ETV Bharat / state

Ranger Killed By Poacher Case: 'ଫରେଷ୍ଟ ଗାର୍ଡଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ନିଆଯାଉଛି ପଦକ୍ଷେପ'

author img

By

Published : Jun 17, 2023, 5:17 PM IST

ଶିକାରୀ ଗୁଳିରେ ଫରେଷ୍ଟର ମୃତ୍ୟୁ ପ୍ରସଙ୍ଗରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପ୍ରତିକ୍ରିୟା । କହିଲେ ଫରେଷ୍ଟ ଗାର୍ଡଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ନିଆଯାଉଛି ପଦକ୍ଷେପ । ଅଧିକ ପଢନ୍ତୁ

Etv Bharat
Etv Bharat

ଫରେଷ୍ଟ ଗାର୍ଡଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ନିଆଯାଉଛି ପଦକ୍ଷେପ

ଭୁବନେଶ୍ବର: ମୟୂରଭଞ୍ଜ ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟର ମୃତ୍ୟୁ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ । ଏହି ଘଟଣା ପରେ ତୁରନ୍ତ ଆଇଜି, ଡିଆଇଜିଙ୍କ ସହ ଆଲୋଚନା ହୋଇଛି । ଏବେ ଏହାର ତଦନ୍ତ ଚାଲିଛି । ଫରେଷ୍ଟ ଗାର୍ଡ ଓ ଜଙ୍ଗଲ କର୍ମଚାରୀଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଶିକାର କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ସୁରକ୍ଷାରେ ଥିବା ବନ କର୍ମଚାରୀଙ୍କୁ ଶିକାରୀମାନେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

କ୍ଷତିପୂରଣ ରାଶି ବାବଦରେ ୪ଲକ୍ଷରୁ ୧୦ ଲକ୍ଷ ଯାଏଁ ସହାୟତା ରାଶି ବୃଦ୍ଧି କରାଯାଇଛି । ଏହାସହ ଜଣେ ଫରେଷ୍ଟ ଅଧିକାରୀ ଚାହିଁଲେ ଏହାକୁ ମଧ୍ୟ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ବୃଦ୍ଧି କରାଯାଇପାରିବ । ଜଙ୍ଗଲ ଭିତରେ ବନ୍ୟଜନ୍ତୁ ଶିକାର କରୁଥିବା ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଯେଉଁମାନେ ଶିକାରୀଙ୍କ ସହ ଲଢେଇ କରି ସହିଦ ହେଉଥିବା କର୍ମଚାରୀଙ୍କ ପ୍ରତି ଆମର ସମବେଦନା ରହିଛି । ଶିକାରୀଙ୍କ ପାଖରେ ଥିବା ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ।

ଏହା ବି ପଢନ୍ତୁ- ଅଶାନ୍ତ ଶିମିଳିପାଳ, ଶିକାରୀ ଗୁଳିରେ ଗଲା ରେଞ୍ଜରଙ୍କ ଜୀବନ

ସୂଚନା ଥାଉ କି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି । ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଫରେଷ୍ଟର ମାଟି ହାଁସଦା । ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ଏଭଳି ଘଟଣା ଘଟିଥିଲା । ଗୁଳିମାଡ଼ ବେଳେ ୬ ଜଣ ଶିକାରୀ ଥିବା ବନ ବିଭାଗ ଜାଣିବାକୁ ପାଇଛି । ଗୋଟିଏ ବନ୍ଧୁକ ଜବତ କରି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ଆହତ ବନକର୍ମଚାରୀଙ୍କୁ କରଞ୍ଜିଆ ମେଡିକାଲ ନିଆଯାଇଥିଲା ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଘଟଣାସ୍ଥଳରେ ଉତ୍ତର ଶିମିଳିପାଳର ଉପନିର୍ଦ୍ଦେଶକ ସାଇ କିରଣ ଏବଂ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡିନାହିଁ । ତେବେ ପୂର୍ବରୁ ଜଣେ ଶିକାରୀକୁ ଆକ୍ରମଣ ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଶିକାର କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ସୁରକ୍ଷାରେ ଥିବା ବନ କର୍ମଚାରୀଙ୍କୁ ଶିକାରୀମାନେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ଗତ ମେ ୨୩ ତାରିଖରେ ମଧ୍ୟ ଜଣେ ବନ ବିଭାଗ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକିଡି ବିଟ୍ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ମୃତକ ବିମଲ ପାଟ୍ରୋଲିଂରେ ଯାଇଥିବା ସମୟରେ ୫ ଜଣ ଶିକାରୀଙ୍କ ହାବୁଡରେ ପଡିଥିଲେ । ଶିକାରୀ ମାନେ ଅତର୍କିତ ଭାବେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ବାମ ପଟ ଛାତିରେ ଗୁଳି ବାଜି ଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.