ETV Bharat / state

ମାର୍ବଲ ଦୋକାନରେ GST ରେଡ୍, ଟ୍ୟାକ୍ସ ଫାଙ୍କିବା ନେଇ DGGI ର ଛାନଭିନ୍

author img

By

Published : Apr 12, 2023, 10:51 PM IST

GST raid in marble shop
GST raid in marble shop

GST ଫାଙ୍କିବା ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସର ଏକକାଳୀନ ୪ଟି ସ୍ଥାନରେ ରେଡ। ଅଧିକ ପଢନ୍ତୁ

GST raid in marble shop

ଭୁବନେଶ୍ବର: GST ଫାଙ୍କିବା ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସର ରେଡ୍। ଏକକାଳୀନ ୪ଟି ସ୍ଥାନରେ ରେଡ ମାରିଛି DGGI ଟିମ୍। ଭୁବନେଶ୍ୱର ଓ ଅନୁଗୋଳରେ ଡିକୋବି ମାର୍ବଲ ଦୋକାନର ବିଭିନ୍ନ ବ୍ରାଞ୍ଚରେ କରାଯାଇଛି ଛାନଭିନ। ସନ୍ତୋଷ ଟ୍ରେଡିଂର ବିଭିନ୍ନ ସୋରୁମର ଷ୍ଟକ୍ ହାଉସ ସମେତ ଅଫିସରେ‌ ରେଡ ହୋଇଥିବା ବେଳେ ଭୁବନେଶ୍ୱରର ପାହାଳ, ହଂସପାଳ ଓ ଉତରା ଛକରେ ଏହି ରେଡ କରାଯାଇଛି। ଏଥିସହ ଏହାର ମାଲିକ ତଥା ବ୍ୟବସାୟୀ ମନିଷ ଅଗ୍ରୱାଲଙ୍କ ଘରେ ମଧ୍ୟ ଛାନଭିନ କରିଛି DGGI ଟିମ୍।

ତେବେ ଏନେଇ ଗୋଟିଏ ଟିମରେ ୬ଜଣ ଲେଖାଏଁ ଯାଇ ୪ଟି ସ୍ଥାନରେ ରେଡ କରିଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କିଛି କ୍ୟାସ ମଧ୍ୟ ଜବତ କରାଯାଇଛି। ଏଥି ସହ ଦୋକାନର କମ୍ପ୍ୟୁଟର ହାର୍ଡଡିସ୍କ ସମେତ ଆର୍ଥିକ କାରବାରର ସମ୍ପର୍କିତ ବ୍ୟାଙ୍କ ଡିଟେଲ ଓ ଟ୍ରାନଜାକ୍ସନ ମଧ୍ୟ ଜବତ କରିଛି ଡିଜିଜିଆଇ। ସେହିପରି ସୋରୁମର ସେଲ ଓ ପରଚେଜ୍ ରେକର୍ଡ ଦେଖିବା ସହ କେତେ ବିକ୍ରି ହୋଇଛି ଓ କେତେ ବାକି ରହିଛି ଏବଂ କେଉଁ କେଉଁ ସ୍ଥାନରେ ସେମାନଙ୍କର ବ୍ୟବସାୟିକ ଟ୍ରାନଜାକ୍ସନ ହେଉଥିଲା ସେ ନେଇ ମଧ୍ୟ ଯାଞ୍ଚ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ- Love Jihad: ବିଜେପି ନେତାଙ୍କ ଝିଅ ମୁସଲମାନଙ୍କୁ ବିବାହ କଲେ ଲଭ, ଅନ୍ୟକେହି କଲେ ଜିହାଦ କହିଲେ ବଘେଲ

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବର ପ୍ରତିଷ୍ଠା ଦିବସ: ଅତିଥି ତାଲିକାରେ ଭୁବନେଶ୍ବର ସାଂସଦଙ୍କ ନାଁ ନାହିଁ

ଏଥିସହ ପରଚେଜ ଅର୍ଡର ଅନୁସାରେ ଷ୍ଟକ ରିପୋର୍ଟ ,ସେଲସ ରିପୋର୍ଟ ସହ ବ୍ୟାଙ୍କ ଟ୍ରାନାଜାକ୍ସନ ଆଦି ଯାଞ୍ଚ କରାଯାଇଛି। ଜିଏସଟି ଇନପୁଟ ସବସିଡି ପାଇବା ପାଇଁ ଫାଇଲ କରାଯାଇଥିବା ବିଲ୍ ସଠିକ ରହିଛି କି ନାହିଁ ଏବଂ କଷ୍ଟମରଙ୍କ ଠାରୁ ସଂଗ୍ରହ ହୋଇଥିବା ବିଲ ର ସମସ୍ତ ରିପୋର୍ଟକୁ ମଧ୍ୟ ଯାଞ୍ଚ କରାଯାଇଛି। ତେବେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରେ ହୋଇଥିବା ଟ୍ରାନାଜାକ୍ସନ କୁ ମଧ୍ୟ ଯାଞ୍ଚ କରାଯାଇଛି। ଏହି ଘଟଣା ନୂଆ ହୋଇ ନଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ବ୍ୟବସାୟୀକ ପ୍ରତିଷ୍ଠାନରେ ଆଗରୁ ଡାଇରେକ୍ଟର ଜିଏସଟି ଇଣ୍ଟେଲିଜେନସ ପକ୍ଷରୁ ଜିଏସଟି ନେଇ ଚଢ଼ାଉ ହୋଇଛି। ବିଶେଷ କରି ଏମାନେ ଜିଏସଟି ଫାଇଲ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖିଥାନ୍ତି । ସେମାନଙ୍କର କାରବାର ସମେତ ସେମାନେ ସଠିକ ଭାବେ ଜିଏସଟି ଭରୁଛନ୍ତି କି ନାହିଁ ସେନେଇ ନିଜେ ଗ୍ରାହକ ବେଶରେ ବା ସେମାନଙ୍କର ସୋର୍ସ ଲଗାଇ ଏ ଦିଗରେ ତଥ୍ୟ ସଂଗ୍ରହ କରିଥାନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.