ETV Bharat / state

ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣା, ପାଞ୍ଚ ଦଫା ଦାବି ପୂରଣ ନେଇ ପ୍ରତିବାଦ

author img

By

Published : Jun 20, 2023, 12:31 PM IST

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣା । ଜୀବନ ହାରିଥିବା ଫରେଷ୍ଟରଙ୍କୁ ବଲାଙ୍ଗୀରରେ ବନ କର୍ମଚାରୀ ଦେଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

Ranger Killed By Poacher Case
Ranger Killed By Poacher Case

Ranger Killed By Poacher Case

ବଲାଙ୍ଗୀର: ଶିମିଳିପାଳ ଜଙ୍ଗଲରେ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣା । ସରକାରଙ୍କ ଠାରେ ପ୍ରତିବାଦ ଜଣାଇଲେ ବଲାଙ୍ଗୀର ବନ କର୍ମଚାରୀ । ମୃତ୍ୟୁ ବରଣ କରିଥିବା ଫରେଷ୍ଟରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆଗାମୀ ଦିନରେ ତାଙ୍କର ଦାବି ସରକାର ଶୀଘ୍ର ପୁରଣ କରନ୍ତୁ ବୋଲି କହିଛନ୍ତି ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ସଂରକ୍ଷିତ ଜଙ୍ଗଲ ଶିମିଳିପାଳ ଠାରେ ଗତ 17 ତାରିଖରେ ଶିକାରୀ ମାନେ ଗୁଳି କରି ଜଣେ ଫରେଷ୍ଟଙ୍କୁ ହତ୍ୟା କରିଥିଲେ। ଏନେଇ ମୃତ୍ୟୁ ବରଣ କରିଥିଲେ ଫରେଷ୍ଟର ମାଥାୟା ହାଂସଦା । ତେବେ ତାଙ୍କ ମୃତ୍ୟୁ ନେଇ ସାରା ଓଡ଼ିଶାରେ ନିନ୍ଦା କରାଯାଇଥିବା ବେଳେ ରାଜ୍ୟ ବନ କର୍ମଚାରୀ ସଂଘ ଆନ୍ଦୋଳନର ଡାକରା ଦେଇଛନ୍ତି। ସେହିପରି ବଲାଙ୍ଗୀରରେ ମଧ୍ୟ ବନ କର୍ମଚାରୀ ସଂଘ ଆଜି ତାଙ୍କୁ ବଲାଙ୍ଗୀର ରେଞ୍ଜ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନିରବ ସଭା କରି ଶୋକ ଜାହିର କରିଛନ୍ତି।

ଏଥିସହ ରାଜ୍ୟ ସଂଘ ଡାକରା ଦେଇଥିବା ଆନ୍ଦୋଳନକୁ ବନ କର୍ମଚାରୀ ସଂଘ ସମର୍ଥନ କରୁଥିବାର କହିବା ସହ ୫ଦଫା ଦାବି ସରକାର ଶୀଘ୍ର ମାନି ନିଅନ୍ତୁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ବଲାଙ୍ଗୀର ଡେପୁଟି ରେଞ୍ଜର ସୁନିଲ କୁମାର ମିଶ୍ର କହିଛନ୍ତି ଯେ, ଆଜି ସେମାନେ ସମସ୍ତେ ମୃତ ଫରେଷ୍ଟର ମାଥାୟା ହାଂସଦାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ରାଜ୍ୟ ବନ କର୍ମଚାରୀ ଡାକରା ଦେଇଥିବା ଆନ୍ଦୋଳନକୁ ସମର୍ଥନ କରୁଥିବା ମଧ୍ୟ ସେ କହିଛନ୍ତି। ତେବେ ରେଞ୍ଜ ର ସୀମା ପୁନଃ ନିର୍ଦ୍ଧାରଣ କରି ବିଟ ସଂଖ୍ୟା ବଢାଇବା ସହ ବନ କର୍ଚାରୀଙ୍କ ଅଧିକ ସଂଖ୍ୟା ନିୟୋଜିତ କରିବା, କାର୍ଯ୍ୟ ସମୟରେ ଏଭଳି ମୃତ୍ୟୁ ଓ ଆହତ ମାନଙ୍କ ପାଇଁ ସାହାଯ୍ୟ ରାଶି ବଢ଼ାଇବା, ସେହିପରି ଏସ ଏଫ୍ ଏସ ଗଠନ କରିବା ଭଳି ବିଭିନ୍ନ ପାଞ୍ଚ ଦଫା ଦାବି ଏମାନେ ସରକାରଙ୍କ ପାଖରେ ଉପସ୍ଥାପିତ କରିଥିବାର ସେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ- Ranger Killed By Poacher Case: 'ଫରେଷ୍ଟ ଗାର୍ଡଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ନିଆଯାଉଛି ପଦକ୍ଷେପ'

ତେବେ ଏହି ଶିମିଳିପାଳରେ ମାସକ ପୂର୍ବରୁ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇ ଥିଲା । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସଇଁତଳାଠାରେ ଜଣେ ଫରେଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଏବେ ସେଠାରେ ପୁଣି ଜଣେ ଫରେଷ୍ଟରଙ୍କୁ ହତ୍ୟା ଘଟଣା ଚିନ୍ତା ବଢାଇଛି । ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.