ETV Bharat / bharat

Love Jihad: ବିଜେପି ନେତାଙ୍କ ଝିଅ ମୁସଲମାନଙ୍କୁ ବିବାହ କଲେ ଲଭ, ଅନ୍ୟକେହି କଲେ ଜିହାଦ କହିଲେ ବଘେଲ

author img

By

Published : Apr 12, 2023, 10:07 PM IST

ଲଭ ଜିହାଦ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ । କହିଲେ ବିଜେପି ନେତାଙ୍କ ଝିଅ ମୁସଲମାନଙ୍କୁ ବିବାହ କଲେ କ‘ଣ ଲଭ ଜିହାଦ ନୁହେଁ । ଅଧିକ ପଢନ୍ତୁ

ବିଜେପି ନେତାଙ୍କ ଝିଅ ମୁସଲମାନଙ୍କୁ ବିବାହ କଲେ କ‘ଣ ଲଭ ଜିହାଦ ନୁହେଁ ! ପ୍ରଶ୍ନ କଲେ ବଘେଲ
ବିଜେପି ନେତାଙ୍କ ଝିଅ ମୁସଲମାନଙ୍କୁ ବିବାହ କଲେ କ‘ଣ ଲଭ ଜିହାଦ ନୁହେଁ ! ପ୍ରଶ୍ନ କଲେ ବଘେଲ

ରାୟପୁର: ଏବେ ସମଗ୍ର ଦେଶରେ ଲଭ ଜିହାଦ ପ୍ରସଙ୍ଗ ଏକ ଚର୍ଚ୍ଚିତ ଓ ବିତର୍କିତ ପ୍ରସଙ୍ଗ ହୋଇଛି । କିଛି ବିଜେପି ଶାସିତ ରାଜ୍ୟରେ ଲଭ ଜିହାଦ ନିରୋଧୀ ଆଇନ ଆଣିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଲଭ ଜିହାଦ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବିଜେପିର ନେତାମାନଙ୍କ ଝିଅ ମୁସଲମାନ ସମ୍ପ୍ରଦାୟରେ ବିବାହ କଲେ, ତାହା କଣ ଲଭ ଜିହାଦ ନୁହେଁ ବୋଲି ବଘେଲ ପ୍ରଶ୍ନ କରିଛନ୍ତି ।

ବଘେଲ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି,‘‘ନିକଟରେ ବେମେତାରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଭାରତୀୟ ଜନତା ପାର୍ଟି ରାଜନୈତିକ ରୋଟି ସେକୁଛି । ବିଜେପିର କାର୍ଯ୍ୟକର୍ତ୍ତା ଏବେ ଲଭ ଜିହାଦ କଥା କହୁଛନ୍ତି । ଯେତେବେଳେ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତାଙ୍କ ଝିଅ ମଧ୍ୟ ମୁସଲମାନ ସମ୍ପ୍ରଦାୟରେ ବିବାହ କରିଥିବା ନଜିର ମଧ୍ୟ ରହିଛି, ତା କ‘ଣ ଲଭ ଜିହାଦ ବୋଲି କୁହାଯିବନି । ସେମାନଙ୍କ ଝିଅ ମୁସଲମାନ ସମ୍ପ୍ରଦାୟରେ ବିବାହ କରିବେ ତ ଲଭ, ଅନ୍ୟ କେହି କଲେ ଜିହାଦ ? ସେମାନେ ସେମାନଙ୍କ ଜ୍ବାଇଁଙ୍କୁ ମନ୍ତ୍ରୀ ତ କେବେ ସାଂସଦ କରିଛନ୍ତି, ହେଲେ ଅନ୍ୟମାନଙ୍କ ପାଇଁ ହିହାଦର କଥା କହୁଛନ୍ତି ।’’

ସାମ୍ପ୍ରଦାୟିକତାକୁ ନେଇ ନିର୍ବାଚନ ଲଢିବାକୁ ଯାଉଛି ବିଜେପି: ସେହିପରି ସେ ଭାରତୀୟ ଜନତା ପାର୍ଟି ଏହି ମୁଦ୍ଦାକୁ ନେଇ ନିର୍ବାଚନରୁ ଫାଇଦା ଉଠାଇବାକୁ ଚାହୁଁଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । କେବଳ ସାମ୍ପ୍ରଦାୟିକତାକୁ ଆଳ କରି ବିଜେପି ନିର୍ବାଚନ ଲଢିବାକୁ ଚାହୁଁଛି । ଜେମେତରାରେ ହୋଇଥିବା ମାମଲାରେ ବିଜେପି ନା କୌଣସି ତଦନ୍ତର ଦାବି କରିଥିଲା କେବଳ ରାଜ୍ୟ ବନ୍ଦ ପାଇଁ ଡାକରା ଦେଇଥିଲା ବୋଲି ବଘେଲ କହିଛନ୍ତି ।

ସେହିପରି ଘଟଣା ସମ୍ପର୍କରେ ତାଙ୍କ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । କହିଛନ୍ତି, ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହି ଘଟଣାରେ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତର ନିର୍ଦ୍ଦେଶ ମଧ୍ୟ ମିଳିସାରିଛି । ତଦନ୍ତର ଫଳାଫଳ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ବିଜେପି କେବଳ ଏହି ପ୍ରସଙ୍ଗକୁ ଆଳ କରି ରାଜନୀତି କରିବା ସହ ଏହାକୁ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହୁଁଛି । ସେମାନଙ୍କ ପାଇଁ ଲଭ୍‌ ଜିହାଦ ଏବେ ଏକ ରାଜନୈତିକ ମୁଦ୍ଦା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.