ETV Bharat / state

ବନ କର୍ମଚାରୀଙ୍କ ପାଟ୍ରୋଲିଂ ବନ୍ଦର ପ୍ରଭାବ, ଭରତପୁରରୁ ଆସି ଘରଦ୍ୱାର ଭାଙ୍ଗିଲେ ୩ ହାତୀ

author img

By

Published : Jun 20, 2023, 3:44 PM IST

elephant terror
elephant terror

ଭରତପୁର ଜଙ୍ଗଲରୁ 3 ହାତୀ ଆସି ଶିଖରଚଣ୍ଡୀ ପାହାଡ ପାଦ ଦେଶରେ ଥିବା ଗଣେଶ ବିହାର ଅଞ୍ଚଳରେ କରିଛନ୍ତି ବ୍ୟାପକ ଭଙ୍ଗାରୁଜା । ଅଧିକ ପଢନ୍ତୁ

elephant terror

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠରେ ପୁଣି ହାତୀ ଆତଙ୍କ । ଭରତପୁର ଜଙ୍ଗଲରୁ ଆସି ଶିଖରଚଣ୍ଡୀ ଗଣେଶ ବିହାରରେ ଘରଦ୍ୱାର ଭାଙ୍ଗିଲେ ୩ ହାତୀ । ସ୍ଥାନୀୟ ଲୋକଙ୍କ ଅନୁରୋଧ ସତ୍ତ୍ୱେ ବନ କର୍ମଚାରୀ ଆସି ନ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗଣେଶ ବିହାର ଅଧିବାସୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ।

ଏନେଇ ଚନ୍ଦକା ଡି ଏଫ୍ ଓ ସୂଚନା ଦେଇଛନ୍ତି ଯେ, ବିଳମ୍ବିତ ରାତିରେ କିଛି ହାତୀ ଶିଖରଚଣ୍ଡୀ ନିକଟକୁ ପଲାଇ ଆସିଥିଲେ । ପାଖାପାଖି ଏକ ଘଣ୍ଟା ରୁ ଅଧିକ ସମୟ ଧରି ପାହାଡ଼ ତଳେ ରହିଥିଲେ । ପରେ ପୁଣିଥରେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ଏପଟେ ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ମାନେ ପେଟ୍ରୋଲିଂ କରିବାକୁ ବନ୍ଦ କରିଥିବା ବେଳେ ବନ ବିଭାଗର ସ୍କ୍ବାର୍ଡ କର୍ମଚାରୀମାନେ ପେଟ୍ରୋଲିଂ କରୁଛନ୍ତି । ସେପଟେ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ 5 ଦଫା ଦାବି ସମାଧାନ ଦୁଇ ରୁ ତିନି ଦିନ ମଧ୍ୟରେ ହୋଇଯିବା ନେଇ ସୂଚନା ଦେଇଛନ୍ତି ଡି ଏଫ୍ ଓ ।

ଏହା ମଧ୍ୟ ପଢନ୍ତୁ - Ranger Killed By Poacher Case: 'ଫରେଷ୍ଟ ଗାର୍ଡଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ନିଆଯାଉଛି ପଦକ୍ଷେପ'

ଏହା ମଧ୍ୟ ପଢନ୍ତୁ- ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣା, ପାଞ୍ଚ ଦଫା ଦାବି ପୂରଣ ନେଇ ପ୍ରତିବାଦ

ସୂଚନା ଅନୁଯାୟୀ, ଗତକାଲି ଠାରୁ ସମୂହ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ଅଣଗେଜେଟେଡ ବନ ସେବା ସଂଘ । ଏହି ଆନ୍ଦୋଳନ ରେ ସାମିଲ୍ ହୋଇଛନ୍ତି ୫୩୭୬ ଫରେଷ୍ଟଗାର୍ଡ , ୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର । ଅର୍ଥାତ୍ ଡ୍ୟୁଟିରେ ରହି ମଧ୍ୟ ପେଟ୍ରୋଲିଂ କରିବେ ନାହିଁ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରିବେ । ତେବେ ଏହି ସମୟ ମଧ୍ୟରେ ସରକାର ଯେଉଁ ୫ ଦଫା ଦାବି ରହିଛି ଯଦି ତାହା ପୂରଣ ନ କରନ୍ତି ତେବେ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ସମୂହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି । ତେବେ ସେମାନେ କରିଥିବା ୫ଟି ପ୍ରମୁଖ ଦାବିଗୁଡିକ ହେଲା, ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ୱେଲଫେୟାର ଫଣ୍ଡ, ସର୍କଲ ରି ଅର୍ଗାନାଇଜେସନ୍ , ରେଞ୍ଜ୍ ସେକ୍ସନ ଏବଂ ବିଟ୍ ଗୁଡିକର ରିଭିଜନ୍ ସହ ଆଡିକ୍ଟେଡ୍ ନମ୍ବର ବଢାଇବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.