ETV Bharat / state

କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର

author img

By ETV Bharat Odisha Team

Published : Dec 28, 2023, 9:41 AM IST

Updated : Dec 28, 2023, 2:23 PM IST

Encounter in Bhubaneswar: ରାଜଧାନୀରେ ଭୋର୍ ସମୟରେ ଫୁଟିଲା ଗୁଳି । ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ରଘୁ ବିଶ୍ବାଳ ଆହତ । ଅଧିକ ପଢନ୍ତୁ

encounter in bhubaneswar
ଅପରାଧି ରଘୁ ବିଶ୍ବାଳକୁ ଏନକାଉଣ୍ଟର

encounter in bhubaneswar

ଭୁବନେଶ୍ବର: ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧି ରଘୁ ବିଶ୍ବାଳକୁ ଏନକାଉଣ୍ଟର କଲା ପୋଲିସ । ମଞ୍ଚେଶ୍ବର ଥାନା‌ ବରିମୁଣ୍ଡ ପଡିଆ ପାଖରେ ରଘୁ ଉପରକୁ ଗୁଳିମାଡ଼ କରିଛି ପୋଲିସ । ଆହତ ଅବସ୍ଥାରେ ଅପରାଧୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତା'ର ଗୋଡରେ ଗୁଳି ବାଜିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ହାତରୁ ଖସିବା ପାଇଁ ରଘୁ ଚେଷ୍ଟା କରିବା ସହ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାପରେ ପୋଲିସର ପାଲଟା ଗୁଳିମାଡରେ ଆହତ ହୋଇଥିଲା ଏହି କୁଖ୍ୟାତ ଅପରାଧୀ ।

ଏହା ମଧ୍ୟ ପଢନ୍ତୁ-କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର


ରଘୁ ବିଶ୍ବାଳ ମଞ୍ଚେଶ୍ବରରେ ବୁଲାବୁଲି କରୁଥିବା ଭୋର୍ ୩ଟା ସମୟରେ ସୂଚନା ପାଇଥିଲା ମଞ୍ଚେଶ୍ବର ପୋଲିସ । ଏନେଇ ପୋଲିସର ଏକ ଟିମ୍ ମଞ୍ଚେଶ୍ବର ବରିମୁଣ୍ଡା ରାସ୍ତାରେ ଯିବାବେଳେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ବାଳ ଓ ତା'ର ସହଯୋଗୀ ଏକ କେଟିଏମ ବାଇକରେ ବୁଲୁଥିଲେ । ପୋଲିସ ସେମାନଙ୍କୁ କାବୁ କରିବା ପାଇଁ ପିଛା କରିଥିଲା । ଏହା ଜାଣିପାରି ପୋଲିସକୁ ଚକମା ଦେଇ ଖସିଯିବାକୁ ଚେଷ୍ଟା କରିଥିଲା ରଘୁ । ନଇପଠା ବାଲିଯାତ୍ରା ପଡିଆ ପାଖେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସ ପାଲଟା ଗୁଳିମାଡ କରିବାରୁ ରଘୁ ଓ ତା'ର ସହଯୋଗୀ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଉଭୟଙ୍କ ଠାରୁ ଗୋଟିଏ ଗାଡି ଓ ଗୋଟିଏ ପିସ୍ତଲ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ ଏନକାଉଣ୍ଟର କଲା ପୁରୀ ପୋଲିସ


ମିଳିଥିବା ସୁଚନା ଅନୁସାରେ, କୁଖ୍ୟାତ ଅପରାଧି ରବି ରାଓ ଗ୍ୟାଙ୍ଗର‌ ସଦସ୍ୟ ହେଉଛି ରଘୁ । ସେ ଏହି ଗ୍ୟାଙ୍ଗ ସହ ମିଶି ଅନେକ ଥର ଲୁଟ, ଡକାୟତି ଓ ରାହାଜାନି କରିଛି । ସେ 12ରୁ ଊର୍ଦ୍ଧ୍ବ ଅପରାଧିକ ମାମଲରେ ଜଡିତ ରହିଛି । ତାକୁ ଧରିବାକୁ ଚେଷ୍ଟା କରାଯାଉଥିବା ବେଳେ ସେ ପୋଲିସ ଉପରକୁ ଗୁଳିମାଡ କରିଥିଲା । ଯାହା ଫଳରେ ପୋଲିସ ତାକୁ ଏନକାଉଣ୍ଟର କରିଛି । ଗୋଡ଼ରେ ଗୁଳି ବାଜିବାରୁ ରଘୁ ଆହତ ହୋଇଛି । ଗତ ମାର୍ଚ୍ଚ ମାସରେ ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କରିଥିଲା ପୋଲିସ । ଭୁବନେଶ୍ବର ବାଙ୍କୁଆଳରେ ତାକୁ ଏନକାଉଣ୍ଟର କରାଯାଇଥିଲା । ହାଇସିକ୍ୟୁରିଟି ଜୋନରେ ବୋମା ଫିଙ୍ଗି ରାଜ୍ୟ ପାଓ୍ବାର କରିଡରକୁ ଭୟଭୀତ କରିଥିଲା ଅପରାଧୀ ଜିତୁ । ଜିତୁର ବାମ ଗୋଡରେ ଗୁଳି ବାଜିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 28, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.