ETV Bharat / state

Pradeep Pradhan Arrest Issue: ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଧାରଣା, ନିଃସର୍ତ୍ତ ଖଲାସ ଦାବି

author img

By ETV Bharat Odisha Team

Published : Nov 2, 2023, 7:02 PM IST

mo dala stages protest
ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ପ୍ରତିବାଦ

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ପ୍ରତିବାଦ କରି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରି ନିଃସର୍ତ୍ତରେ ଖଲାସ କରିବାକୁ ଦାବି କରିଛି 'ମୋ ଦଳ'। ଅଧିକ ପଢନ୍ତୁ

ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ପ୍ରତିବାଦ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ ପ୍ରତିବାଦରେ ସତ୍ୟାଗ୍ରହ । 'ମୋ ଦଳ'ର ମହାସଚିବ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ଗିରଫଦାରୀ ଓ ମକଦ୍ଦମା ପ୍ରତ୍ୟାହାର ସହିତ ନିଃସର୍ତ୍ତ ଖଲାସ ଦାବିରେ ଲୋୟର ପିଏମଜି ଠାରେ ଧାରଣାରେ ବସିଛି 'ମୋ ଦଳ' । ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରିଛି 'ମୋ ଦଳ' । ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସହ ଗିରଫଦାରୀ ପ୍ରତିବାଦରେ ଏହି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏନେଇ ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଛନ୍ତି, "ପ୍ରଦୀପଙ୍କ ଗିରଫଦାରୀ ଏକ ଷଡଯନ୍ତ୍ର । ବେଦାନ୍ତ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଏବଂ ପାଣ୍ଡିଆନଙ୍କ ଭିଆରଏସକୁ ନେଇ ସାମ୍ୱାଦିକ ସମ୍ମିଳନୀ କରିବାରୁ ତାଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫ କରାଯାଇଛି । ତେଣୁ ତାଙ୍କ ନିଃସର୍ତ୍ତ ଖଲାସ କରାଯାଉ ।" ଏହାସହ "୨ ବର୍ଷର ପୁରୁଣା ଏତଲାରେ ଏବେ କାହିଁକି ଗିରଫଦାରୀ ? ତାର ଉତ୍ତର ସରକାର ଦେବେ କି ?" ବୋଲି ପ୍ରଶ୍ନ କରିଛି ଦଳ ।

ଏହା ବି ପଢନ୍ତୁ...Pradeep Pradhan Arrest Issue: ପ୍ରଦୀପ ଗିରଫଦାରୀକୁ ବିରୋଧ, ବିକ୍ଷୋଭ କଲା ମୋ ଦଳ

"ପ୍ରାୟ ୨ ବର୍ଷ ପୂର୍ବରୁ ଏହି କେଶର କିଛି ଯଥାର୍ଥତା ନଥିଲା । ତେଣୁ ପ୍ରଦୀପ ପ୍ରଧାନଙ୍କ ଗିରଫ କେବଳ ଆମ ପ୍ରତି ସରକାରଙ୍କର ଥିବା ଡର ଆଉ କିଛି ନୁହେଁ । ଅନ୍ୟାୟ ଭାବେ ତାଙ୍କୁ ଗିରଫ କରାଯାଇଥିବ ବେଳେ ଓଡିଶା ଇତିହାସର ଏହା ଏକ କଳଙ୍କିତ ଅଧ୍ୟାୟ । ଏହାର ଜବାବ ସରକାରଙ୍କୁ ଦଳ ନିହାତି ଦେବ ଆଉ ଆମ ଦଳ ସରକାରଙ୍କ ଏହି ଗିରଫକୁ ନିନ୍ଦା କରୁଛି" ବୋଲି କହିଛନ୍ତି 'ମୋ ଦଳର' କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ।

ଏହା ବି ପଢନ୍ତୁ...ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ: ୨ରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଗର୍ଜିବ ମୋ ଦଳ

ଏହା ବି ପଢନ୍ତୁ...RTI Activist Pradip Pradhan Arrested: ଜାମିନ ଆବେଦନ ଖାରଜ, ଝାରପଡ଼ା ଜେଲ ଗଲେ ପ୍ରଦୀପ ପ୍ରଧାନ‌

ସୂଚନା ଅନୁସାରେ, ରବିବାର ଦିନ ଅନ୍ତର୍ଜାତୀୟ ଖେଳାଳୀ ଦୂତୀ ଚାନ୍ଦଙ୍କ ପୂର୍ବ ଅଭିଯୋଗ ଆଧାରରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଯାହାକୁ 'ମୋ ଦଳ' ପକ୍ଷରୁ ଘୋର ବିରୋଧ କରାଯାଉଥିବାବେଳେ ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଦୀପଙ୍କ ଗିରଫଦାରୀ ଓ ମକଦ୍ଦମା ପ୍ରତ୍ୟାହାର ସହିତ ନିଃସର୍ତ୍ତ ଖଲାସ କରାଯିବା ନେଇ ଦାବି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.