ETV Bharat / state

ଭୁବନେଶ୍ବର ପ୍ରତିଷ୍ଠା ଦିବସ: ଅତିଥି ତାଲିକାରେ ଭୁବନେଶ୍ବର ସାଂସଦଙ୍କ ନାଁ ନାହିଁ

author img

By

Published : Apr 12, 2023, 8:58 PM IST

ଆସନ୍ତାକାଲି ପାଳନ ହେବ ଭୁବନେଶ୍ବର ପ୍ରତିଷ୍ଠା ଦିବସ । ଏନେଇ ରାଜ୍ୟ ସରକାର ଓ ବିଏମସି ପକ୍ଷରୁ ହାତକୁ ନିଆଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ତେବେ ଜାରି ହୋଇଥିବା ନିମନ୍ତ୍ରଣ ସୂଚୀରେ ନାହିଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅତିଥି ତାଲିକାରେ ନାହିଁ ଅପରାଜିତାଙ୍କ ନାଁ
ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅତିଥି ତାଲିକାରେ ନାହିଁ ଅପରାଜିତାଙ୍କ ନାଁ

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ରାଜଧାନୀ ଭୁବନେଶ୍ବର ପାଳିବାକୁ ଯାଉଛି ପ୍ରତିଷ୍ଠା ଦିବସ । ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ ହେବ । ଏନେଇ ରାଜ୍ୟ ସରକାର ଓ ବିଏମସି ପକ୍ଷରୁ ହାତକୁ ନିଆଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ସ୍ବତନ୍ତ୍ର ଦିନକୁ ପାଳନ ପାଇଁ ବିଏମସି ପକ୍ଷରୁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ତେବେ ଜାରି ହୋଇଥିବା ନିମନ୍ତ୍ରଣ ସୂଚୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଗତବର୍ଷ ପାଳନ ହୋଇଥିବା ଭୁବନେଶ୍ବର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ମଧ୍ୟ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଲଗାତାର ଦ୍ଵିତୀୟ ଥର ଲାଗି କାର୍ଯ୍ୟକ୍ରମରେ ଅଣଦେଖା କରାଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

  • On 75th Capital Foundation Day tomorrow, State Govt, Odisha & @bmcbbsr choose NOT to invite the elected Member of Parliament of Bhubaneswar!
    It is a REPEAT PERFORMANCE of last year.
    Humiliation of the People of Bhubaneswar once again!
    Is it INTENTIONAL?

    My fault?? pic.twitter.com/UxnQoe4cZV

    — Aparajita Sarangi, Member of Parliament (@AprajitaSarangi) April 12, 2023 " class="align-text-top noRightClick twitterSection" data=" ">

୨୦୨୨ରେ ଯାହା ହୋଇଥିଲା, ୨୦୨୩ରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି । ପୁନର୍ବାର ଅଣଦେଖାର ଶିକାର ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ବର ପ୍ରତିଷ୍ଠା ଦିବସ ନେଇ ବିଏମସି ପ୍ରକାଶ କରିଥିବା ଆମନ୍ତ୍ରିତ ଅତିଥି ତାଲିକାରୁ ବାଦ ପଡିଛନ୍ତି ଭୁବନେଶ୍ବର ସାଂସଦ । ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ ନିମନ୍ତ୍ରିତ ଅତିଥିଙ୍କ ତାଲିକାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ନାହିଁ । ଏହା ସହିତ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଉଛି । ଚଳିତ ବର୍ଷ ବିଏମସି ଦ୍ବାରା ପରିଚାଳିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନିମନ୍ତ୍ରଣ ସୂଚୀରେ ଭୁବନେଶ୍ବର ସାଂସଦଙ୍କ ନାମ ନଥିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତ୍ରଣ କାର୍ଯ୍ୟସୂଚୀରେ ନାଁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡେଲରେ ସାଂସଦ ଲେଖିଛନ୍ତି, "ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ରାଜ୍ୟ ସରକାର ଓ ବିଏମସି ଦ୍ବାରା ଭୁବନେଶ୍ବରରେ ବଡ ସମାରୋହ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମକୁ ମୋତେ ଛାଡି ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ମୋତେ ନିମନ୍ତ୍ରଣ କରାଯାଇନାହିଁ । ରାଜଧାନୀର ଜନ୍ମଦିନରେ ମୁଁ ସାମିଲ ହେବାକୁ ଚାହୁଁଥିଲି ।" ତେବେ ମୋର ଭୁଲ କଣ ବୋଲି ଟ୍ବିଟ୍‌ କରି ଅସନ୍ତୋଷ ଜାହିର କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ପ୍ରକାଶ ଥାଉ କି, ଗତବର୍ଷ ମଧ୍ୟ ଅପରାଜିତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.