ETV Bharat / state

ଆଉ ଏସସିବିରେ ହେବନି ଅଗ୍ନିକାଣ୍ଡ ! କରାଯାଇଛି ସମସ୍ତ ପ୍ରସ୍ତୁତି - Awareness for fire incident

author img

By ETV Bharat Odisha Team

Published : May 16, 2024, 9:28 PM IST

Awareness for fire incident: ଅଗ୍ନିଶମ ବିଭାଗ ପକ୍ଷରୁ ଏସସିବି ମେଡିକାଲ କଲେଜରେ ଅଗ୍ନି ନିରାପତ୍ତାର ପ୍ରାକ ପ୍ରସ୍ତୁତି ଜାରି ରହିଛି । ଅଧିକ ପଢ଼ନ୍ତୁ

Awareness for fire incident
Awareness for fire incident (ETV Bharat Odisha)

Awareness for fire incident (ETV Bharat Odisha)

କଟକ: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ କେଉଁଠି ନା କେଉଁଠି ସର୍ଟସର୍କିଟ କିମ୍ବା ଅନ୍ୟାନ୍ୟ କାରଣରୁ ନିଆଁ ଲାଗିବା ଭୟ ଲାଗି ରହୁଛି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ପ୍ରାକ ପ୍ରସ୍ତୁତି । ତେବେ ସେହି କ୍ରମରେ ଆଜି ଅଗ୍ନିଶମ ବିଭାଗର ଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ, କଟକ ଏସସିବି ମେଡିକାଲ କଲେଜରେ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କରାଯାଇଛି । ଯେଉଁଥିରେ ସେମାନେ ସମସ୍ତ ସରକାରୀ ତଥା ବେସରକାରୀ ମେଡିକାଲରେ ଅଗ୍ନିନିର୍ବାପକ ଯନ୍ତ୍ରର ନିରିକ୍ଷଣ କରିବା ସହିତ ଆବଶ୍ୟକ ଅଗ୍ନିନିର୍ବାପକ ଯନ୍ତ୍ର ପର୍ଯ୍ୟାପ୍ତ ପରିମାଣରେ ଥିବା ଯାଞ୍ଚ କରିଛନ୍ତି । ତା’ ସହିତ ଅଗ୍ନିକାଣ୍ଡ ଘଟିଲେ କେଉଁ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବେ ତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ଗତ 5 ତାରିଖ ମଧ୍ୟାହ୍ନରେ ସେଣ୍ଟ୍ରାଲ ଆଇସିୟୁରେ ଏକ ଅଗ୍ନିକାଣ୍ଡକୁ ସମୟ ଥାଉ ଥାଉ ନିୟନ୍ତ୍ରଣ କରାଯାଇଥିଲା । ଆଇସିୟୁରେ ଥିବା ଏକ ଭେଣ୍ଟିଲେଟରରୁ ଧୂଆଁ ବାହାରୁଥିବା ଦେଖିବା ପରେ ଡ୍ୟୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ସେହି ଭେଣ୍ଟିଲେଟରଟିକୁ ବନ୍ଦ କରିଦେବା ସହ ସେଥିରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସ୍ଥାନାନ୍ତର କରିଥିଲେ । ତେବେ ସର୍ଟସର୍କିଟ୍‌ ଯୋଗୁଁ ଭେଣ୍ଟିଲେଟରରୁ ଧୂଆଁ ବାହାରିଥିବା ସୂଚନା ମିଳିଥିଲା । ଅଗ୍ନିକାଣ୍ଡ ଘଟଣାରେ ସହର ସମସ୍ତ ସରକାରୀ ମେଡିକାଲ ଓ ଘରୋଇ ମେଡିକାଲକୁ କଡା ଚେତାବନୀ ଦେଇଛି କଟକ ଅଗ୍ନିଶମ ବିଭାଗ । ସମସ୍ତେ ଅଗ୍ନିନିର୍ବାପକ ଯନ୍ତ୍ର ପର୍ଯ୍ୟାପ୍ତ ପରିମାଣରେ ରଖିବା ନେଇ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଭଳି ବିପଦ ଯେପରି ନଆସିବ ସେନେଇ ସମସ୍ତ ଯୋଜନା ମଧ୍ୟ କରିଛି ରାଜ୍ୟ ଅଗ୍ନିଶମ ବିଭାଗ । ସମସ୍ତ କର୍ମଚାରୀ 24 ଘଣ୍ଟିଆ ଆଲର୍ଟ ରହିଥିଲା ବେଳେ ଆବଶ୍ୟକ ଗାଡି, ମଟର, ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁତ ରହିଛି । ମେଡିକାଲ ପରିସରରେ ଯେପରି କୌଣସି ମତେ ଅଗ୍ନିକାଣ୍ଡ ନଘଟେ ସେଥିପାଇଁ ଧ୍ୟାନ ଦେବା ସମସ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.. ସେଣ୍ଟ୍ରାଲ ଆଇସିୟୁ ଭେଣ୍ଟିଲେଟରରେ ଧୂଆଁ, ବଡ଼ ଅଘଟଣରୁ ବର୍ତ୍ତିଗଲା ବଡ଼ ମେଡିକାଲ - Fire Incident In SCB Medical

ସଚେତନତା ଅବଲମ୍ବନ କରିବା ଓ ନିୟମିତ ଢଙ୍ଗରେ ସବୁ ୱାର୍ଡ ବୁଲି ଦେଖିବା ପାଇଁ ସୂଚନା ଦିଆଯାଇଛି । ଅନ୍ୟପଟେ କିଛି ଦିନ ପୂର୍ବେ ଏସସିବି ବଡ଼ ମେଡିକାଲରେ ଟ୍ରମା କାଜୁଆଲଟିରେ ଭେଣ୍ଟିଲେଟରୁ ଧୂଆଁ ବାହାରିବା ଘଟଣାର ମଧ୍ୟ ଏସିବିକୁ ତାଗିଦ କରାଯାଇଛି । ତେବେ ଯଦି ସମୟ ଥାଇ ନିଆଁକୁ ଆୟତ୍ତ କରାଯାଇ ନଥାନ୍ତା ତେବେ ହୁଏତ ଆହୁରି ଅଘଟଣକୁ ଅଟକାଇ ପାରି ନଥାନ୍ତା ଏସସିବି । ତେବେ ମେଡିକାଲ କର୍ମଚାରୀ ମାନେ ନିଆଁକୁ ଦେଖି ତାକୁ ସଙ୍ଗେସଙ୍ଗେ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ । ଏହି କ୍ରମେ ଏସିବି ସମସ୍ତ କର୍ମଚାରୀ, ଡାକ୍ତରୀ ଷ୍ଟାଫ ଓ ନର୍ସିଂ ଷ୍ଟାଫ ମାନଙ୍କୁ ନିଆଁ ଲିଭା କିପରି କରଯାଏ ତାହାର ପ୍ରାଥମିକ ପଶିକ୍ଷଣ ଦିଆଯାଇଛି । ଏହାବ୍ୟତୀତ ଏସସିବିରେ ଅନେକ ପୁରୁଣା ବିଲ୍ଡିଂ ରହିଛି । ଏଠି ଅନେକ ଲୋଡ଼ ରହିବା ସହିତ ପର୍ଯ୍ୟାପ୍ତ ପରିମାଣର ଏସି ମଧ୍ୟ କାର୍ଯ୍ୟ କରୁଛି । ଏହାକୁ ନଜରରେ ରଖି ଏସସିବି ଏହି ଦିଗରେ ସମ୍ପୂର୍ଣ୍ଣ ରୂପେ ସଚେତନ ରହିଛି ବୋଲି କହିଛନ୍ତି ମେଡିକାଲ କୂଳସଚିବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.