ଭୁବନେଶ୍ବର ବୁଥ ଆଗରେ ଲମ୍ବା ଲାଇନ, ଭୋଟ ଦେଲେ ପ୍ରଶାସନିକ ଅଧିକାରୀ - OFFICIALS CAST VOTE

By ETV Bharat Odisha Team

Published : May 25, 2024, 12:13 PM IST

Updated : May 25, 2024, 12:36 PM IST

thumbnail
ଭୁବନେଶ୍ବର ବୁଥ ଆଗରେ ଲମ୍ବା ଲାଇନ, ଭୋଟ ଦେଲେ ପ୍ରଶାସନିକ ଅଧିକାରୀ (ETV Bharat Odisha)

Lok Sabha Election 2024: ଭୁବନେଶ୍ୱର: ଆଜି ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର ସମେତ ୬ ଲୋକସଭା ଆସନରେ ମତଦାନ ହେଉଛି  । ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇଛନ୍ତି ପ୍ରଶାସନିକ ଅଧିକାରୀ  । ସକାଳୁ ସକାଳୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ଓ ପୂର୍ବତନ ପୋଲିସ ଡିଜି ସୁନୀଲ ବଂଶଲଙ୍କ ଯାଏଁ ବଡ ବଡ ଅଫିସରମାନେ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି  ।  ୟୁନିଟ-1 ହାଇସ୍କୁଲରେ ହୋଇଥିବା ବୁଥରେ ଏସଆରସି ସତ୍ୟବ୍ରତ ସାହୁ ନିଜର ପତ୍ନୀଙ୍କ ସହ ଯାଇ ମତଦାନ କରିଛନ୍ତି ଏବଂ ବହୁଳ ମାତ୍ରାରେ ଆସି ମତଦାନ କରିବାକୁ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ-ବିଜେଡିର ହେବ ବଡ଼ ବିଜୟ - CM Casts Vote
 

ଭୋଟ ଦେବା ପରେ  ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଆଜିର ଦିନ ହେଉଛି ଭୋଟରଙ୍କ ଦିନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଲୋକ ଭୋଟ ଦେବାକୁ ଆସୁଛନ୍ତି ଦେଖି ମୋତେ ଖୁସି ଲାଗୁଛି । ପ୍ରତ୍ୟେକ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ରାଜନୈତିକ ଦଳ ଗୁଡିକର କହିବା ଅନୁଯାୟୀ, ନିର୍ଦ୍ଦିଷ୍ଟ କିଛି ବୁଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ତେଣୁ ବହୁସଂଖ୍ୟାରେ ଆସି ଭୋଟ ଦେବାକୁ ସେ ଅପିଲ କରିଛନ୍ତି । 

ସେହିଭଳି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଗଣତନ୍ତ୍ରର ମହାପର୍ବରେ ନିଜର ଦାୟିତ୍ୱ ନିର୍ବାହ କରି ଗୌରବାନିତ୍ୱ ମନେ କରୁଛି । ସମସ୍ତେ ଭୋଟ ଦେବା ସହ ଗଣତନ୍ତ୍ରକୁ ଆହୁରି ସୁଦୃଢ କରିବାକୁ ସେ ଅପିଲ କରିଛନ୍ତି । ସମସ୍ତେ ଆଜି ଓ ଆସନ୍ତା ୧ ତାରିଖରେ ଭୋଟିଂ ହେବାକୁ ଥିବା ଅଞ୍ଚଳର ଲୋକମାନେ ମତଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିଭଳି ପୂର୍ବତନ ପୋଲିସ ଡିଜି ସୁନୀଲ କୁମାର ବଂଶଲ, ପ୍ରଶାସିକା ସୁଜାତା ଆର. ପଣ୍ଡିଆନ, ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 25, 2024, 12:36 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.