ETV Bharat / state

ଅଶାନ୍ତ ଶିମିଳିପାଳ, ଶିକାରୀ ଗୁଳିରେ ଗଲା ରେଞ୍ଜରଙ୍କ ଜୀବନ

author img

By

Published : Jun 17, 2023, 8:46 AM IST

Updated : Jun 17, 2023, 9:00 AM IST

ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତବାର୍ହାକାମୁଡା ରେଞ୍ଜରେ ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମୃତ । ଅଧିକ ପଢନ୍ତୁ

deputy ranger killed
deputy ranger killed

ଶିକାରୀ ଗୁଳିରେ ଗଲା ରେଞ୍ଜରଙ୍କ ଜୀବନ

ରାଇରଙ୍ଗପୁର: ଅଶାନ୍ତ ଶିମିଳିପାଳ । ପୁଣି ଶିକାରୀଙ୍କ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ । ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜରଙ୍କ ମୃତ୍ୟୁ ହୋଇଛି । ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତବାର୍ହାକାମୁଡା ରେଞ୍ଜରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ତେବେ ମୃତ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଜଣକ ହେଉଛନ୍ତି ମାଥି ହାଁସଦା ବୋଲି ଜଣାପଡିଛି । ଏହାକୁ ନେଇ ଆଲୋଡନ ଖେଳି ଯାଇଛି । ନିକଟରେ ଶିକାରୀ ଗୁଳିରେ ଜଣେ ପ୍ରାଣ ହରାଇ ଥିଲେ ।

ସୂଚନା ମୁତାବକ, ଗତକାଲି (ଶୁକ୍ରବାର) ରାତିରେ ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନକର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଉ ଶିକାରୀଙ୍କ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତର ଶିମିଳିପାଳର ଡେ଼ପୁଟି ଡ଼ାଇରେକ୍ଟର ସାଇ କିରଣ ଡି ଏନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ତଦନ୍ତ ଆରମ୍ଭ କରିଛନ୍ତି । ଗତ ଦୁଇ ମାସ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତିନି ତିନୋଟି ଗୁଳିମାଡ଼ ଘଟଣା ବନ କର୍ମଚାରୀଙ୍କୁ ଏବେ ଆତଙ୍କିତ କରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ ! ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା

ପ୍ରକାଶ ଥାଉକି, ସେହିପରି ଗତ ମେ ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକିଡି ବିଟ୍ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ମୃତକ ବିମଲ ପାଟ୍ରୋଲିଂରେ ଯାଇଥିବା ସମୟରେ ୫ ଜଣ ଶିକାରୀଙ୍କ ହାବୁଡରେ ପଡିଥିଲେ । ଶିକାରୀ ମାନେ ଅତର୍କିତ ଭାବେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ବାମ ପଟ ଛାତିରେ ଗୁଳି ବାଜି ଯାଇଥିଲା ।

ତେବେ ରକ୍ତାକ୍ତ ଅବସ୍ଥାରେ ସେ ସେଠାରେ ହିଁ ଟଳି ପଡିଥିଲେ। । ପରେ ଶିକାରୀ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଅନ୍ୟ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ବନର ସୁରକ୍ଷାରେ ଥିବା ବନ କର୍ମଚାରୀଙ୍କୁ ଏବେ ଟାର୍ଗେଟ କରୁଛନ୍ତି ଶିକାରୀ । ପ୍ରତିଶୋଧପରାୟଣ ହେଉ ଅବା ନିଜର ଲକ୍ଷ୍ୟରେ ବାଧା ସୃଷ୍ଟି ହେଲେ ବନ କର୍ମଚାରୀଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି ଏମାନେ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jun 17, 2023, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.