିଛି । ଚୀନରେ ଇନଫ୍ଲୁଏଞ୍ଜା ଭଳି ରୋଗ ଯୋଗୁଁ ଡବ୍ଲ୍ୟୁଏଚ ଏକ ଆଡଭାଇଜାରି ଜାରି କରିଛି । ଇନଫ୍ଲୁଏଞ୍ଜା, RSV, SARS-CoV-2 ଭଳି ଭାଇରସ ଦ୍ବାରା ସଂକ୍ରମିତ ହେଲେ ଟୀକାକରଣ ସାଙ୍ଗକୁ ଦୂରତା ବଜାୟ ରଖିବା, କ୍ବାରେଣ୍ଟାଇନରେ ରହିବା, ମାସ୍କ ପରିଧାନ କରିବା, ନିୟମିତ ଭାବେ ହାତ ଧୋଇବା ଲାଗି ପରାମର୍ଶ ଦେଇଛି ।

ସେପଟେ ଭାରତ ଏବେ କୌଣସି ପ୍ରକାର ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଲାଗି ପ୍ରସ୍ତୁତ ରହିଛି । ଏଭଳି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିପତ୍ତିର ସମାଧାନ ଲାଗି ଦେଶ 'ୱାନ ହେଲ୍‌ଥ' ଦୃଷ୍ଟିକୋଣ ସହିତ କାମ କରୁଛି । କୋଭିଡ ମହାମାରୀ ପରେ ଭାରତର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଢାଞ୍ଚାରେ ବହୁ ପରିବର୍ତ୍ତନ ଆସିବା ସହ ଏହି କ୍ଷେତ୍ର ମଜଭୁତ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.