ETV Bharat / state

ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ: ୨ରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଗର୍ଜିବ ମୋ ଦଳ

author img

By ETV Bharat Odisha Team

Published : Nov 1, 2023, 7:29 AM IST

'ମୋ ଦଳ'ର ମହାସଚିବ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଗିରଫକୁ ନେଇ 'ମୋ ଦଳ'ର ସାମ୍ବାଦିକ ସମ୍ମିଳନୀ । ରାଜନୈତିକ ଉଦେଶ୍ୟ ରଖି ଗିରଫ କରାଯାଇଥିବା ଦାବି କଲା ଦଳ । ଅଧିକ ପଢନ୍ତୁ

ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ
ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ

ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ

ଭୁବନେଶ୍ବର: 'ମୋ ଦଳ'ର ମହାସଚିବ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ନେଇ 'ମୋ ଦଳ'ର ସାମ୍ବାଦିକ ସମ୍ମିଳନୀ । ପ୍ରଦୀପଙ୍କୁ ଜାଣିଜାଣି ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଥିବା ବେଳେ ନିର୍ଦ୍ଦୋଷରେ ଖଲାସ କରିବାକୁ ମୋ ଦଳର ଦାବି । ଆସନ୍ତା ନଭେମ୍ବର ୨ ତାରିଖ ଦିନ 'ମୋ ଦଳ' ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସହ ଗିରଫଦାରୀ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ।

ପ୍ରଦୀପଙ୍କ ଗିରଫଦାରୀ ଏକ ଷଡ଼ଯନ୍ତ୍ର ବୋଲି କହିଛି ମୋ ଦଳ । ବେଦାନ୍ତ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଏବଂ ପାଣ୍ଡିଆନଙ୍କ ଭିଆରଏସକୁ ନେଇ ସାମ୍ୱାଦିକ ସମ୍ମିଳନୀ କରିବାରୁ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ମୋ ଦଳ । ୨ ବର୍ଷର ପୁରୁଣା ଏତଲାରେ ଏବେ କାହିଁକି ଗିରଫଦାରୀ ତାର ଉତ୍ତର ସରକାର ଦେବେ କି ବୋଲି ପ୍ରଶ୍ନ କରିଛି ଦଳ । ରବିବାର ଦିନ ଅନ୍ତର୍ଜାତୀୟ ଖେଳାଳୀ ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ୨ ବର୍ଷ ପୂର୍ବରୁ ରୁଜୁ ହୋଇଥିବା ଏହି ମାମଲାର କିଛି ଯଥାର୍ଥତା ନାହିଁ । ତେଣୁ ପ୍ରଦୀପ ପ୍ରଧାନକ ଗିରଫ କେବଳ ଆମ ପ୍ରତି ସରକାରଙ୍କର ଥିବା ଡର ଆଉ କିଛି ନୁହେଁ ବୋଲି କହିଛି ଦଳ ।

ଏହା ମଧ୍ୟ ପଢ଼ନ୍ତୁ......ବେଦାନ୍ତ ବିଶ୍ବବିଦ୍ୟାଳୟକୁ ନେଇ ପୁଣି ତେଜିଲା ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା 'ମୋ ଦଳ'

ଏହାସହ ଅନ୍ୟାୟ ଭାବେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ବେଳେ ଓଡ଼ିଶା ଇତିହାସର ଏହା ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛନ୍ତି ମୋ ଦଳର ଅକ୍ଷୟ । ଏହାର ଜବାବ ସରକାରଙ୍କୁ ଦଳ ନିହାତି ଦେବ । ଦଳ ସରକାରଙ୍କ ଏହି ଗିରଫଦାରୀକୁ ନିନ୍ଦା କରୁଛି । ଅନ୍ୟପଟେ ପାଣ୍ଡିଆନଙ୍କ ନିଯୁକ୍ତି ଓଡ଼ିଶାର ବିକାଶ ନୁହେଁ ବରଂ ବିନାଶ ପାଇଁ ବୋଲି ଦଳ ଅଭିଯୋଗ କରିଛି । ସେ ଓଡ଼ିଶା ବିନାଶର ବିନ୍ଧାଣି କାରଣ ପାଣ୍ଡିଆନଙ୍କ ବିନାଶର ଚିଠା ଖୋଲିବାର ୧୨ ଘଣ୍ଟା ନପୂରୁଣୁ ପ୍ରଦୀପଙ୍କୁ ରାତିଅଧିଆ ଗିରଫ କରାଗଲା । ଏହା ହିଁ ରାଜ୍ୟ ସରକାର ଓ ପାଣ୍ଡିଆନଙ୍କ ଅସଲ ମୁଖା ପଦାରେ ପକାଉଛି । ଏହାସହ ଅନ୍ତର୍ଜାତୀୟ କ୍ରୀଡ଼ାବିତ ଦୂତି ଚାନ୍ଦଙ୍କୁ ଏକ ୱେବ୍‌ ପୋର୍ଟାଲ୍‌ର ସମ୍ପାଦକ ସୁଧାଂଶୁ ଶେଖର ଅଶାଳୀନ ମନ୍ତବ୍ୟ ଦେବା ସହ କାର୍ଟୁନ କରି ପଦର୍ଶିତ କରିଥିଲେ ସେଥିପାଇଁ ସେ ଜେଲ୍‌ ବି ଯାଇଥିଲେ । କିନ୍ତୁ ତାଙ୍କୁ ଛାଡି ପ୍ରଦୀପ ପ୍ରଧାନକୁ ଗିରଫ କରାଯାଉଛି । ତେଣୁ ଏହା ରାଜନୈତିକ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ଦୂତିଙ୍କୁ ଓଡ଼ିଶାର ଝିଅ ଭାବରେ ସମ୍ବୋଧନ କରି ଦଳ କହିଛି ସେ ଜଣେ ଭଲ ଖେଳାଳି । କିନ୍ତୁ ରାଜନୈତିକ ମନ୍ତବ୍ୟ ଓ ରାଜନୀତିର ପଶାପାଲିର ଗୋଟି ଚାଳନାରେ ସେ ସାମିଲ ହୋଇ ନିଜର ସ୍ୱାଭିମାନକୁ ନଷ୍ଟ କରୁଛନ୍ତି । ତେଣୁ ଆମେ ତାଙ୍କୁ ଅନୁରୋଧ କରୁଛୁ, ସେ ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ତାଙ୍କର ନିଜର ମତ ଦିଅନ୍ତୁ । ଅନ୍ୟାୟରେ କଥାକୁ କଦର୍ଥ କରି ଏଭଳି ବେଆଇନ ଗିରଫଦାରୀରେ ସାମିଲ ହୁଅନ୍ତୁ ନାହିଁ ବୋଲି ଅନୁରୋଧ କରିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.