ETV Bharat / state

RTI Activist Pradip Pradhan Arrested: ଜାମିନ ଆବେଦନ ଖାରଜ, ଝାରପଡ଼ା ଜେଲ ଗଲେ ପ୍ରଦୀପ ପ୍ରଧାନ‌

author img

By ETV Bharat Odisha Team

Published : Oct 29, 2023, 2:20 PM IST

Updated : Oct 29, 2023, 4:24 PM IST

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ
rti activist worker pradeep pradhan arrested

ଦୂତୀ ଚାନ୍ଦଙ୍କୁ ବ୍ଲାକମେଲ ଷଡଯନ୍ତ୍ର ମାମଲାରେ ଗିରଫ ହୋଇଥିବା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଜାମିନ ନାମଞ୍ଜୁର କରିଛନ୍ତି SDJM କୋର୍ଟ । ତାଙ୍କୁ ଝାରପଡ଼ାର ବିଚାର ବିଭାଗୀୟ ହାଜତକୁ ପଠଯାଇଛି ।

rti activist worker pradeep pradhan arrested

ଭୁବନେଶ୍ବର: ଗିରଫ ହୋଇଥିବା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଜାମିନ ନାମଞ୍ଜୁର କରିଛନ୍ତି SDJM କୋର୍ଟ । ତାଙ୍କୁ ଝାରପଡ଼ାର ବିଚାର ବିଭାଗୀୟ ହାଜତକୁ ପଠଯାଇଥିବା ନେଇ ସୂଚନା ଦେଇଛନ୍ତି ଜୋନାଲ ଏସିପି ମାନସ ଗଡନାୟକ । ସେ କହିଛନ୍ତି, "ପ୍ରଦୀପଙ୍କ ନାଁରେ ଦୂତୀ ଚାନ୍ଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରଖିଥିବା ନେଇ ଅଭିଯୋଗ ରହିଥିଲା । ପାରିବାରିକ ଓ‌ ବ୍ୟକ୍ତିଗତ ଘଟଣା ନେଇ ସେ ମନ୍ତବ୍ୟ ରଖିଥିଲେ । ସେନେଇ ମହିଳା‌ ଥାନାର କେସ ଆଧାରରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।" ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ବ୍ଲାକମେଲ ଷଡଯନ୍ତ୍ର ଘଟଣାରେ ପ୍ରଦୀପ ପ୍ରଧାନଙ୍କୁ ଶନିବାର ରାତିରେ ଗିରଫ କରିଛି କମିଶନରେଟ ପୋଲିସର ମହିଳା ଥାନା । ୨ ବର୍ଷ ତଳେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ ଦୂତୀ ।

ଏନେଇ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଲ କହିଛନ୍ତି, "ପଇସା ମାଗିବା ଧମକ ଚମକ ଦେବା ଆଦି ଦଫା ଲଗାଯାଇଛି । ଯାହାକି ହାଇକୋର୍ଟରେ ପେଣ୍ଡିଂ ହୋଇ ରହିଥିଲା, ଏନେଇ ବେଲ୍‌ ପାଇଁ ତଳ କୋର୍ଟରେ କେସ ଗଡିଥିଲା । ଏହାପରେ ପୁଣି ଦୂତୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଏନେଇ ଅଗଷ୍ଟରେ ଆକ୍ସନ୍‌ ନେବା ପାଇଁ ନିର୍ଦ୍ଦେଶ ରହିଥିଲା । ହଠାତ୍ ଗତକାଲି(ଶନିବାର) ସନ୍ଧ୍ୟା ବେଳେ ସାଧା ପୋଷାକରେ ଆସି ପୋଲିସ ପ୍ରଦୀପଙ୍କୁ ଉଠାଇନେଲା । ସେପଟେ ମୋ ଦଳ ତରଫରୁ ପ୍ରେସ୍‌ କନଫରେନ୍ସ କରାଯାଇ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଇଥିଲା । ତେଣୁ ସେହି ଆଧାରରେ ତାଙ୍କୁ ଏପରି ଗିରଫ କରାଯାଇଛି ବୋଲି ଶ୍ରୀକାନ୍ତ ପାକାଲ ପାଲଟା ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନକଲି ସୂଚନା ଅଧିକାର କର୍ମୀଙ୍କ ନାଁରେ ଠକେଇ ଲିଙ୍କ୍, ରେଭେନ୍ସା ଛାତ୍ରକୁ ଗିରଫ କଲା STF

ସେ ଆହୁରି ମଧ୍ୟ କହିଛନ୍ତି,"ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିବା ଘଟଣା ନୂଆ ନୁହେଁ । ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କୁ ମୁହଁ ବନ୍ଦ ପାଇଁ ଏହିପରି ଏକ ଗିରଫଦାରି ଚାଲିଛି । ସ୍ବେଚ୍ଛାଚାରୀ ଶାସନର ସୂଚନା ଆଧାରରେ ପୋଲ ଖୋଲିବାରୁ ସୂଚନା ଅଧିକାର କର୍ମୀଙ୍କୁ ଏପରି ହଇରାଣ କରାଯାଉଛି । ତିନିଦିନ ପୂର୍ବରୁ ଦିଲ୍ଲୀପ ସାମନ୍ତରାୟ ଯେକି ଏନ୍‌ଜିଟିରେ ବି ଫରେଷ୍ଟ ମାମଲା କରି ଚର୍ଚ୍ଚାରେ ଅଛନ୍ତି, ତାଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି । ଏପରିକି ତାଙ୍କ ନାଁରେ 12ଟା ମାମଲା ଲଗାଇ ହଇରାଣ କରାଯାଇଛି । ‌ସେହିପରି ପାଣ୍ଡିଆନଙ୍କ ଉପରେ କାଳିମାଡ଼ କରିଥିବା ପୁରୀର ଭାସ୍କର ସାହୁକୁ 15ଦିନ ଧରି ପୋଲିସ ଅଟକ ରଖିଛି । କେବଳ ସେତିକି ନୁହେଁ, ଗୋଲାମୁଣ୍ଡାର ସୂଚନା ଅଧିକାର କର୍ମୀ ବିନ୍ଦୁ ମହାରଣାଙ୍କୁ ମଧ୍ୟ ପୋଲିସ କେସ ଲଗାଇ ହଇରାଣ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 29, 2023, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.