ETV Bharat / state

ବେଦାନ୍ତ ବିଶ୍ବବିଦ୍ୟାଳୟକୁ ନେଇ ପୁଣି ତେଜିଲା ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା 'ମୋ ଦଳ'

author img

By ETV Bharat Odisha Team

Published : Oct 17, 2023, 5:06 PM IST

fir against odisha cm
fir against odisha cm

ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ପ୍ରସଙ୍ଗକୁ ନେଇ ପୁଣି ତେଜିଲା ରାଜନୀତି । ଭୁବନେଶ୍ବରରେ ମୋ ଦଳ ପକ୍ଷରୁ ବିଶାଳ ରାଲି କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ଦଳ । ଆଗକୁ ପଢନ୍ତୁ

ବେଦାନ୍ତ ବିଶ୍ବବିଦ୍ୟାଳୟକୁ ନେଇ ପୁଣି ତେଜିଲା ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା 'ମୋ ଦଳ'


ଭୁବନେଶ୍ବର: ପୁରୀ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗକୁ ନେଇ ପୁଣି ତେଜିଲା ରାଜନୀତି । ଏହି ପ୍ରସଙ୍ଗକୁ ଭିତ୍ତି କରି ସାଙ୍ଘାତିକ ଅଭିଯୋଗ ଆଣିଛି 'ମୋ ଦଳ' । ଏହାକୁ ନେଇ ଭୁବନେଶ୍ୱର ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛି ଦଳ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛି ମୋ ଦଳର ସତ୍ୟାଗ୍ରହ ।

ପୁରୀ ବେଦାନ୍ତ ବିଶ୍ବବିଦ୍ୟାଳୟକୁ ନେଇ ପୁଣି ରାଜନୀତି ମୁଣ୍ଡ ଟେକିଛି । ବେଦାନ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କଡା ସମାଲୋଚନା କରିବା ସହ ଭୁବନେଶ୍ବରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୋ ଦଳର ନେତା ଓ କର୍ମୀ । ଦଳର କାର୍ଯ୍ୟକାରି ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶହ ଶହ କର୍ମୀ ରାଜଧାନୀ ସ୍ଥିତ ମାଷ୍ଟର କ୍ୟାଣ୍ଟିନରୁ କ୍ୟାପିଟାଲ ଥାନା ଯାଏ ରାଲି କରିବା ସହ ମୁଖ୍ୟମନ୍ତ୍ରୀ ବିରୋଧି ନାରାବାଜି ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ସାମ୍ରାଜ୍ୟରେ ଯଦି କିଛି ଅନ୍ୟାୟ ହେଉଛି ସେଥିପାଇଁ ମୁଖିଆ ହିଁ ଦାୟୀ: ଅପରାଜିତା

ତେବେ ରାଲି ଅଧାରେ ରାଜରାସ୍ତାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଜୋରଦାର ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଥାନାରେ ନ ପହଞ୍ଚିପାରି ସେହିଠାରେ ହିଁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଥିଲେ ଆନ୍ଦୋଳନକାରୀ । ଅନ୍ୟପଟେ ବେଦାନ୍ତ ବିଶ୍ବ ବିଦ୍ୟାଳୟ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ନିର୍ଦ୍ଦେଶ ଏପର୍ଯ୍ୟନ୍ତ ପାଳନ ହୋଇନାହିଁ ବୋଲି ଅଭିଯୋଗ ଆଣିଛି ଦଳ ।

ଦଳର କାର୍ଯ୍ୟକାରୀ ସଭାପତିଙ୍କ କହିବାନୁଯାୟୀ, ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ହଡପ ମାମଲାରେ ଯିଏ ଦାୟୀ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାଷୀଙ୍କ ଜମି ଫେରାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ନା ଏପର୍ଯ୍ୟନ୍ତ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ନା ଜମି ଫେରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅବମାନନା କରିଥିବା ଅଭିଯୋଗ କରିଛନ୍ତି ଦଳର କାର୍ଯ୍ୟକାରୀ ସଭାପତି ।

ହାମଧ୍ୟ ପଢନ୍ତୁ..ଜଗନ୍ନାଥଙ୍କ ଚାରି ଦ୍ବାରା ନଖୋଲିଲେ ଜୋରଦାର ଆନ୍ଦୋଳନ ହେବ: ଜଗନ୍ନାଥ ସେନା

ସେ ଆଉ ମଧ୍ୟ କହିଛନ୍ତି," ବିକାଶ ନାଁରେ‌ ବିନାଶ କରି ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ । ବିହାର ମୁଖ୍ୟମନ୍ତ୍ରୀ ଲାଲୁ,ତାମିଲନାଡୁ ଜୟଲଳିତା ପରି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଉ । ବେଦାନ୍ତ ପ୍ରସଙ୍ଗରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ପାଟି ଖୋଲୁ ନାହାନ୍ତି । କାରଣ ସେମାନଙ୍କର ମୁଖିଆ ବା ଦଳର ପ୍ରତିଭାବାନ ରାଜନୈତିକ ବ୍ୟକ୍ତି ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି । ତେଣୁ ୨୦୨୪ରେ ଏଥର ଲୋକ ସବୁ ଜାଣିଲେଣି ଏହାର ଜବାବ ଦେବେ । ୩୦ହଜାର ପରିବାର ୬ହଜାର‌ ଚାଷୀଙ୍କ ଜମି ହଡ଼ପ ହୋଇଥିବା ୬ହଜାର ଏକର ଜାଗା ଲୋକେ ଫେରିପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.